ETV Bharat / state

‘କ୍ୟାପିଟାଲ୍ ହସ୍ପିଟାଲରେ ୪୦କୁ ବଢ଼ିବ ICU ବେଡ’ - CAPITAL HOSPITAL BHUBANESWAR

କ୍ୟାପିଟାଲ ହସ୍ପିଟାଲ୍ ରୋଗୀ କଲ୍ୟାଣ ସମିତି ବୈଠକରେ ନିଷ୍ପତ୍ତି । କ୍ୟାପିଟାଲ୍ ହସ୍ପିଟାଲ୍‌ରେ ୪୦କୁ ବଢ଼ିବ ICU ବେଡ୍ ସଂଖ୍ୟା । ଡିସେମ୍ବର ସୁଧା ଟ୍ରମା ସେଣ୍ଟର ।

CAPITAL HOSPITAL BHUBANESWAR
CAPITAL HOSPITAL BHUBANESWAR (ETV Bharat Odisha)
author img

By ETV Bharat Odisha Team

Published : Nov 20, 2024, 3:12 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ୍ ରୋଗୀ କଲ୍ୟାଣ ସମିତି ବୈଠକରେ ନିଷ୍ପତ୍ତି । କ୍ୟାପିଟାଲ୍ ହସ୍ପିଟାଲ୍‌ରେ ୪୦କୁ ବଢ଼ିବ ICU ବେଡ୍ । ଡିସେମ୍ବର ସୁଧା କାର୍ଯ୍ୟକାରୀ ହେବ ଟ୍ରମା ସେଣ୍ଟର । ଏନେଇ ସୂଚନା ଦେଇଛନ୍ତି ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତେବେ ଏବେ ହସ୍ପିଟାଲ୍‌ରେ ୧୬ଟି ICU ବେଡ୍ ଅଛି, ଖୁବଶୀଘ୍ର ୪୦ଟି କରାଯିବ । ପ୍ରତି ମାସ ହସ୍ପିଟାଲକୁ ୧୪୩୨ଟି ଡାଏଲେସିସ୍ କେସ୍ ଆସୁଛି । ବର୍ତ୍ତମାନ ୩ଟି ସିଟିଂରେ ଡାଏଲେସିସ୍ ଚାଲିଛି, ଏହାକୁ ୪ଟି ସିଟିଂରେ କରାଯିବ ବୋଲି ସୂଚନା ମିଳିଛି ।

CAPITAL HOSPITAL BHUBANESWAR (ETV Bharat Odisha)

୨୦୨୫ ସୁଧା ନୂଆ କ୍ୟାଣ୍ଟିନ:

ଗ୍ରୁପ ଡି କର୍ମଚାରୀ ମାନଙ୍କର ଯେଉଁ କ୍ୟାଣ୍ଟିନ ରହିଛି ତାହା କାର୍ଯ୍ୟକ୍ଷମ କରାଯାଇନାହିଁ । ଏହାକୁ ନେଇ ଦୁଇଟି ନିସ୍ପତି ନିଆଯାଇଛି । ଗୋଟିଏ ହସ୍ପିଟାଲ ପରିସରରେ ବଡ କ୍ୟାଣ୍ଟିନ କରାଯିବ । ଯାହା 2025 ସୁଧା କାର୍ଯ୍ୟକ୍ଷମ କରାଯିବ । ଦ୍ବିତୀୟ ଯେଉଁ ପୁରୁଣା କ୍ୟାଣ୍ଟିନ ରହିଛି,ତାହାର ସମ୍ମୁଖରୁ ଜବର ଦଖଲକାରୀଙ୍କୁ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ଭୁବନେଶ୍ଵର ସଂସାଦ ତଥା କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷା ଅପରାଜିତା ଷଡଙ୍ଗୀ ।

୪୦କୁ ବଢ଼ିବ ICU ବେଡ୍ ସଂଖ୍ୟା: ସେ ଆହୁରି ମଧ୍ୟ କହିଛନ୍ତି," କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁ ବେଡ ସଂଖ୍ୟା ବଢିବା ନେଇ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ହସ୍ପିଟାଲ୍‌ରେ ୧୬ଟି ICU ବେଡ୍ ରହିଛି । ଖୁବଶୀଘ୍ର ଏହାକୁ ୪୦କୁ ବୃଦ୍ଧି କରାଯିବ । "

CAPITAL HOSPITAL BHUBANESWAR
CAPITAL HOSPITAL BHUBANESWAR (ETV Bharat Odisha)

4ଟି ସିଟିଂରେ ଡାଏଲେସିସ ବ୍ୟବସ୍ଥା:
"ଡାଏଲେସିସ୍ ପାଇଁ ହସ୍ପିଟାଲକୁ ବହୁ ସଂଖ୍ୟାରେ ରୋଗୀ ଆସୁଛନ୍ତି । ପାଖାପାଖି ୧୪୩୨ କେସ ଡାଏଲେସିସ୍ ପାଇଁ ଆସୁଛନ୍ତି । ବର୍ତ୍ତମାନ ସମୟରେ ୩ଟି ସିଟିଂରେ ଡାଏଲେସିସ୍ ଚାଲିଛି । ଆଗକୁ ଆହୁରି ୪ଟି ସିଟିଂରେ ଡାଏଲେସିସ ବ୍ୟବସ୍ଥା କରାଯାଉଛି । ଯାହା ଏକ ବଡ ନିଷ୍ପତ୍ତି ଅଟେ । ଏନେଇ ଆଲୋଚନା କରି ଆକ୍ସନ ପ୍ଳାନ କରିବେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ । ଯାହା ଫଳରେ ଡାଏଲେସିସ୍ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ସୁବିଧାରେ ମିଳିପାରିବ ।"

ଏହା ମଧ୍ୟ ପଢନ୍ତୁ ...ସିଙ୍ଗାପୁରର ନିବେଶକଙ୍କୁ ଓଡିଶା ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ

ଏହା ମଧ୍ୟ ପଢନ୍ତୁ ...ହସ୍ପିଟାଲ ନିଆଁକୁ ନେଇ କେନ୍ଦ୍ରର ତତ୍ପରତା, ଅଗ୍ନିକାଣ୍ଡ ରୋକିବାକୁ ରାଜ୍ୟକୁ ଚିଠି

ଏହା ମଧ୍ୟ ପଢନ୍ତୁ ...ଆମ୍ବ ଟାକୁଆ ଟ୍ରାଜେଡି: SCBରେ ଆଉ ଜଣଙ୍କ ମୃତ୍ୟୁ, BJD ଦୋହରାଇଲା ମନ୍ତ୍ରୀଙ୍କ ଇସ୍ତଫା

ମିଶନ ଶକ୍ତି କାଫେ:

ଭୁବନେଶ୍ବର ସାଂସଦ ଆହୁରି କହିଛନ୍ତି, "କ୍ୟାପିଟାଲ ହସ୍ପିଟାଲ ମଧ୍ୟରେ ମିସନ ଶକ୍ତି କାଫେ କରାଯାଇଛି । କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରାଯାଇନାହିଁ । ଡିସେମ୍ବର ଶେଷ ସୁଧା ଗୋଟିଏ ମହିଳା ଗ୍ରୁପକୁ ହସ୍ତାନ୍ତର କରାଯିବ ।"

ଚଳିତ ବର୍ଷ ଶେଷ ସୁଧା ଟ୍ରମା ସେଣ୍ଟର କାର୍ଯ୍ୟ ଶେଷ ହେବ :
ଡିସେମ୍ବର ୧୫ ସୁଧା କ୍ୟାପିଟାଲ ହସ୍ପିଟାଲରେ ଥିବା ଟ୍ରମା ସେଣ୍ଟରର କାର୍ଯ୍ୟ ସରିବ । ଟ୍ରମା ସେଣ୍ଟରକୁ କାର୍ଯ୍ୟକ୍ଷମ କରିବାକୁ ଯେଉଁ ସମସ୍ତ ମୌଳିକ ଜିନିଷ ଆବଶ୍ୟକ, ସେଗୁଡିକ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସିଏମଓଙ୍କୁ ପଠାଇବେ ହସ୍ପିଟାଲ ନିର୍ଦ୍ଦେଶକ ବୋଲି କହିଛନ୍ତି ଭୁବନେଶ୍ଵର ସଂସାଦ ଅପରାଜିତା ଷଡଙ୍ଗୀ ।

ଇଟିଭି ଭାରତ ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.