ETV Bharat / state

‘ଖୁବଶୀଘ୍ର କୋଷ୍ଟାଲ ହାଇଓ୍ବେ ଓ ଭୁବନେଶ୍ବର ରିଙ୍ଗରୋଡ’: ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମନମୋହନ - MANMOHAN SAMAL RETURNS FROM DELHI

author img

By ETV Bharat Odisha Team

Published : Jul 27, 2024, 7:50 PM IST

Manmohan Samal Returns from Delhi: ଦିଲ୍ଲୀରୁ ଫେରିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଲେ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦି, ଶାହ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ହେଲା ଆଲୋଚନା । ରାଜ୍ୟର ଏକାଧିକ ବଡ ପ୍ରକଳ୍ପକୁ ମିଳିଛି ଅନୁମୋଦନ । ଡବଲ ସ୍ପିଡରେ କାମ କରିବ ଡବଲ ଇଞ୍ଜିନ ସରକାର । ଅଧିକ ପଢନ୍ତୁ

‘ଖୁବଶୀଘ୍ର କୋଷ୍ଟାଲ ହାଇଓ୍ବେ ଓ ଭୁବନେଶ୍ବର ରିଙ୍ଗରୋଡ’: ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଫେରିଲେ ମନମୋହନ
‘ଖୁବଶୀଘ୍ର କୋଷ୍ଟାଲ ହାଇଓ୍ବେ ଓ ଭୁବନେଶ୍ବର ରିଙ୍ଗରୋଡ’: ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଫେରିଲେ ମନମୋହନ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ କୋଷ୍ଟାଲ୍ ହାଇ-ୱେ, ଭୁବନେଶ୍ୱର ରିଙ୍ଗ୍‌ ରୋଡ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ସାଇକ୍ଲୋନ ଓ ସୁନାମୀ ପ୍ରୋଟେକ୍ସନ୍ ୱାଲ ପାଇଁ ଆଲୋଚନା ହୋଇଛି । ଖୋର୍ଦ୍ଧା ଟାଙ୍ଗୀରୁ କଟକ ଟାଙ୍ଗୀ ବାଇପାସ୍ ରୋଡ ପ୍ରକଳ୍ପକୁ ମଧ୍ୟ ଅନୁମତି ମିଳିଛି । ଏସବୁ ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ବିଜେପି ଯେଉଁ ଡବଲ ଇଞ୍ଜିନ କଥା କହିଛି, ତାହା କରିକି ଦେଖାଇବ । ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ, ଗଡକରୀଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ଭୁବନେଶ୍ବର ଫେରିବା ପରେ ଏପରି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

'ରାଜ୍ୟର ଏକାଧିକ ବଡ ପ୍ରକଳ୍ପକୁ ମିଳିଛି ଅନୁମୋଦନ'

ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବା ପାଇଁ ଗତକାଲି ଦିଲ୍ଲୀ ଯାଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଆଜି ଦିଲ୍ଲୀରୁ ଫେରିବା ପରେ ବିମାନ ବନ୍ଦରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମନମୋହନ କହିଛନ୍ତି, ‘‘ରାଜ୍ୟରେ ବିଜେପି ଯାହା ସବୁ କହିଥିଲା, ସେ ସବୁ ପୂରଣ କରିବ । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହ ଓ ସଡକ ପରିବହନ ମନ୍ତ୍ରୀ ଗଡକରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେଲା । କୋଷ୍ଟାଲ୍ ହାଇ-ୱେ, ଭୁବନେଶ୍ୱର ରିଙ୍ଗରୋଡକୁ ଅନୁମତି ମିଳିଛି । ସାଇକ୍ଲୋନ୍ ଓ ସୁନାମୀ ପ୍ରୋଟେକ୍ସନ ୱାଲ୍ ପାଇଁ ଆଲୋଚନା ହୋଇଛି । ଖୋର୍ଦ୍ଧା ଟାଙ୍ଗୀରୁ କଟକ ଟାଙ୍ଗୀ ବାଇପାସ୍ ରୋଡକୁ ନିର୍ମାଣ ଅନୁମତି ମିଳିଛି । ପ୍ରକୃତି ଆମକୁ ବହୁତ କିଛି ଦେଇଛି । ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ସୁଯୋଗ ରହିଛି । ଏହାର ସୁବିନିଯୋଗ କରାଯିବ । ପ୍ରଧାନମନ୍ତ୍ରୀ ଏବଂ ପୁରା ଟିମକୁ ଆମେ ଧନ୍ୟବାଦ ଦେବୁ । ପୋଲାଭରମ ପ୍ରକଳ୍ପକୁ ନେଇ ମଧ୍ୟ ଆଲୋଚନା ହୋଇଛି । ପୋଲାଭରମକୁ ନେଇ ନିଷ୍ପତ୍ତି ଶୀଘ୍ର ଜଣାଇ ଦିଆଯିବ ।’’

ଓଡ଼ିଶା ପର୍ଯ୍ୟଟନକୁ ଗୁରୁତ୍ବ:-

ଆହୁରି ମଧ୍ୟ ମନମୋହନ କହିଛନ୍ତି, ‘‘ଏଥର କେନ୍ଦ୍ରୀୟ ବଜେଟରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ବେଶ ଗୁରୁତ୍ୱ ଦିଆଯାଉଛି । ପର୍ଯ୍ୟଟନକୁ ନେଇ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ଯୁବପିଢିଙ୍କୁ ନିଯୁକ୍ତି ସହ ଅନେକ କିଛି ମିଳିପାରିବ । ପ୍ରକୃତି ଆମକୁ ବହୁତ୍ କିଛି ଦେଇଛି । ଓଡ଼ିଶାରେ ପର୍ଯ୍ୟଟନର ବିକାଶ ବେଳାଭୂମିଠାରୁ ଆରମ୍ଭ କରି ଜଙ୍ଗଲ ପର୍ଯ୍ୟନ୍ତ ସବୁ ଓଡ଼ିଶାରେ ଅଛି । ସେସବୁର ବିକାଶ କରାଯିବ ।

ବଜେଟ ଅବହେଳାକୁ ଖଣ୍ଡନ:-

ସେହିପରି ବିରୋଧୀଙ୍କ ବଜେଟରେ ଅବହେଳାକୁ ମନମୋହନ ଖଣ୍ଡନ କରିଛନ୍ତି । କହିଛନ୍ତି, ‘‘ସେମାନେ ଗତ 75 ବର୍ଷ ଧରି ଶାସନରେ ଥିଲେ । ସେମାନେ କଣ କରିଛନ୍ତି ସେକଥା କୁହନ୍ତୁ । ଆମେ ପାଞ୍ଚ ବର୍ଷର ମଧ୍ୟରେ ଯାହା କହିଛୁ ତାର 10ଗୁଣ କାମ କରିବୁ । ରାଜ୍ୟରେ କଣ ସବୁ କରାଯିବା ଆବଶ୍ୟକତା ରହିଛି, ବିରୋଧୀ ଆମକୁ ଉପଦେଶ ଦିଅନ୍ତୁ, ଆମେ ତାହା କଣ କରିବୁ ।’’

ଏହା ମଧ୍ୟ ପଢନ୍ତୁ :- ଆଳୁ ଟେନସନ: ମମତାଙ୍କ ସହ ଆଲୋଚନା ପରେ ମୋହନଙ୍କ ଟ୍ବିଟ୍, ସ୍ବାଭାବିକ ହେଲାଣି ଆମଦାନୀ ପ୍ରକ୍ରିୟା - POTATO CRISIS IN ODISHA

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନୀତି ଆୟୋଗ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଦିଲ୍ଲୀ ଗସ୍ତରେ ଅଛନ୍ତି । ରାଜ୍ୟରେ ଆଳୁ ସଙ୍କଟ ଦେଖାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଲୋଚନା ପରେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆମଦାନୀ ପ୍ରକ୍ରିୟା ସ୍ବାଭାବିକ ହୋଇଛି ଓ ସ୍ଥିତିରେ ସୁଧାର ଆସିଛି । ଆଳୁ ଦର ନିୟନ୍ତ୍ରଣ ଏବଂ ଯୋଗାଣ ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.