ETV Bharat / state

ଜଗନ୍ନାଥଙ୍କୁ ନେଇ ଭୋଟ ରାଜନୀତି କରିବାକୁ ଅପଚେଷ୍ଟା କରୁଛି ବିଜେଡି: ମନମୋହନ ସାମଲ - ମନମୋହନ ସାମଲ

Arpan Rath Collected Rice: ଜଗନ୍ନାଥଙ୍କ ନାଁ କୁ ବିକି ଭୋଟ ରାଜନୀତି କରିବାକୁ ଅପଚେଷ୍ଟା କରୁଛି ବିଜେଡ଼ି । ଭୁଲ ଲୁଚେଇବାକୁ ଯାଇ ଗୋଟିଏ ପରେ ଗୋଟିଏ ଭୁଲ କରି ଚାଲିଛି । ଅର୍ପଣ ରଥର କେତେ ଟଙ୍କା ଆସିଥିଲା ତାହା ହିସାବ କିଏ ଦେବ? । ଅଧିକ ପଢନ୍ତୁ

ଜଗନ୍ନାଥଙ୍କୁ ନେଇ ଭୋଟ ରାଜନୀତି କରିବାକୁ ଅପଚେଷ୍ଟା କରୁଛି ବିଜେଡି: ମନମୋହନ ସାମଲ

author img

By ETV Bharat Odisha Team

Published : Feb 6, 2024, 8:21 PM IST

ଜଗନ୍ନାଥଙ୍କୁ ନେଇ ଭୋଟ ରାଜନୀତି କରିବାକୁ ଅପଚେଷ୍ଟା କରୁଛି ବିଜେଡି: ମନମୋହନ ସାମଲ

ଭୁବନେଶ୍ୱର: ଜଗନ୍ନାଥଙ୍କ ନାଁକୁ ବିକି ଭୋଟ ରାଜନୀତି କରିବାକୁ ଅପଚେଷ୍ଟା କରୁଛି ବିଜେଡ଼ି । ଭୁଲ ଲୁଚେଇବାକୁ ଯାଇ ଗୋଟିଏ ପରେ ଗୋଟିଏ ଭୁଲ କରି ଚାଲିଛି । ଅର୍ପଣ ରଥର କେତେ ଟଙ୍କା ଆସିଥିଲା ତାହା ହିସାବ କିଏ ଦେବ ? ଆଇପିସି 292-ଏରେ ଏମାନଙ୍କୁ ଗିରଫ କରି ଜେଲ ପଠାଯାଉ । ବିଜେଡିରେ ଯେଉଁମାନେ ସ୍ୱାଭିମାନୀ ଅଛନ୍ତି ଏହି କଥାକୁ ବିରୋଧ କରନ୍ତୁ । ସାରା ଓଡ଼ିଶାର ଲୋକ ବିରୋଧ କରିବା ଦରକାର । ପୁରୀରେ ଅର୍ପଣ ରଥରେ ଚାଉଳ କାନିକା ବାଣ୍ଟିବା ଘଟଣା ପ୍ରସଙ୍ଗରେ ଆଜି ପ୍ରେସମିଟ କରି ଏହି ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ମନମୋହନ ସାମଲ କହିଛନ୍ତି, ‘‘ଗତ ଦୁଇ ଦିନ ଧରି ପୁରୀ ଶ୍ରୀମନ୍ଦିରରେ ଚାଞ୍ଚଲ୍ୟକର ବିଷୟ ସମସ୍ତଙ୍କ ସାମ୍ନାକୁ ଆସିଛି । ସେଇ କଥା ନେଇ ଓଡ଼ିଆଙ୍କ ମନ ବ୍ୟଥିତ ହୋଇଛି, ଚିନ୍ତା ବଢ଼ିଛି । ଶହ ଶହ ବର୍ଷ ଧରି ଜଗନ୍ନାଥ ସଂସ୍କୃତିରେ ଜଗନ୍ନଥଙ୍କୁ ରାଜନୀତିରେ ସମ୍ପୃକ୍ତି କରାଯାଇନି । ଜଗନ୍ନାଥଙ୍କୁ ସମସ୍ତେ ମାନନ୍ତି । ଅର୍ପଣ ଚାଉଳ ସଂଗ୍ରହ ହେଲା ତାକୁ ନେଇ ପ୍ରଶ୍ନ କଲେ ସାଧାରଣ ଲୋକେ । ଶ୍ରୀମନ୍ଦିରକୁ ଉଷୁନା ଚାଉଳ ଯିବା ଦୁର୍ଭାଗ୍ୟଜନକ ବିଷୟ । ଏହାକୁ ଆମେ ବିରୋଧ କରୁଛୁ । ଜଗନ୍ନାଥ ମନ୍ଦିରକୁ ନିୟନ୍ତ୍ରଣ କରିବା ଆମ ସଂସ୍କୃତିକୁ ନଷ୍ଟ କରିବା ଅଧିକାର କାହାର ନାହିଁ । ମହାପ୍ରସାଦରେ ଉଷୁନା ଚାଉଳ ହେବ ତାକୁ କେହି କଳ୍ପନାରେ ଭାବି ନଥିଲେ । ଏହା ସମସ୍ତଙ୍କୁ ଚିନ୍ତା ଘାରିଛି । ଗୋ ମାଂସ ଭକ୍ଷଣ କରୁଥିବା ଲୋକକୁ ମନ୍ଦିର ଭିତରକୁ ପ୍ରବେଶ କରାଗଲା । ଗୋଟେ ଭୁଲ ପାଇଁ 100ଟା ଭୁଲ କାମ ବିଜେଡି କରୁଛି । ଯେଉଁମାନେ ଏଥିରେ ସମ୍ପୃକ୍ତି ଅଛନ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ବିଭିନ୍ନ ଜାଗାରେ ଜଗନ୍ନାଥଙ୍କୁ ଅପମାନ କରାଗଲା । କେଉଁଠି ଅର୍ପଣ ନାମରେ ଭୋଜି ଭାତ କଲେ ଲୋକେ । ମନ୍ଦିର ପରିଚାଳନା କମିଟି କହିଲା 50 ହଜାର ଟଙ୍କା ଜମା ହୋଇଛି । ସେ ଟଙ୍କାର ରିସିଭ ଅଛିକି ? ଏନେଇ ଆମେ ଲୋକଙ୍କ ପାଖକୁ ଯିବୁ । ଆଲୋଚନା ମାଧ୍ୟମରେ ଲୋକଙ୍କୁ ବୁଝାଇବୁ । ସବୁଆଡ଼େ ଅର୍ପଣ ରଥ ନାମରେ ରାଜନୀତି ହୋଇଛି ଏମାନଙ୍କୁ ଆଇପିସି 292-ଏରେ ଗିରଫ କରି ଜେଲ ପଠାଯାଉ ।’’

ଅଧିକ ପଢନ୍ତୁ- କାମାକ୍ଷାନଗରରୁ ପୁରୀ ଅଭିମୁଖେ ଅର୍ପଣ ଚାଉଳ

ସେହିପରି ବିଜେପି ସଭାପତି କହିଛନ୍ତି ଜଗନ୍ନାଥଙ୍କୁ ନେଇ ରାଜନୀତି କରାଯାଉନାହିଁ । ଅର୍ପଣ ଚାଉଳ ସଂଗ୍ରହ ହେଉଥିଲା । ଶ୍ରୀମନ୍ଦିରର ଉଷୁନା ଚାଉଳ ବାହାରିଲା । ସମସ୍ତେ ପ୍ରଶ୍ନ କଲେ । ମହାପ୍ରସାଦରେ ଉଷୁନା ଚାଉଳ ଚିନ୍ତା ଜନକ । ଅର୍ପଣ ଚାଉଳକୁ ଭୋଜି ଭାତ କରି ଖୁଆଇଦେଲେ । ମନ୍ଦିର କମିଟି କହିଲା 50 ହଜାର ଜମା ହୋଇଛି । ସଂଗ୍ରହ ପଇସା ଗଲା କୁଆଡେ । ବିଜେଡି ଖଟୁଲି ଖାଇ ଠାକୁର ଖାଇଦେବ । ଅର୍ପଣ ରଥ ଚାଉଳ, ପଇସା ହିସାବ କିଏ ଦେବ। ଏକ ଅଭାବନୀୟ ପରିସ୍ଥିତିରେ ବିଜେଡି କୁକର୍ମରେ ଭାଗୀ ହୋଇଛି । ଲୋକମାନେ କ୍ଷମା ଦେବେ ନାହିଁ । ଏ କଥା ବିଧାନସଭାରେ ଉଠାଇବେ ଆମ ବିଧାୟକମାନେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.