ETV Bharat / state

ମାଲକାନଗିରିରେ ନବୀନ ଓଡ଼ିଶା ବ୍ୟାଗ ଜାଳିଲା ବିଜେପି - ନବୀନ ଓଡିଶା ବ୍ୟାଗ

Naveen Odisha Bag Row: ମାଲକାନଗିରିରେ ନବୀନ ଓଡ଼ିଶା ବ୍ୟାଗ ଜାଳିଲା ବିଜେପି । ହୀନ ରାଜନୀତି କରୁଥିବା କହି ନିଆଁ ଲଗାଇଲେ ଦଳୀୟ କର୍ମୀ । ଅଧିକ ପଢନ୍ତୁ

ମାଲକାନଗିରିରେ ନବୀନ ଓଡିଶା ବ୍ୟାଗକୁ ବିରୋଧ
ମାଲକାନଗିରିରେ ନବୀନ ଓଡିଶା ବ୍ୟାଗକୁ ବିରୋଧ
author img

By ETV Bharat Odisha Team

Published : Feb 14, 2024, 1:48 PM IST

Updated : Feb 14, 2024, 2:11 PM IST

ମାଲକାନଗିରିରେ ନବୀନ ଓଡିଶା ବ୍ୟାଗକୁ ବିରୋଧ

ମାଲକାନଗିରି: ନବୀନ ଓଡ଼ିଶା ବ୍ୟାଗକୁ ନେଇ ମାଲକାନଗିରିରେ ଉତ୍ତେଜନା । ଏହି ବ୍ୟାଗ ପୋଡିଦେଲେ ବିଜେପି କର୍ମୀ । ରାଜ୍ୟ ସରକାର ନିଜର ପ୍ରଚାର ପ୍ରସାର କରିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା ଚଳାଉଛନ୍ତି । ଏପରି ପରିସ୍ଥିତିରେ ପ୍ରତି ପଞ୍ଚାୟତ, ମ୍ୟୁନିସିପାଲଟି, ଏନଏସି ୱାର୍ଡରେ ଚାଉଳ ପାଉଥିବା ହିତାଧିକାରୀଙ୍କୁ ମୋ ଓଡ଼ିଶା ନବୀନ ଓଡ଼ିଶା ଓ 5T ପ୍ରିଣ୍ଟ ଥିବା ଝୋଟୋ ବ୍ୟାଗ ଦିଆଯାଉଛି । ଖାଲି ବ୍ୟାଗ ଦେଉଥିବାକୁ ଏହାକୁ ବିରୋଧ କରାଯାଇଛି ।

କେତେକ ପଞ୍ଚାୟତମାନଙ୍କରେ ରାଜ୍ୟ ସରକାରଙ୍କ ବ୍ୟାଗ ବଣ୍ଟନ ଅଭିଯାନ ଆରମ୍ଭ ହୋଇଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଭିନ୍ନ ପଞ୍ଚାୟତରେ ବ୍ୟାଗ ବଣ୍ଟନ କରାଯାଉଛି । ଏଥିସହିତ ୧ ହଜାର ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଆରମ୍ଭ କରାଗଲାଣି । ଏହି ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମକୁ କେତେକ ସ୍ଥାନରେ ହିତାଧିକାରୀ ବିରୋଧ କରି ତାଙ୍କୁ ଦିଆଯାଇଥିବା ବ୍ୟାଗକୁ ସର୍ବ ସମ୍ମୁଖରେ ନିଆଁ ଲଗାଇ ପୋଡି ଦେଇଛନ୍ତି । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଜଣେ ହିତାଧିକାରୀଙ୍କ ବ୍ୟାଗ ପୋଡିବା ଘଟଣା ସମ୍ପର୍କରେ ମାଲକାନଗିରି ବିଡିଓ ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ପୋଲିସ୍ ଉକ୍ତ ବ୍ୟକ୍ତିଙ୍କୁ ଖୋଜୁଥିବାରୁ ଉକ୍ତ ହିତାଧିକାରୀଙ୍କୁ ସମର୍ଥନ ଦେଇ ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ଝୋଟି ବ୍ୟାଗ୍ ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଲେଖା ଥିବା ଶଙ୍ଖ ମାର୍କ ବ୍ୟାଗ ପୋଡ଼ି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: 'ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ'ରେ ହଙ୍ଗାମା, ଥାନାରେ ପହଞ୍ଚିଲା ବ୍ଲକ ଉପାଧ୍ୟକ୍ଷ ଓ ସରପ

ମାଲକାନଗିରି ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଜିଲ୍ଲାର ସମସ୍ତ ବିଜେପି କର୍ମକର୍ତ୍ତା ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କୁ ଘୋର ବିରୋଧ କରି ବ୍ୟାଗରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଥିଲେ । ଏଥିସହିତ ନବୀନ ସରକାରଙ୍କ ମନମୁଖୀ ଶାସନକୁ ବିରୋଧ କରିବା ସହିତ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ ମୁର୍ଦାବାଦ ନାରା ଦେଇଥିବା ଦେଖିବାକୁ ମିଳିଥିଲା । ଏଥିସହିତ ଜିଲ୍ଲା ବିଜେପି ପକ୍ଷରୁ ନିର୍ବାଚନ ପୂର୍ବରୁ ନବୀନ ସରକାରଙ୍କ ମିଛ ପ୍ରତିଶ୍ରୁତିର ପର୍ଦ୍ଦାଫାଶ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏନେଇ ବିଜେପୀ କର୍ମୀ କହିଛନ୍ତି, "ରାଜ୍ୟ ସରକାର ସମସ୍ତଙ୍କୁ ଖାଲି ବ୍ୟାଗ ପ୍ରଦାନ କରୁଛନ୍ତି । ଏଭଳି କରି ହୀନ ରାଜନୀତି କରୁଛନ୍ତି ରାଜ୍ୟ ସରକାର । ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଏମିତି କରିଲେ ଆଗାମୀ ଦିନରେ ଆମେ ଗାଁ ଗାଁ ବୁଲି ବିରୋଧ ପ୍ରଦର୍ଶନ କରିବୁ ।"

ଇଟିଭି ଭାରତ, ମାଲକାନଗିରି

Last Updated : Feb 14, 2024, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.