ETV Bharat / state

ଗାଡି ମାଲିକଙ୍କ ବଡପଣ, ଫେରାଇଲେ ଟଙ୍କା ଭର୍ତ୍ତି ବ୍ୟାଗ - Car driver returns bag

Car driver returns bag: ମହାନତା ଦେଖାଇଲେ କାର ଡ୍ରାଇଭର । ତାଙ୍କ କାରରେ ଛାଡି ପଳେଇଥିବା ଯାତ୍ରୀଙ୍କ 60 ହଜାର ଟଙ୍କା ଫେରାଇ ଦେଲେ । ଅଧିକ ପଢନ୍ତୁ

ମହାନତା ଦେଖାଇଲେ କାର ଡ୍ରାଇଭର
ମହାନତା ଦେଖାଇଲେ କାର ଡ୍ରାଇଭର
author img

By ETV Bharat Odisha Team

Published : Mar 16, 2024, 12:01 PM IST

Updated : Mar 16, 2024, 2:05 PM IST

Car driver returns bag

ଭୁବନେଶ୍ବର: କାର ଡ୍ରାଇଭର ଦେଖାଇଲେ ମାନବିକତା । ତାଙ୍କ କାରରେ ଯିବା ସମୟରେ ଯାତ୍ରୀ ଟଙ୍କା ଭର୍ତ୍ତି ବ୍ୟାଗ୍ ଛାଡି ଚାଲି ଯାଇଥିଲେ । କିନ୍ତୁ ଲୋଭର ବଶବର୍ତ୍ତୀ ନହୋଇ ଯାତ୍ରୀଙ୍କୁ ୬୦ ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍ ଫେରେଇ ଦେଲେ କାର ଡ୍ରାଇଭର । ଏଭଳି ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ବରରୁ । କାର ଡ୍ରାଇଭରଙ୍କ ନାମ ରବିନ୍ଦ୍ର ସାହୁ । ନିଜର ସଚ୍ଚୋଟତା ଓ ମଣିଷ ପଣିଆ ପାଇଁ ଏବେ ସେ ସହରରେ ଚର୍ଚ୍ଚାରେ ରହିଛନ୍ତି ।

ସୂଚନା ଅନୁଯାୟୀ,ଗତକାଲି(ଶୁକ୍ରବାର) ରବୀନ୍ଦ୍ର ସାହୁ ଭଦ୍ରକରୁ ଭୁବନେଶ୍ୱର ଆସୁଥିବା ବେଳେ ଭଡାରେ ଧାମନଗରରୁ ଉଠିଥିଲେ ଶାଶ୍ୱତ ମହାପାତ୍ର । ଯେକି ଜଣେ ଜଣାଶୁଣା ଓଡ଼ିଆ ଅଭିନେତା ଓ ନାଟ୍ୟ ଅଭିନେତା ଭାବେ ବେଶ ପରିଚିତ । ଭାଇଙ୍କ ବାହାଘର ସାରି ଟଙ୍କା ନେଇ ଫେରୁଥିବା ବେଳେ ନିଜର ଟଙ୍କା ବ୍ୟାଗ ଅନ୍ୟମନସ୍କରେ ଗାଡ଼ିରେ ଭୁଲି ଯାଇଥିଲେ । ଯେତେବେଳେ ସେ କଟକ ଲିଙ୍କ ରୋଡ଼ରେ ନିଜ ଗନ୍ତବ୍ୟ ସ୍ଥଳରେ ଓହ୍ଲାଇଥିଲେ । ସେତେବେଳେ ସେ ଟଙ୍କା ବ୍ୟାଗ ଖୋଜିଥିଲେ ହେଲେ ତାଙ୍କୁ ମିଳିନଥିଲା । ଏନେଇ ସେ ପୋଲିସର ସହାୟତା ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ଅଟୋ ଚାଳକଙ୍କ ମହାନତା, ଯାତ୍ରୀଙ୍କୁ ଫେରାଇଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍‌

ଏପଟେ ରବୀନ୍ଦ୍ର ବି ବ୍ୟାଗ ଗାଡ଼ିରେ କାହାର ଅଛି ଦେଖି ଆଶ୍ଚର୍ଯ୍ୟ ହେବା ପରେ ବ୍ୟାଗରେ ଥିବା ଫୋନକୁ କାଢିଥିଲେ ଆଉ ବନ୍ଦ ଥିବା ଫୋନକୁ ଚାର୍ଜ କରି ଶାଶ୍ୱତଙ୍କ କଲ ଉଠାଇଥିଲେ । ଏହାପରେ ଫୋନର ସହାୟତାରେ ଚୌଧୁରୀ ଶାଶ୍ୱତ ମହାପାତ୍ର ତାଙ୍କ ଗୁରୁତ୍ୱପୂର୍ଣ୍ଣ କାଗଜ ସହ ଟଙ୍କା ଓ ଫୋନ ଫେରି ପାଇଥିଲେ । ଆଉ ରବିନ୍ଦ୍ରଙ୍କର ଏହି ମହାନତାକୁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ଶାଶ୍ବତ । ସବୁଠାରୁ ବଡ କଥା ହେଉଛି ରବୀନ୍ଦ୍ର ସାହୁ ଲୋଭ ନ କରି ଶାଶ୍ବତଙ୍କ ପରିସ୍ଥିତିକୁ ବୁଝି ଏଭଳି ନିସ୍ଵାର୍ଥ ଭାବେ ତାଙ୍କର ଟଙ୍କା ଫେରାଇଥିବା ବେଳେ ସେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଆଉ ଏହି ସ୍ୱାର୍ଥପର ଦୁନିଆରେ ମଣିଷ ପଣିଆର ପରିଚୟ ଦେବା ସହ ନିଜର ମହାନୁଭବତାକୁ ନେଇ ପ୍ରଶଂସା ସାଉଁଟିଛନ୍ତି । ତାଙ୍କର ଏତାଦୃଶ୍ୟ କାର୍ଯ୍ୟ ଆଜି ବି ସମାଜରେ ମାନବିକତା ବଞ୍ଚି ରହିଥିବାର ବଳିଷ୍ଠ ପ୍ରମାଣ ଦେଉଛି ।

ଇଟିଭି ଭାରତ,ଭୁବନେଶ୍ବର

Last Updated : Mar 16, 2024, 2:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.