ETV Bharat / state

ପାଟିକୁ ସୁଆଦ ରୋଜଗାରର ମାଧ୍ୟମ, ଆଦିବାସୀଙ୍କ ପେଟପାଟଣା କଥା ବୁଝୁଛି କାଜୁ - CASHEW NUT Sale

Cashew Nut Sale: କାଜୁ ଏପରି ଏକ ଡ୍ରାଏ ଫ୍ରୁଡ୍ସ । ଯାହାକୁ ଛୋଟରୁ ବଡ ସମସ୍ତେ ଖାଇବାକୁ ବେଶ ଭଲପାଆନ୍ତି । ଏପରି ସମୟରେ ଏହାର ଅଧିକ ଚାହିଦା ରହିଥିବା ବେଳେ ଏହାକୁ ବିକ୍ରି କରି ଭଲ ରୋଜଗାର କରିପାରୁଛନ୍ତି ନବରଙ୍ଗପୁର ଆଦିବାସୀ ଲୋକେ । ଅଧିକ ପଢନ୍ତୁ

ନବରଙ୍ଗପୁର ଆଦିବାସୀଙ୍କୁ ଜୀବିକା ଯୋଗାଉଛି କାଜୁ
ନବରଙ୍ଗପୁର ଆଦିବାସୀଙ୍କୁ ଜୀବିକା ଯୋଗାଉଛି କାଜୁ (ETV Bharat Odisha)
author img

By ETV Bharat Odisha Team

Published : May 26, 2024, 5:55 PM IST

ନବରଙ୍ଗପୁର: କାଜୁର ଚାହିଦା ବେଶ ଅଧିକ । ଛୋଟରୁ ବଡ ସମସ୍ତେ ଏହାକୁ ଖାଇବାକୁ ବେଶ ଭଲପାଆନ୍ତି । କାଜୁରେ ତରକାରୀ, କାଜୁ ଭଜା, କ୍ଷୀରି ଭଳି ଅନେକ ଖାଦ୍ୟରେ ବ୍ୟବାହାର କରାଯାଉଥିବା ବେଳେ ଏହି ଜଙ୍ଗଲଜାତ ଦ୍ରବ୍ୟ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ଚାହିଦା ରହିଛି । ଏପରି ସମୟରେ ଜଙ୍ଗଲରୁ ସଂଗୃହିତ କାଜୁ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି ନବରଙ୍ଗପୁର ଆଦିବାସୀ ଲୋକେ । ଏଥିସହ ଏଥିରୁ ବେଶ ଦୁଇ ପଇସା ମଧ୍ୟ ରୋଜଗାର କରି ସାବଲମ୍ୱୀ ହୋଇପାରୁଛନ୍ତି ।

ନବରଙ୍ଗପୁର ଆଦିବାସୀଙ୍କୁ ଜୀବିକା ଯୋଗାଉଛି କାଜୁ (ETV Bharat Odisha)

କାଜୁ ବିକି ଲାଭବାନ ଆଦିବାସୀ

ବାଉଁଶ କରଡ଼ି, ଆମ୍ବ, ବିଭିନ୍ନ ପ୍ରକାର ଛତୁ ଭଳି କାଜୁ ନବରଙ୍ଗପୁରବାସୀଙ୍କୁ ଏହା ଆକୃଷ୍ଟ କରିଛି । ଫଳରେ ଏବେ ଜିଲ୍ଲାର ପ୍ରାୟ କିଛି ଆଦିବାସୀ ଅଧ୍ୟଷିତ ଅଞ୍ଚଳରେ ପେଟ ପାଟଣାର ପ୍ରମୁଖ ମାଧ୍ୟମ ସାଜିଛି ଏହି କଞ୍ଚା କାଜୁ । ଏହି କାଜୁ ବର୍ଷର କେବଳ ଗ୍ରୀଷ୍ମର ଶେଷ ଭାଗ ଓ ଆଷାଢ଼ର ଆଦ୍ୟ ଭାଗରେ ଏହା ମିଳିଥାଏ । ତେବେ ବର୍ଷର କିଛି ନିର୍ଦ୍ଦିଷ୍ଟ ସମୟରେ ଜଙ୍ଗଲରୁ କାଜୁ ସଂଗ୍ରହ କରି ନବରଙ୍ଗପୁର ସହର ଏବଂ ଆଖପାଖ ଜନବସତିରେ ବିକ୍ରି କରି ରୋଜଗାରକ୍ଷମ ହୋଇପାରୁଛନ୍ତି ଆଦିବାସୀ ମାନେ ।

କାଜୁ ଏପରି କରିଥାନ୍ତି ସଂଗ୍ରହ

ବର୍ତ୍ତମାନ ନବରଙ୍ଗପୁର ଦୈନିକ ବଜାରରେ କାଜୁର ପସରା ଦେଖିବାକୁ ମିଳୁଛି । ଆଦିବାସୀ ମହିଳା ଓ ପୁରୁଷ ମାନେ ସାଧାରଣତଃ ଜଙ୍ଗଲକୁ ଯାଇ କାଜୁ ସଂଗ୍ରହ କରିଛନ୍ତି । ପ୍ରଥମେ ଜଙ୍ଗଲରେ ଉପଯୁକ୍ତ ମଞ୍ଜି ଥ‌ିବା କାଜୁ ଚିହ୍ନଟ କରି ତାକୁ ସଂଗ୍ରହ କରିଥାନ୍ତି । ଏହାପରେ ତା'ର ଚୋପା ଛଡ଼ାଇ ତାକୁ ବଜାରରେ ବିକ୍ରି କରିଥାନ୍ତି । ଗ୍ଲାସ୍ ପିଛା ୨୦ ଟଙ୍କା ଓ କିଲୋକୁ ୪୦୦ ଟଙ୍କାରେ ଏହି କାଜୁକୁ ବିକ୍ରି କରିଥାନ୍ତି ।

କାଜୁ କିଣିବାକୁ ଗ୍ରାହକଙ୍କ ଭିଡ଼

ବଜାରରେ କାଜୁର ଚାହିଦା ଥ‌ିବା ବେଳେ ଏହାକୁ ବିକ୍ରି କରି ଆଦିବାସୀମାନେ ବେଶ ଲାଭବାନ ହୋଇଥିବା ବେଳେ ସେପଟେ କାଜୁ କିଣିବାକୁ ମଧ୍ୟ ଲୋକଙ୍କ ଭିଡ଼ ଜମିଥାଏ । କାଜୁ ସୁସ୍ୱାଦକର ଖାଦ୍ୟ ହୋଇଥିବା ବେଳେ ଏହାକୁ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । କାଜୁରେ ଭିଟାମିନ୍, ମିନେରାଲ୍ସ, କାରୋଟିନଏଡ୍ ଏବଂ ଫାଇଟୋଷ୍ଟେରଲ୍ ଭରପୁର ମାତ୍ରାରେ ମିଳିଥିବା ବେଳେ ଏହାକୁ ଡ୍ରାଏ ଫ୍ରୁଡ୍ସ ଭାବେ ପିଲାଙ୍କୁ ଖାଇବାକୁ ଦିଆଯାଇଥାଏ । ଏହି କାଜୁ ଉପଯୁକ୍ତ ମୂଲ୍ୟରେ ମିଳୁଥିବା ବେଳେ ଏହାକୁ କିଣିବା ପାଇଁ ଗ୍ରାହକ ମାନେ ବେଶ ପସନ୍ଦ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସଫଳ ଚାଷୀ ବିଭୂତି; ସମ୍ମିଳିତ କୃଷି କରିଛି ଆତ୍ମନିର୍ଭରଶୀଳ, ବର୍ଷକୁ 10 ଲକ୍ଷ ରୋଜଗାର

ନବରଙ୍ଗପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.