ETV Bharat / state

ଝାରସୁଗୁଡାରୁ ଧଳାଜହର ଜବତ, ଜଣେ ଗିରଫ

author img

By ETV Bharat Odisha Team

Published : Feb 25, 2024, 7:20 AM IST

Brown Sugar Seized: ଝାରସୁଗୁଡ଼ା ଜିଲ୍ଲାରେ ନିଶା କାରବାର ବଢ଼ିବାରେ ଲାଗିଛି । ୧୮.୦୯ ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ଝାରସୁଗୁଡ଼ାରୁ ବ୍ରାଉନସୁଗର ଜବତ, ଜଣେ ଗିରଫ
ଝାରସୁଗୁଡ଼ାରୁ ବ୍ରାଉନସୁଗର ଜବତ, ଜଣେ ଗିରଫ
ଝାରସୁଗୁଡ଼ାରୁ ବ୍ରାଉନସୁଗର ଜବତ, ଜଣେ ଗିରଫ

ଝାରସୁଗୁଡ଼ା: ଜିଲ୍ଲାରେ ବ୍ରାଉନସୁଗାର କାରବାର । ପୋଲିସକୁ ମିଳିଛି ସଫଳତା । ବ୍ରାଉନସୁଗାର ସହ ଜଣକୁ ଗିରଫ କରି ପୋଲିସ ।ଏନେଇ ଗତକାଲି (ଶନିବାର) ଦିନ ଏକ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲମ୍ବୋଦର ବୁଡ଼ି । ବେଆଇନ ନିଶା କରବାର ପୋଲିସର ଚିନ୍ତାର କାରଣ ପାଲଟିଛି ।

ସୂଚନାଯୋଗ୍ୟ ଗତକାଲି(ଶନିବାର) ସକାଳ ପ୍ରାୟ ୭ଟା ୩୦ମିନିଟ ସମୟରେ ଜଣେ ଅପରିଚିତ ବ୍ୟକ୍ତି ତେଲିଭଟା ଅଞ୍ଚଳର କବ୍ରିସ୍ତାନ ପଡ଼ା ହନୁମାନ ମନ୍ଦିର ଆଖ ପାଖରେ ବୁଲୁଥିଲା । କୌଣସି ସୂତ୍ରରୁ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୋଲିସ ଜାଣିବାକୁ ପାଇଥିଲା ଯେ ସେ ଜଣେ ବ୍ରାଉନସୁଗାର ବ୍ୟବସାୟୀ । ଏହା ପରେ ପୋଲିସ ତତ୍ପରତାର ସହ ସଦର ଥାନା ଆଇଆଇସି ସ୍ବପ୍ନା ରାଣୀ ଗୋଚ୍ଛାୟତଙ୍କ ନେତୃତ୍ବରେ ଏକ ଟିମ ଟଢାଉ କରି ଉକ୍ତ ବ୍ରାଉନ ସୁଗାର ବେପାରୀକୁ କାବୁ କରିଥିଲା ।

ତେବେ ଉକ୍ତ ବ୍ରାଉନସୁଗର ବ୍ୟବସାୟୀ ଜଣକ ପିନ୍ଧିଥିବା ଶୀତକାଳୀନ ଜାକେଟରୁ ପ୍ରାୟ ୧୮.୦୯ ଗ୍ରାମ ବ୍ରାଉନସୁଗାର ଓ କିଛି ବ୍ରାଉନସୁଗର ଭର୍ତ୍ତି କରିବା ପାଇଁ ଖାଲି ପ୍ଲାଷ୍ଟିକ ପଲିଥିନ ଜବତ କରିଥିଲା ପୋଲିିସ । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ଏହି ନିଶା କାରବାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଜିଲ୍ଲାରେ ନିଶା କାରବାର ବଢୁଥିବା ହେତୁ ପୋଲିସର ମୁଣ୍ଡ ବଥାର କାରଣ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ ....ବିଦେଶୀ ମଦ ଦୋକାନ ବିରୋଧରେ ତେଜିଲା ଜନ ଅସନ୍ତୋଷ, ଗାଁ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ

ଏହା ମଧ୍ୟ ପଢନ୍ତୁ.....ମହଙ୍ଗା ପଡିବ ମଦ ପିଇ ଗାଡି ଚାଳନା: ଏଣିକି ଫାଇନ ନୁହେଁ, ଗିରଫ ହେବା ଥୟ

ତେବେ ବିଗତ କିଛି ମାସ ହେବ ଝାରସୁଗୁଡ଼ା ଜିଲ୍ଲାରେ ବ୍ରାଉନସୁଗର କାରବାର ରକେଟ ଦୃତ ଗତିରେ ବଢ଼ିବାରେ ଲାଗିଛି । ଯାହା ଯୁବ ସମାଜ ପ୍ରତି କ୍ଷତିକାରକ ସାଜିଛି । ଅନେକ ସମୟରେ ଜିଲ୍ଲାରେ ଘଟୁଥିବା ଅପରାଧ ନିଶାଶକ୍ତ ବ୍ୟକ୍ତିମାନଙ୍କ ଦ୍ବାରା ହିଁ ଘଟୁଛି । ଏହି ନିଶା କାରବାର ଯୁବ ସମାଜକୁ ଧିରେ ଧିରେ କାବୁ କରିଚାଲିଛି । କେବଳ ସେତିକି ନୁହେଁ, ଜିଲ୍ଲାରେ ଲୁକାୟିତ ଭାବରେ ଚାଲିଛି ନିଶା ଟାବ୍ଲେଟ ଓ କୋରକ୍ସ କାରବାର । ଯାହାକୁ ରୋକିବାରେ ପୋଲିସ ଫେଲ ମାରିଛି ବୋଲି ଚର୍ଚ୍ଚା ହେଉଛି । ଏହି ଅସାମାଜିକ କାର୍ଯ୍ୟ ଗୁଡ଼ିକୁ ଏବଂ ଅପରାଧକୁ ରୋକିବା ପାଇଁ ପୋଲିସର ଆକ୍ସନ ମୋଡ଼କୁ ହିଁ ଅପେକ୍ଷା ।

ଇଟିଭି ଭାରତ ,ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.