ETV Bharat / state

ଗୋଲମରିଚ ଚାଷ ଉପରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ, କମୁଛି ଅମଳ ଚିନ୍ତାରେ କୋରାପୁଟ ଚାଷୀ - Climate Change Effect - CLIMATE CHANGE EFFECT

Black Pepper Production Affected: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗୋଲମରିଚ ଚାଷ ପ୍ରଭାବିତ, କମ ଅମଳ ହେବାରୁ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ

Black Pepper Production Affected
Black Pepper Production Affected
author img

By ETV Bharat Odisha Team

Published : Mar 22, 2024, 12:28 PM IST

Updated : Mar 22, 2024, 3:36 PM IST

Black Pepper Production Affected

କୋରାପୁଟ: କୋରାପୁଟ କଫି ପରି ବଜାରରେ ଗୋଲମରିଚର ଚାହିଦା ଢେର ରହିଛି । କଫି ପରି କୋରାପୁଟରେ ବହୁଳ ଗୋଲମରିଚ ଚାଷ ହେଉଛି । କିନ୍ତୁ ଚଳିତ ବର୍ଷ ଗୋଲମରିଚ ଚାଷକୁ ନେଇ ଚିନ୍ତାରେ ରହିଛନ୍ତି ଚାଷୀ । ଜଳବାୟୁ ପରିବର୍ତ୍ତନ ହୋଇ ଉତ୍ପାଦନ କମ ହୋଇଛି । ଠିକ୍‌ ସମୟରେ ଫୁଲ ଧରିଥିଲେବି ଫଳ ହେଲାନାହିଁ । ଆଉ ସବୁଠୁ ବଡ କଥା ହେଲା ଅମଳ ସମୟର ଦୁଇ ମାସ ପୂର୍ବରୁ ଅମଳ ଶସ୍ୟ ପରିପକ୍ବ ହୋଇଗଲା । ଯେଉଁଠି ଏକର ପ୍ରତି ଦୁଇଶହ କେଜି ଅମଳ ହେବା କଥା ସେଠାରେ ମାତ୍ର ୫୦ କେଜି ଅମଳ ହେଉଛି । ଯାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ବର୍ଷକ ଯାକର ଖର୍ଚ୍ଚ ସହ ବଜାରରେ ଅଭାବୀ ବିକ୍ରି ଚିନ୍ତା ବଢାଇଛି ।

ସାଧାରଣତଃ କୋରାପୁଟ ଜିଲ୍ଲାରେ ଗୋଲମରିଚର ଅମଳ ଏପ୍ରିଲ ଶେଷ ସପ୍ତାହରୁ ଆରମ୍ଭ ହୋଇ ମେ ଶେଷ ସପ୍ତାହ ଯାଏ ଚାଲିଥାଏ । ତେବେ ଗତବର୍ଷ ମେ ଶେଷ ସପ୍ତାହରୁ ଜୁନ ଶେଷ ସପ୍ତାହ ଆଡକୁ ଗଛରେ ଫୁଲ ଆସିଥିଲା । କିନ୍ତୁ ଫଳ ପାକଳ ହେବା ସମୟରେ ନଭେମ୍ବର ଓ ଡିସେମ୍ବର ମାସରେ ଲଘୁଚାପ ଜନିତ ବର୍ଷା ହେତୁ ସବୁ ଫଳ ନଷ୍ଟ ହୋଇଗଲା । ଆଉ ଯେଉଁ ଫଳ ରହିଥିଲା ତାହା ବହୁ ପୂର୍ବରୁ ପରିପକ୍ବ ହୋଇଥିଲା । କୋରାପୁଟ ଜିଲ୍ଲାର କୋରାପୁଟ, ଲମତାପୁଟ, ଦଶମନ୍ତପୁର, ନନ୍ଦପୁର, ପଟାଙ୍ଗୀ ବ୍ଲକରେ ସରକାରୀ ଓ ବେସରକାରୀ ଚାଷୀ ୨୫୦ ଏକର ଜମିରେ ଗୋଲମରିଚ ଚାଷ କରିଥିଲେ । ସରକାରୀ ଭାବେ ଭାବେ ୧୦୨ ଏକର ଜମିରେ ଚଳିତବର୍ଷ ଗୋଲମରିଚ ଚାଷ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-କୋରାପୁଟରେ ଗୋଲମରିଚ ପ୍ରକ୍ରିୟାକରଣ ୟୁନିଟ ପାଇଁ ଦାବି

ଏହାସହ ଲମତାପୁଟ, ନନ୍ଦପୁର ଓ ପଟାଙ୍ଗୀରେ ରହିଥିବା ଘ‌ରୋଇ ଚାଷୀ ନିଜ ଉଦ୍ୟମରେ ୧୩୮ ଏକର ଜମି ଓ ମସଲା ବୋର୍ଡର୧୦ ଏକର ଜମିରେ ଗୋଲମରିଚ ଚାଷ କରିଥିଲେ । ୨୦୨୩-୨୪ ଆର୍ଥିକ ବର୍ଷରେ ଏକର ପ୍ରତି ୫୦ କେଜିରୁ ୮୦ କେଜି ଅମଳ ହୋଇଛି । ଚଳିତବର୍ଷ ବର୍ଷ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ସୁଦ୍ଧା ଅମଳ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଥିବାବେଳେ ଅମଳ ଦେଖି ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି ଚାଷୀ । ଗତବର୍ଷ କୋରାପୁଟ ଜିଲ୍ଲାରେ ପ୍ରାୟ ୨୫୦ ଏକର ଜମିରେ ଚାଷ କରାଯାଇଥିଲା । ଗୋଟିଏ ଏକରକୁ ୨୫୦ରୁ ୩୦୦କେଜି ଅମଳ ହେଉଥିଲା ବେଳେ ଚଳିତବର୍ଷ ତାହା ୪୦ରୁ ୫୦ କେଜି ହୋଇଛି । ଚଳିତବର୍ଷ ଏହି ଜଳବାୟୁ ପରିବର୍ତ୍ତନ ହେବା ଘଟଣା ଚିନ୍ତା ବଢାଇଛି ।

ଗୋଲମରିଚ ଏକ ବ୍ୟବସାୟିକ ମସଲା ଜାତୀୟ ଚାଷ । ଯେଉଁଠି ୧୦ରୁ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ଅନୁଭୂତ ହେଉଥିବ ସେଠି ଏହି ଚାଷ କରାଯାଇ ପାରିବ । ଏହି ଗଛ ୮ରୁ ୧୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢ଼ିପାରେ ଓ ୨୫ରୁ ୩୦ ବର୍ଷ ପର୍ଯ୍ୟନ୍ତ ଭଲ ଫଳ ଦେଇଥାଏ । ଏମିତିକି ଏହି ଗଛ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରେ। ଏନେଇ ସେଭେନ ହିଲସ କଫି ବଗିଚାର ଗୋଲମରିଚ ଚାଷୀ ସୁଶାନ୍ତ ପଣ୍ଡା କହିଛନ୍ତି, ''ଚଳିତ ଋତୁରେ ଗୋଲମରିଚ ଗଛରେ ଭଲ ଫୁଲ ଧରିଥିଲା । ଫୁଲରୁ ଫଳମଧ୍ୟ ଭଲ ହୋଇଥିଲା, ହେଲେ ଅମଳ ହେଲାନାହିଁ । ଅମଳ ବେଳକୁ ତାହା ବହୁତ କମ୍‌ ହୋଇଛି । ନଭେମ୍ବରରୁ ଡିସେମ୍ବର ମାସରେ ହାଠାତ ବର୍ଷା ହୋଇଥିଲା । ଏହାପରେ ହଠାତ ପରିପକ୍ବ ହୋଇଥିଲା, ଯେଉଁ ଫଳ ଗଛରେ ରହିବା କଥା ତାହା ଗଛରୁ ତଳକୁ ଝଡିବା ଆରମ୍ଭ କରିଥିଲା । ସେଥିରେ ବିଜ ନ ଥିବାରୁ ସବୁ ନଷ୍ଟ ହୋଇଛି । ଯେଉଁଠି ଏକରକୁ ୨୫୦ରୁ ୩୦୦କେଜି ଅମଳ ହୋଉଥିଲା ଚଳିତବର୍ଷ ତାହା ୫୦ରୁ ୮୦ କେଜିକୁ ହ୍ରାସ ପାଇଛି । ''

ଇଟିଭି ଭାରତ, କୋରାପୁଟ

Last Updated : Mar 22, 2024, 3:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.