ETV Bharat / state

‘ବିଜେଡ଼ି ସରକାରରେ ଚାଲିଥିଲା ଖୁଲମଖୁଲା ଦୁର୍ନୀତି, ଅଫିସରଙ୍କ ଘରେ ଥିଲା ମିନି ରତ୍ନଭଣ୍ଡାର’ - Chief Engineers to OAS officers

author img

By ETV Bharat Odisha Team

Published : Aug 14, 2024, 7:48 AM IST

BJP spokesperson Anil Biswal said in bjd rule Vigilance was catching clerks and peons:ବିଜୁ ଜନତା ଦଳ ସରକାର ସମୟରେ କିଭଳି ଦୁର୍ନୀତି ଖୁଲମଖୁଲା ଚାଲିଥିଲା, ସରକାରୀ ଅର୍ଥକୁ ବେଧଡକ୍ ଲୁଟ୍ କରି ସରକାରୀ ଅଧିକାରୀମାନେ କଳାଟଙ୍କାର ପାହାଡ ତିଆରି କରିଥିଲେ ଏହାର ପ୍ରମାଣ ଏବେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହେବା ପରେ ସାମ୍ନାକୁ ଆସୁଛି ବୋଲି ବିଜେପି ଅଭିଯୋଗ କରିଛି ।

BJP spokesperson Anil Biswal
BJP spokesperson Anil Biswal (ETV Bharat Odisha)

ଭୁବନେଶ୍ବର: ବିଜେଡ଼ି ସରକାର ସମୟରେ ଚାଲିଥିଲା ଖୁଲମଖୁଲା ଦୁର୍ନୀତି । ଭିଜିଲାନ୍ସ ଚଢ଼ାଉ ବେଳେ ବିଜେଡ଼ି ସରକାରରେ ଦୁର୍ନୀତିର ମିଳୁଛି ପ୍ରମାଣ । ନବୀନ ସରକାର ସମୟରେ ଅଫିସର ମାନଙ୍କ ଘରେ ଥିଲା ମିନି ରତ୍ନଭଣ୍ଡାର । 24 ବର୍ଷ ଧରି ଦୁର୍ନୀତିକୁ ନୀତି କରିଥିଲେ ନବୀନ ସରକାର । ରାଜ୍ୟରେ ଲଗାତାର ଚାଲିଥିବା ଭିଜିଲାନ୍ସ ରେଡକୁ ନେଇ ପୂର୍ବ ବିଜେଡ଼ି ସରକାର ଉପରେ ବର୍ଷିଲା ବିଜେପି ।

"ବିଜେଡ଼ି ସରକାର ସମୟରେ ଚାଲିଥିଲା ଖୁଲମଖୁଲା ଦୁର୍ନୀତି । ଭିଜିଲାନ୍ସ ଚଢ଼ାଉ ବେଳେ ବିଜେଡ଼ି ସରକାରରେ ଦୁର୍ନୀତିର ମିଳୁଛି ପ୍ରମାଣ । ନବୀନ ସରକାର ସମୟରେ ଅଫିସର ମାନଙ୍କ ଘରେ ଥିଲା ମିନି ରତ୍ନଭଣ୍ଡାର । 24 ବର୍ଷ ଧରି ଦୁର୍ନୀତିକୁ ନୀତି କରିଥିଲେ ନବୀନ ସରକାର । ମାସେ ହେଲା ଭିଜିଲାନ୍ସ ଚଢ଼ାଉକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଲାଣି, ଯେ ବିଜେଡ଼ି ସରକାର ସମୟରେ କିପରି ଭାବେ ସରକାରୀ ଅର୍ଥକୁ ବେଧଡକ ଲୁଟ କରାଯାଉଥିଲା, ତାହାର ପ୍ରମାଣ ଏବେ ଓଡ଼ିଶା ଲୋକ ଦେଖୁଛନ୍ତି । ପୂର୍ବ ସରକାର ସମୟରେ ଚିଫ୍ ଇଞ୍ଜିନିୟର, ଆଡିସିନାଲ ଚିଫ ଇଞ୍ଜିନୟର, ଓଏଏସ ଅଫିସର ମାନଙ୍କୁ ଧରୁନଥିଲା ଭିଜିଲାନ୍ସ । କେବଳ କିରାଣୀ ଓ ପିଅନ ଭଳି ଛୋଟ ମାଛଙ୍କୁ ଧରୁଥିଲା ଭିଜିଲାନ୍ସ । କିନ୍ତୁ ଏବେ ବିଜେପି ସରକାର ସମୟରେ ପୋଲିସ ଆଇଆଇସି, ଚିଫଇଞ୍ଜିନିୟର ଭଳି ବଡ ମାଛଙ୍କୁ ଧରୁଛି ଭିଜିଲାନ୍ସ । ଲୋୟର ସୁକତେଲ ପ୍ରକଳ୍ପର ଇଞ୍ଜିନିୟର ସୁନୀଲ ରାଉତରାୟଙ୍କୁ ଧରିଲା ଭିଜିଲାନ୍ସ । ତାଙ୍କ ପାଖରେ 52ଟି ପ୍ଲଟ ଧରା ପଡ଼ିଛି । ସୁନୀଲ ରାଉତରାୟଙ୍କ ସହ ପାଣ୍ଡିଆନ ଓ ନବୀନଙ୍କ ଘନିଷ୍ଠାତା ପୂର୍ବରୁ ଲୋକଙ୍କ ସାମ୍ନାକୁ ଆସିଛି । ଏମିତି ଅନେକ ଅଫିସର ଯେଉଁ ମାନେ ଭି.କେ. ପାଣ୍ଡିଆନ ଇକୋ ସିଷ୍ଟମରେ କାମ କରୁଥିଲେ, ସେମାନେ ଏମିତି କୋଟି କୋଟି ଟଙ୍କା ଲୋକଙ୍କ ଅର୍ଥ ଲୁଟ କରୁଥିଲେ," ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ।

ଏହା ମଧ୍ୟ ପଢନ୍ତୁ- ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରୁ ମିଳିଲା ପୁଳା ପୁଳା ସୁନା, ତାରା ପ୍ରସାଦ ମିଶ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ - Ex chief engineer Vigilance scanner

କିରାଣୀ ଓ ପିଅନଙ୍କ ଦୁର୍ନୀତିକୁ ଧରପଗଡ କରି ନବୀନ ବାବୁ ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିଲେ । ଏହି ସମସ୍ତ ଦୁର୍ନୀତିଖୋର ଅଧିକାରୀମାନେ ବିଜୁ ଜନତା ଦଳର ୨୪ବର୍ଷର ସରକାର ସମୟରେ ଦୁର୍ନୀତି କରିବାର ସୀମା ଲଘିଂଥିଲେ । ବିଜେପି ସରକାର ଓଡ଼ିଶାରେ ସରକାରୀ ଅର୍ଥ ଲୁଟିଥିବା କୌଣସି ମାଫିଆଙ୍କୁ ଛାଡିବ ନାହିଁ। ନବୀନ ବାବୁ ଦିନେ ମୁଖ୍ୟମନ୍ତ୍ରୀ ଥିବାବେଳେ କହିଥିଲେ, “ଆପଣମାନେ ଗାଁ ଜଗନ୍ତୁ ମୁଁ ସଚ୍ଚିବାଳୟ ଜଗିଛି” । ଯଦି ଗାଁ ଜଗିଥିବା ଅଫିସରଙ୍କ ଘରୁ କୋଟି କୋଟି ଟଙ୍କା ବାହାରୁଛି ତାହାଲେ ସଚ୍ଚିବାଳୟ ଜଗିଥିବା ନବୀନ ବାବୁ ଓ ତାଙ୍କର ଅସାଧୁ ପାରିଷଦଙ୍କ ଘରୁ କେତେ ଟଙ୍କା ବାହାରିବ। ୫-ଟି ଅଧିନରେ ଯେତେ ପ୍ରକଳ୍ପ ହୋଇଛି ସବୁଠି ଏଭଳି କୋଟି କୋଟି ଟଙ୍କା ଲୁଟ୍ କରାଯାଇଛି । ନବୀନ ବାବୁଙ୍କ ସରକାର ସମୟରେ ବିଜେଡି ମନ୍ତ୍ରୀ ଓ ଅସାଧୁ ଅଫିସରମାନେ ବିଭିନ୍ନ ସରକାରୀ ଅଧିକାରୀମାନଙ୍କ ଦ୍ୱାରା ବ୍ୟାପକ ଅର୍ଥ ଲୁଟ୍ କରୁଥିଲେ ଓ ନିଜର କମିଶନ ନେଇ ସେମାନଙ୍କୁ ସୁରକ୍ଷା ଦେଉଥିଲେ ବୋଲି ବିଜେପି ଅଭିଯୋଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.