ETV Bharat / state

କାହିଁକି ବିଜେପି ଫୋକସରେ ପୁରୀ ! ପ୍ରଥମ କାର୍ଯ୍ୟକାରିଣୀ ଉଦଯାପନୀ ଦିବସରେ କ’ଣ ସଙ୍କଳ୍ପ ନେବ ଦଳ - BJP State executive meet

author img

By ETV Bharat Odisha Team

Published : Jul 20, 2024, 11:06 AM IST

BJP State executive meeting in puri: ନିର୍ବାଚନରୁ ସରକାର ପର୍ଯ୍ୟନ୍ତ ବିଜେପି ଫୋକସରେ ପୁରୀ । ଆଜି ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀର ଅନ୍ତିମ ଦିବସ । କଣ ସଙ୍କଳ୍ପ ପାରିତ କରିବ ଦଳ । ଅଧିକ ପଢନ୍ତୁ

ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଉଦଯାପନୀ ଦିବସ
ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଉଦଯାପନୀ ଦିବସ (ETV Bharat Odisha)

ପୁରୀ: ଶ୍ରୀକ୍ଷେତ୍ରରେ ଆୟୋଜିତ ଦୁଇଦିନିଆ ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଆଜି ଦ୍ବିତୀୟ ତଥା ଉଦଯାପନୀ ଦିବସ । ଆଜି ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବ । ରାଜ୍ୟରେ ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଦଳ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ କରିବ । ଗତକାଲି (ଶୁକ୍ରବାର)ଠାରୁ ଆୟୋଜିତ ଦୁଇଦିନିଆ କାର୍ଯ୍ୟକାରିଣୀର ଉଦଘାଟନୀ ଦିବସରରେ ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଅଂଶଗ୍ରହଣ କରି କାର୍ଯ୍ୟକର୍ତ୍ତାଙ୍କୁ ଐତିହାସିକ ବିଜୟର ଶ୍ରେୟ ଦେବା ସହ ‘3-ସ’ର ଗୁରୁମନ୍ତ୍ର ମଧ୍ୟ ଦେଇଥିଲେ । ରାଜ୍ୟବାସୀ ବିଜେପିକୁ ଜନାଦେଶ ଦେଇଛନ୍ତି । ଏବେ ସରକାର ଗଠନ ପରେ ଦାୟିତ୍ବ ବଢିଛି । ଏହାକୁ ପୂରଣ କରିବା ଦିଗରେ ଦଳର ପ୍ରତ୍ୟେକ ନେତା ଓ କର୍ମୀ ବ୍ରତୀ ହେବେ ବୋଲି ନଡ୍ଡା କହିଥିଲେ ।

ଆଜି ଅନ୍ତିମ ଦିବସରେ ଦଳ କେଉଁକେଉଁ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେବ ତାହା ସ୍ଥିର କରାଯିବ । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ବୈଠକରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନେ ମୋହନ ସରକାରଙ୍କ ପ୍ରଥମ ମାସର ଉପଲବ୍ଧି ସହ ଦଳର ସଂକଳ୍ପପତ୍ର ଉପରେ କର୍ମୀଙ୍କୁ ଅବଗତ କରିବେ । ପରେ ରାଜ୍ୟ ସଭାପତି ମନମୋହନ ସାମଲ ଉଦଯାପନୀ ଉଦବୋଧନ ଦେବେ । ସରକାରକୁ ଆସିବା ପରେ ପୁରୀରେ ଏହି ପ୍ରଥମ 2 ଦିନିଆ କାର୍ଯ୍ୟକାରିଣୀ କରୁଛି ଦଳ ।

ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଅବସରରେ ପୁରୀରେ ନଡ୍ଡା
ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଅବସରରେ ପୁରୀରେ ନଡ୍ଡା (ETV Bharat Odisha)

କାର୍ଯ୍ୟକର୍ତ୍ତାଙ୍କୁ ବିଜୟର ଶ୍ରେୟ ଦେଲେ ନଡ୍ଡା:-

ନଡ୍ଡା କହିଥିଲେ, ‘‘ଆପଣମାନଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ସରକାରକୁ ଆସିଛି । ସେଥିପାଇଁ ଏ ବିଜୟର ଶ୍ରେୟ ପ୍ରତି କାର୍ଯ୍ୟକର୍ତ୍ତାଙ୍କର । ଏବେ ସରକାରକୁ ଆସିବା ପରେ ଦାୟିତ୍ୱ ବଢିଛି । ସରକାର ଏବଂ ମନ୍ତ୍ରୀ କାର୍ଯ୍ୟକର୍ତ୍ତଙ୍କ ନିକଟରେ ଉତ୍ତରଦାୟୀ ରହିବା ଓ କାର୍ଯ୍ୟକର୍ତ୍ତା ଜନତାଙ୍କ ନିକଟରେ ଉତ୍ତରଦାୟୀ ରହିବେ । ନିର୍ବାଚନ ସମୟରେ ବିଜେପି ଯେଉଁ ପ୍ରତିଶ୍ରୁତି ପ୍ରଦାନ କରିଥିଲା, ତାହା ପୂରଣ କରିବ ।’’

ପୁରୀରେ କାହିଁକି ପ୍ରଥମ କାର୍ଯ୍ୟକାରିଣୀ :-

ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ରାଜ୍ୟରେ ଐତିହାସିକ ବହୁମତ ହାସଲ କରି ଏକକ ସରକାର ଗଠନ କରିଛି । ଲୋକପ୍ରିୟ ନବୀନଙ୍କ ଶକ୍ତିଶାଳୀ ‘ବିଜେଡି’କୁ ଧରାଶାୟୀ କରି ବିଜେପି ସରକାର ଗଠନ କରିଛି । ଏହି ପୁରା ନିର୍ବାଚନୀ ମୈଦାନରେ ଦଳର ନିର୍ବାଚନୀ ରଣନୀତିର କେନ୍ଦ୍ରରେ ଥିଲା ଓଡିଆଙ୍କ ଭାବାବେଗର ପ୍ରାଣକେନ୍ଦ୍ର ଶ୍ରୀକ୍ଷେତ୍ର ‘ପୁରୀ’ । ଦଳ ‘ଓଡିଆ ଅସ୍ମିତା’, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା, ଚାରିଦ୍ବାର ଖୋଲାଯିବା ପରି ସମ୍ବେଦନଶୀଳ ମୁଦ୍ଦାକୁ ନିର୍ବାଚନୀ ମୁଦ୍ଦା କରିଥିଲା । ଯାହା ନବୀନ ସରକାରରେ ହୋଇନି, ତାହା ବିଜେପି କ୍ଷମତାକୁ ଆସିଲେ କାଳବିଳମ୍ବ ନକରି କରିବ ବୋଲି ନିଜେ ପ୍ରଧାନମନ୍ତ୍ରୀ ଓ ତମାମ କେନ୍ଦ୍ରୀୟ ନେତା ଘନ ଘନ ନିର୍ବାଚନୀ ନାରାରେ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :-ପୁରୀରେ ଉଠିଲା ସମ୍ବିଧାନ ହତ୍ୟା ପ୍ରସଙ୍ଗ: କଂଗ୍ରେସକୁ ନଡ୍ଡାଙ୍କ କଟାକ୍ଷ, 'ଜେଜେମା କ'ଣ କରିଥିଲେ ରାହୁଲ ଜାଣିନାହାନ୍ତି' - Odisha BJP Executive Meeting

ସେହିପରି ପ୍ରଧାନମନ୍ତ୍ରୀ ମୋଦି ନିଜେ ପୁରୀ ବଡଦାଣ୍ଡରେ ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ରାଜ୍ୟରେ ବିଜେପିକୁ ସୁଯୋଗ ଦେବାକୁ ନିବେଦନ କରିଥିଲେ । ଦଳ ଐତିହାସିକ ସଫଳତା ପାଇବା ପରେ ଶପଥଗ୍ରହଣ ଦିନ ସଂଧ୍ୟାରେ ବସିଥିବା ପ୍ରଥମ କ୍ୟାବିନେଟରେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯିବା ନେଇ ପ୍ରଥମ ପ୍ରସ୍ତାବ ପାରିତ ହୋଇଥିଲା । ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ମୋହନ ସରକାରଙ୍କ ସମସ୍ତ ମନ୍ତ୍ରୀ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ପୁରା ସରକାର ଉପସ୍ଥିତିରେ ଶ୍ରୀମନ୍ଦିର 4 ଦ୍ବାର ଖୋଲିଥିଲା । ପରବର୍ତ୍ତୀ ପଦକ୍ଷେପ ଭାବେ ଦଳ ରତ୍ନଭଣ୍ଡାର ତଦାରଖ କମିଟି ପୁନଃଗଠନ କରି ରତ୍ନଭଣ୍ଡାର ମଧ୍ୟ ଖୋଲିଥିଲା । ଏହା ମାଧ୍ୟମରେ ଶ୍ରୀ ଜଗନ୍ନାଥପ୍ରେମୀ ଓ ପ୍ରତିଟି ଓଡିଶାବାସୀକୁ ଅସ୍ମିତାର ଅନୁଭବ ଦେବାକୁ ପ୍ରୟାସ କରିଛି । ସେହିଧାରରେ ଦଳ ଶାସନରୁ ଆସିବା ପରେ ପ୍ରଥମ କାର୍ଯ୍ୟକାରିଣୀ ମଧ୍ୟ ଶ୍ରୀକ୍ଷେତ୍ରରେ ଆୟୋଜନ କରିଛି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.