ETV Bharat / state

ଅରବିନ୍ଦ ଢାଲିଙ୍କ ପ୍ରାର୍ଥିତ୍ବକୁ ବିରୋଧ, କୁଶ ପୁତ୍ତଳିକା ଦାହ କଲେ ବିଜେପି କର୍ମୀ - BJP workers protest - BJP WORKERS PROTEST

BJP workers protest in Jayadev: ଜୟଦେବ ବିଧାନସଭା ଆସନରେ ଅରବିନ୍ଦ ଢାଲିଙ୍କ ପ୍ରାର୍ଥିତ୍ବକୁ ନେଇ ତାତିଲେ ବିଜେପି କର୍ମୀ । ଢାଲିଙ୍କ କୁଶପୁତ୍ତଳିକା ଦାହ କରିବା ସହ ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯାଇ ନଥିବା ଆଣିଲେ ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 3, 2024, 1:09 PM IST

Updated : Apr 3, 2024, 1:17 PM IST

ଅରବିନ୍ଦ ଢାଲିଙ୍କ ପ୍ରାର୍ଥୀତ୍ବକୁ ବିରୋଧ

ନିଆଳି: ରାଜଧାନୀ ଉପକଣ୍ଠକୁ ଲାଗିଥିବା ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅରବିନ୍ଦ ଢାଲିଙ୍କୁ ଟିକେଟ୍ ଦେଇଛି ବିଜେପି । ଗତକାଲି (ମଙ୍ଗଳବାର) ଏହି ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଜୟଦେବ ବିଜେପିରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଦଳର ବହୁ ଆଶାୟୀ ଓ କର୍ମୀମାନେ ଢାଲିଙ୍କ ପ୍ରାର୍ଥିତ୍ବକୁ ଦୃଢ ଭାବରେ ବିରୋଧ କରି ତାଙ୍କର କୁଶ ପୁତ୍ତଳିକା ଦାହ କହିଛନ୍ତି । ଏଥିସହ ଦଳ ଆଉ ଥରେ ପ୍ରାର୍ଥିତ୍ବ ପୁନର୍ବିଚାର କରି ଜୟଦେବ ଅଞ୍ଚଳରେ ଉପଯୁକ୍ତ ପ୍ରାର୍ଥୀ ଘୋଷଣା କରିବାକୁ ଦାବି କରିଛନ୍ତି ।

ଗତ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଥିଲେ ବିଧାୟକ ଅରବିନ୍ଦ ଢ଼ାଲି । ସେ ଜୟଦେବରୁ ବିଜେଡି ଟିକେଟରୁ ଦୁଇଥର ବିଧାୟକ ହୋଇଛନ୍ତି । କାଲି ବିଜେପିରୁ ପ୍ରାର୍ଥୀ ଘୋଷଣା ପରେ ଅରବିନ୍ଦ ଢ଼ାଲିଙ୍କୁ ବିରୋଧ କରାଯାଇଛି । ଢାଲିଙ୍କୁ ଟିକେଟ ମିଳିବା ପରେ ତାଙ୍କ ସମର୍ଥକ ଉତ୍ସାହିତ ଅଛନ୍ତି । ହେଲେ ବହୁ ଦଳୀୟ ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ଶହ ଶହ ସମର୍ଥକ ଏଥିରେ କ୍ଷୁବ୍ଧ ହୋଇଛନ୍ତି । ଏନେଇ ଜୟଦେବର ଅସନ୍ତୁଷ୍ଟ ବିଜେପି କର୍ମୀମାନେ ମଙ୍ଗଳବାର ସନ୍ଧ୍ୟାରେ ଶୋଭାଯାତ୍ରାରେ ବାଲିପାଟଣା ଛକରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ବିଧାୟକ ଅରବିନ୍ଦ ଢାଲିଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବିଭିନ୍ନ ନାରାବାଜି କରିଥିଲେ ।

ଦୁଇ ଥରର ବିଧାୟକ ଅରବିନ୍ଦ ଢାଲି ବିଗତ ଦିନରେ ଜୟଦେବରେ କିଛି ଉନ୍ନତିମୂଳକ କାର୍ଯ୍ୟ କରି ନାହାନ୍ତି ଏବଂ ପିସି ନେଇ ବିଧାୟକ ପାଣ୍ଠି ବିକ୍ରି କରୁଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ତେଣୁ ବିଜେପି ଦଳ ଉଚିତ ବିଚାର କରି ପ୍ରାର୍ଥୀ ଚୟନ କରିନାହିଁ ବୋଲି ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି ଏବଂ ଆଗାମୀ ଦିନରେ ଢାଲିଙ୍କୁ ଜୟଦେବରେ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି |

ଏହା ମଧ୍ୟ ପଢନ୍ତୁ: ଧର୍ମଶାଳା ଟିକେଟ୍‌କୁ ନେଇ କେଁ, ବିଜେପି କାର୍ଯ୍ୟାଳୟ ଆଗରେ ହିମାଂଶୁ ସମର୍ଥକଙ୍କ ହୋ ହଲ୍ଲା - ODISHA ASSEMBLY ELECTION

ସେହିପରି ପୂର୍ବତନ ବିଧାୟକ ପ୍ରାର୍ଥୀ ବସନ୍ତ ନାୟକ ଜୟଦେବରେ ବିଜେପି ବଞ୍ଚାଅ, ବିଦେଶୀ ହଟାଅ ନାରା ଦେଇଛନ୍ତି । ସେ ତାଙ୍କ ସମର୍ଥକଙ୍କ ସହ ବୈଠକ କରି ବୁଥ ସ୍ତରରୁ ବିଧାୟକ ଢାଲିଙ୍କୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଟିକେଟ ବଣ୍ଟା ପରେ ବିଭିନ୍ନ ହ୍ୱାଟ୍ସଆପ୍ ଗ୍ରୁପ ଓ ସୋସିଆଲ ମିଡିଆରେ ଢ଼ାଲିଙ୍କ ବିରୋଧରେ ଚର୍ଚ୍ଚା ଜାରି ରଖିଛନ୍ତି । ଅନ୍ୟପକ୍ଷରେ ବିଜେପି ସାଂସଦ ପାର୍ଥୀ ଅପରାଜିତା ଷଢଙ୍ଗୀଙ୍କୁ ଦଳ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ବିଧାୟକଙ୍କୁ ବିରୋଧ କରାଯିବ ବୋଲି ଖୋଲାଖୋଲି କହିଛନ୍ତି ଜୟଦେବ ବିଜେପି କର୍ମୀ ।‌ ଏ ସମ୍ପର୍କରେ ଅରବିନ୍ଦ ଢ଼ାଲିଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲା ହେଁ ତାଙ୍କ ଫୋନ ବନ୍ଦ ଥିବାରୁ ପ୍ରତିକ୍ରିୟା ମିଳି ପାରିନାହିଁ ।‌

ଇଟିଭି ଭାରତ, ନିଆଳି

Last Updated : Apr 3, 2024, 1:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.