ETV Bharat / state

ବଢୁଛି ଏନଏସି ଅସନ୍ତୋଷ, କ୍ରିୟାନୁଷ୍ଠାନ କମିଟିର ବୋଲଗଡ଼ ବନ୍ଦ ଡାକରା - Khordha

Protest Over NAC Demand In Bolagarh: ବୋଲଗଡ଼କୁ NAC ଘୋଷଣା ପାଇଁ ଦାବି ଜୋର ଧରିଛି । ଆଜି ବୋଲଗଡ଼ ଏନଏସି କ୍ରିୟାନୁଷ୍ଠାନ କମିଟି ଆହ୍ବାନ କ୍ରମେ ବୋଲଗଡ଼ ବନ୍ଦ ଡାକରା ଦିଆଯିବା ସହ ଶତାଧିକ ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ

ବଢୁଛି ଏନଏସି ଅସନ୍ତୋଷ, କ୍ରିୟାନୁଷ୍ଠାନ କମିଟିର ବୋଲଗଡ଼ ବନ୍ଦ ଡାକରା

author img

By ETV Bharat Odisha Team

Published : Feb 28, 2024, 5:08 PM IST

ବଢୁଛି ଏନଏସି ଅସନ୍ତୋଷ, କ୍ରିୟାନୁଷ୍ଠାନ କମିଟିର ବୋଲଗଡ଼ ବନ୍ଦ ଡାକରା

ଖୋର୍ଦ୍ଧା: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଏନଏସି ବିବାଦ । ରାଜ୍ୟ ସରକାର ନିକଟରେ ଘୋଷଣା କରିଥିବା ୩୫ଟି ନୂଆ ଏନଏସିକୁ ନେଇ ସ୍ଥାନେ ସ୍ଥାନେ ଅସନ୍ତୋଷ ଦେଖାଦେଇଛି । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବ୍ୟାପିଛି ଏନଏସି ନିଆଁ । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆକୁ NAC ଘୋଷଣା କରାଯିବା ପରେ ଏବେ ବୋଲଗଡ଼କୁ ମଧ୍ୟ NAC ଘୋଷଣା ପାଇଁ ଦାବି ଜୋର ଧରିଲାଣି । ପୂର୍ବରୁ ରାଜ୍ୟ ସରକାର ଦେଇଥିବା ପ୍ରତିଶୃତି ମଧ୍ୟ ତାହାକୁ ପୂରଣ କରି ନାହାନ୍ତି । ତେଣୁ ଆଜି ରାଜରାସ୍ତାରେ ଆନ୍ଦୋଳନ କରିଛି ବୋଲଗଡ଼ ଏନଏସି କ୍ରିୟାନୁଷ୍ଠାନ କମିଟି ।

ଏଥି ପାଇଁ ସିଧାସଳଖ ସରକାରଙ୍କୁ ଦାୟୀ କରିଥିବା ବେଳେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ତେଣୁ ସରକାର ବୋଲଗଡ଼କୁ ଏନଏସି ଘୋଷଣା କରି ନିଜ ଲୋକପ୍ରିୟତା ବଜାୟ ରଖିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି । କ୍ରିୟାନୁଷ୍ଠାନ କମିଟିର ସଭାପତି କହିଛନ୍ତି ଯେ ଗତ ୨୦୧୧ ରେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଏ ସମ୍ପର୍କରେ ପ୍ରସ୍ତାବ ଗୃହୀତ ହୋଇଛି ବୋଲି କହିବା ସହ ୨୦୧୯ ମସିହାରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ବୋଲଗଡ଼କୁ ଏନଏସି ମାନ୍ୟତା ମିଳିବା କଥା ଦୋହରାଇଥିଲେ । ସରକାର ନିଜ କଥାକୁ ନରଖି କ୍ରମାଗତ ଭାବେ ବୋଲଗଡ଼କୁ ଅବହେଳା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ ... ତେଜୁଛି ଏନଏସି ଦାବି ନିଆଁ, ପ୍ରତିବାଦରେ ମଦନପୁର ରାମପୁର ବନ୍ଦ ଡାକରା

ଆଜି ବୋଲଗଡ଼ ଏନଏସି କ୍ରିୟାନୁଷ୍ଠାନ କମିଟି ଆହ୍ବାନ କ୍ରମେ ବୋଲଗଡ଼ ବନ୍ଦ ଡାକରା ଦିଆଯିବା ସହ ଶତାଧିକ ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବୋଲଗଡ଼ ଏନଏସି କ୍ରିୟାନୁଷ୍ଠାନ କମିଟି ଆହ୍ବାନ କ୍ରମେ ଆଜି ସକାଳୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଆନ୍ଦୋଳନକାରୀ ମାନେ ଏକ ଶୋଭାଯାତ୍ରାରେ ବୋଲଗଡ଼ ସହର ପରିକ୍ରମା କରିବା ସହ ବୋଲଗଡ଼ର ସମସ୍ତ ସରକାରୀ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରିଥିଲେ । ଆନ୍ଦୋଳନକାରୀଙ୍କ ଦାବି ଯେ ରାଜ୍ୟ ସରକାର ବେଗୁନିଆକୁ ଏନଏସି ଘୋଷଣା କରିଥିବା ବେଳେ ବୋଲଗଡ଼ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି । ତେଣୁ ଆଜିର ଆନ୍ଦୋଳନ ପରେ ସରକାର ଯଦି ଏଥିପ୍ରତି ପଦକ୍ଷେପ ନ ନିଅନ୍ତି ଆଗାମୀ ଦିନରେ ଭୋଟ ବର୍ଜନ ସହ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଚେତାବନୀ ଦେଇଛନ୍ତି । କିନ୍ତୁ ଏ ସମ୍ପର୍କରେ ଜିଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.