ETV Bharat / state

ନିର୍ବାଚନ ପୂର୍ବରୁ ଅଶାନ୍ତ ହେଉଛି ପୁରୀ, ୨୪ ଘଣ୍ଟା ମଧ୍ୟରେ ହତ୍ୟା ସହ ବୋମାମାଡ - Bomb Attack In Puri

author img

By ETV Bharat Odisha Team

Published : Apr 3, 2024, 8:27 PM IST

Bomb Attack In Puri: ଦିନକୁ ଦିନ ପୁରୀ ସହର ହେଉଛି ଅଶାନ୍ତ । ଚକ୍ରତୀର୍ଥ ରୋଡରେ ଯୁବକଙ୍କ ହତ୍ୟାକାଣ୍ଡକୁ 2୪ ଘଣ୍ଟା ନପୁରୁଣୁ ଗୋପାଳପୁର ଠାରେ ଆଇନଜୀବୀଙ୍କ ଉପରେ ହୋଇଛି ବୋମାମାଡ । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ଅଶାନ୍ତ ହେଉଛି ପୁରୀ, ୨୪ ଘଣ୍ଟା ମଧ୍ୟରେ ହତ୍ୟା ସହ ବୋମାମାଡ

ପୁରୀ: ମୁଣ୍ଡ ଉପରେ ନିର୍ବାଚନ ରହିଥିବା ବେଳେ ପୁଣି ଥରେ ପୁରୀ ହୋଇଛି ଅଶାନ୍ତ । ଗତକାଲି ଜଣେ ଯୁବକକୁ ହତ୍ୟାକାଣ୍ଡ ଘଟଣାର 24 ଘଣ୍ଟା ବିତିନଥିବା ବେଳେ ପୁଣି ଜଣେ ଆଇନଜୀବୀଙ୍କ ଉପରେ ବୋମାମାଡ ହେଇଛି । ପୁରୀ ପେଣ୍ଠକଟା ମେରାଇନ୍ ଥାନା ଗୋପାଳପୁର ଠାରେ ବୋମାମାଡ ହୋଇଛି । ଆଇନଜୀବୀ ଜଣକ ଗୁରୁତର ହୋଇ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର ହୋଇଛନ୍ତି । ଆଇନଜୀବୀଙ୍କ ନାମ ହେଉଛି ସୁବାଷ ଚନ୍ଦ୍ର ସାହୁ । ସେ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ବୋମାମାଡ ଘଟଣାର ସଠିକ ତଥ୍ୟ ମିଳିପାରିନାହିଁ । ପେଣ୍ଠକଟା ମେରାଇନ ଥାନା ପୁଲିସ ଜଣକୁ ଅଟକ ରଖି ଅନୁସନ୍ଧାନ ଆରମ୍ଭ କରିଛି । ସୂଚନା ଅନୁସାରେ ଆଇନଜୀବୀ ଜଣକ ସାଇକେଲ ଯୋଗେ ଯାଉଥିବା ବେଳେ ତାଙ୍କ ଉପରକୁ ବୋମାମାଡ ହୋଇଥିଲା । ଏଥିରେ ସେ ଗୁରୁତର ହୋଇଥିଲେ । ତାଙ୍କ ହାତରେ ଗଭୀର କ୍ଷତ ହୋଇଛି ।

ଘଟଣାଟି ଆଜି ଅପରାହ୍ନରେ ଘଟିଥିବା ଜଣାପଡିଛି । ତେବେ ପୁରୀ ସହରରେ ହତ୍ୟା ଓ ବୋମାମାଡକୁ ନେଇ ଲୋକଙ୍କ ଭିତରେ ଭୟ ଖେଳିଯାଇଛି । ଅନ୍ୟପଟେ ପୁରୀ ସି ବିଚ୍ ଥାନା ଚକ୍ରତୀର୍ଥ ରୋଡରେ ହତ୍ୟାକାଣ୍ଡ ହେଇଛି । ଜଣେ ଯୁବକକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ମୃତ ଯୁବକ ହେଲେ ପେଣ୍ଠକଟା ମେରାଇନ୍ ଥାନା ବାଲି ଗୁଆଳି ଗ୍ରାମର ବିକ୍ରମ କେଶରୀ ପ୍ରଧାନ । ତେବେ ଘଟଣା ଜଣାପଡିବା ପରେ ପୁରୀ ସି ବିଚ୍ ଥାନା ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ନିଜେ ଅତିରିକ୍ତ ଏସପି ସୁଶିଲ ମିଶ୍ର ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତେବେ କିଏ ଓ କାହିଁକି ହତ୍ୟା କଲା, ସେ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ସ୍ପଷ୍ଟ ଜଣାପଡିନାହିଁ ।

ଏହା ମଧ୍ୟ ପଢନ୍ତୁ...ପୁରୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା, କାରଣ ଖୋଜୁଛି ପୋଲିସ - Murder In Puri

ତେବେ ଉକ୍ତ ଯୁବକ ଜଣଙ୍କ ଏକ ହୋଟେଲରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଏଣୁ ହୋଟେଲକୁ ଯାଇ ମଧ୍ୟ ପୋଲିସ୍ ତଦନ୍ତ କରିବ। ପୁର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଛି ନା ଆଉ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ହୋଇଛି ତାହା ପୋଲିସ୍ ତଦନ୍ତ କରୁଛି । ତେବେ ନିଶା କାରବାର ଯୋଗୁଁ ଏହି ହତ୍ୟା ଘଟଣା ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ପୋଲିସ ଏହାକୁ ଖଣ୍ଡନ କରିଛି । ଘଟଣାର ତଦନ୍ତ ଚାଲିଥିବାରୁ ନିଶା କାରବାର ନେଇ ହତ୍ୟା ଘଟଣା ଘଟିଥିବା ଏବେ କହିହେବ ନାହିଁ ବୋଲି ପୁରୀ ଅତିରିକ୍ତ ଏସପି ସୁଶିଲ ମିଶ୍ର କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.