ETV Bharat / state

ବୌଦ୍ଧ ଜଙ୍ଗଲରେ ସକ୍ରିୟ ପଶୁ ଶିକାରୀ, ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲା ବନ ବିଭାଗ - ବୌଦ୍ଧରେ ବନ୍ୟପ୍ରାଣୀ ଶିକାର

Wildlife Hunting In Boudh Forest: ବୌଦ୍ଧ ଜିଲ୍ଲାରେ ସକ୍ରିୟ ହେଲାଣି ବନ୍ୟପ୍ରାଣୀ ଶିକାରୀ । ଦୁଇ ଦିନ ତଳେ ଜଣେ ଶିକାରୀ ବାର୍‌ହା ମାଂସ ସହ ଗିରଫ ହୋଇଥିବା ବେଳେ ଏବେ ପଶୁ ଶିକାର ରୋକିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ବନ ବିଭାଗ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Mar 3, 2024, 10:48 AM IST

Updated : Mar 3, 2024, 2:14 PM IST

ବୌଦ୍ଧ ଜଙ୍ଗଲରେ ସକ୍ରିୟ ପଶୁ ଶିକାରୀ

ବୌଦ୍ଧ: ଜିଲ୍ଲାରେ ବୃଦ୍ଧି ପାଉଛି ତାପମାତ୍ରା । ଏହାଦ୍ବାରା ବନାଗ୍ନି ଓ ଜଳସ୍ତର ହ୍ରାସ ପାଉଥିବାରୁ ବନ୍ୟଜନ୍ତୁଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡୁଛି । ବିଶେଷକରି ମାର୍ଚ୍ଚ ମାସ ଠାରୁ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବନାଗ୍ନି ଯୋଗୁଁ ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ହେବା ସହିତ ବନ୍ୟଜନ୍ତୁ ଗୁରୁତର ପ୍ରଭାବିତ ହୋଇଥାନ୍ତି । ଏଭଳି ସମୟରେ ବେଶ୍ ସକ୍ରିୟ ହୋଇଉଠିଛନ୍ତି ପଶୁ ଶିକାରୀ । ବନ୍ୟଜନ୍ତୁଙ୍କ ଶିକାର ପାଇଁ ଶିକାରୀମାନେ ଛକି ବସିଛନ୍ତି । ବର୍ତ୍ତମାନ ଏହିପରି ଜଣେ ଶିକାରୀଙ୍କ ଠାରୁ ଏକ କ୍ବିଣ୍ଟାଲ ଜଙ୍ଗଲୀ ବାର୍‌ହା ମାଂସ ଜବତ କରାଯାଇଥିବା ବେଳେ ଶିକାର ରୋକିବାକୁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ବନ ବିଭାଗ ।

ଗୋଟିଏ ପଟରେ ଜିଲ୍ଲାରେ ଉତ୍ତାପ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ବନ୍ୟଜନ୍ତୁ ଶିକାରୀମାନେ ସକ୍ରିୟ ହୋଇଉଠିଛନ୍ତି । ବୌଦ୍ଧ ଜିଲ୍ଲାର ପାଞ୍ଚଟି ବନାଞ୍ଚଳରେ ବର୍ତ୍ତମାନ ଠାରୁ ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବନାଗ୍ନି ରୋକିବାକୁ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ଠାରୁ ମେ' ମାସ ପର୍ଯ୍ୟନ୍ତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ହୋଇଥାଏ । ଏହାଛଡା ଜଙ୍ଗଲ ଅଞ୍ଚଳରେ ଜଳସ୍ତର ହ୍ରାସ ଯୋଗୁଁ ବନ୍ୟଜନ୍ତୁମାନେ ଜନବସତି ମୁହାଁ ହୋଇଥାନ୍ତି । ଆଉ ଏହି ସମୟରେ ଶିକାରୀମାନଙ୍କ ହାବୁଡରେ ପଡିଯାନ୍ତି ବନ୍ୟଜନ୍ତୁ ।

ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ବୌଦ୍ଧ ବନ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ଓ୍ବାଟର ବଡ଼ି ବା ଜଳାଶୟ ନିର୍ମାଣ କରାଯାଇଛି । ଏଥିସହ ସ୍ଥାନୀୟ ଅଧିବାସୀଙ୍କୁ ସଚେତନ କରାଯାଇ ବନାଗ୍ନି ରୋକିବା ତଥା ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତଥାପି ବନ୍ୟପ୍ରାଣୀଙ୍କ ଶିକାର ପାଇଁ ଶିକାରୀମାନେ ସକ୍ରିୟ ହୋଇ ଉଠିଥିବା ଯୋଗୁଁ ବନ ବିଭାଗ ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ଏନେଇ ଜିଲ୍ଲା ସହକାରୀ ବନ ସଂରକ୍ଷକ ବିସ୍ତୃତ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବାଘଙ୍କ ପାଇଁ ଲାଗିଥିଲା CCTV, ଧରାପଡ଼ିଲା ଦୁର୍ଦ୍ଦାନ୍ତ ଶିକାରୀ

ସେପଟେ ଦୁଇ ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲା କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟର ଡୁଇସିଙ୍ଗ ଅଞ୍ଚଳରୁ ଏକ ବିଶାଳକାୟ ଜଙ୍ଗଲୀ ବାରହାକୁ ଦୁଇ ଖଣ୍ଡ କାଟି ଦୁଇଟି ବାଇକରେ ଚାରିଜଣ ଯୁବକ ଏକ ଭୋଜି ପାଇଁ ଚାରିଛକ ଆଡ଼କୁ ନେଉଥିବା ବେଳେ ବନ୍ୟପ୍ରାଣୀ ସୁରକ୍ଷା ଦାୟିତ୍ବରେ ଥିବା ପାଟ୍ରୋଲିଂ ଟିମ୍ ହାବୁଡ଼ରେ ପଡ଼ିଥିଲେ । ଏହାପରେ ଯୁବକମାନେ ବାରହା ମାଂସକୁ ଫିଙ୍ଗି ଫେରାର୍ ହୋଇଯିବାକୁ ଉଦ୍ୟମ କରୁଥିବା ସମୟରେ ବନ କର୍ମଚାରୀମାନେ ଜଣେ ଯୁବକକୁ କାବୁ କରିନେଇଥିଲେ । ପୁରୁଣା କଟକ ଅଞ୍ଚଳର ଉକ୍ତ ଯୁବକକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବର୍ତ୍ତମାନ ଭୋଜିଭାତ ସମୟ ଥିବାରୁ ଜିଲ୍ଲାର ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ସମୟରେ ଏଭଳି ବନ୍ୟଜନ୍ତୁଙ୍କ ଶିକାର ହେଉଥିବା ଅଭିଯୋଗ ହୋଇଆସୁଛି । ଏନେଇ ଉଭୟ ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବନ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 3, 2024, 2:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.