ETV Bharat / state

ସାମ୍ବାଦିକଙ୍କ ଉପରେ କୁକୁର ଛାଡିଲେ ପୂର୍ବତନ ମନ୍ତ୍ରୀ: କାହିଁକି ଚୁପ୍‌ ନବୀନ, ପ୍ରଶ୍ନ କଲା ବିଜେପି - Dog attack on lady journalist

author img

By ETV Bharat Odisha Team

Published : Jun 26, 2024, 8:32 PM IST

BJP slams BJD over dog Attack on lady Journalist: ପୂର୍ବତନ ବିଜେଡି ମନ୍ତ୍ରୀ ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ଘଟଣା । ଏନେଇ କାହିଁକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚୁପ୍ ଅଛନ୍ତି ବୋଲି ପ୍ରଶ୍ନ କରି ଘେରିଲା ବିଜେପି । ଅଧିକ ପଢନ୍ତୁ

ସାମ୍ବାଦିକାଙ୍କ ଉପରକୁ ଛାଡିବା ଘଟଣା: ନବୀନଙ୍କ ନୀରବତା ନେଇ ସମାଲୋଚନା କଲା ବିଜେପି
ସାମ୍ବାଦିକାଙ୍କ ଉପରକୁ ଛାଡିବା ଘଟଣା: ନବୀନଙ୍କ ନୀରବତା ନେଇ ସମାଲୋଚନା କଲା ବିଜେପି (ETV Bharat Odisha)

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ମହିଳା ସାମ୍ବାଦିକାଙ୍କୁ ଉପରକୁ କୁକୁର ଛାଡିବା ଘଟଣାରେ ବିଜୁ ଜନତା ଦଳ ଉପରେ ବର୍ଷିଛି ବିଜେପି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ପୂର୍ବତନ ସରକାର ଓ ପୋଲିସ ନାଲି ଆଖି ଦେଖେଇ ଆସିଛନ୍ତି । ଗଣମାଧ୍ୟମକୁ ବାରମ୍ବାର ବିଜେଡି ଆକ୍ରୋଶର ଶିକାର ହେବାକୁ ପଡିଛି । ଏବେ ବିଜେଡି ନେତା ସବୁ ସୀମା ଟପି ଯାଇଛନ୍ତି । ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ଭଳି ଏକ ଅମାନବୀୟ ବ୍ୟବହାର ଘଟଣାରେ ଏପରି ସମାଲୋଚନା କରିବା ସହ ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହିଁକି ନୀରବ ଅଛନ୍ତି ବୋଲି ପ୍ରଶ୍ନ କରିଛି ଦଳ । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି ସଭାପତି ଏହି ଘଟଣା ଉପରେ ମୁହଁ ଖୋଲନ୍ତୁ ବୋଲି ବିଜେପି ଦାବି କରିଛି ।

ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ‘ପୋଲିସର ନାଲି ଆଖି ଦେଖାଇ ଗଣମାଧ୍ୟମ ସଂସ୍ଥା ଓ ସାମ୍ବାଦିକମାନଙ୍କ କଣ୍ଠରୋଧ କରିବା ହେଉଛି ବିଜେଡିର ଚିରାଚରିତ ଅଭ୍ୟାସ । ଗଣମାଧ୍ୟମ ସଂସ୍ଥା ଓ ତାଙ୍କ କର୍ମଚାରୀଙ୍କ ଉପରେ ଆକ୍ରମଣ, ଧମକ ଦେବା ଭଳି ବିଜୁ ଜନତା ଦଳର ଅଗଣତାନ୍ତ୍ରିକ ଉଦାହରଣ ରହିଛି । ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କ ଉପରେ ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ରଘୁନନ୍ଦନ ଦାସ ନିଜ ସରକାରୀ ବାସଭବନରେ କୁକୁର ଛାଡି ଦେଇ ଭୟଭୀତ କରିଛନ୍ତି । ଏହା ତାଙ୍କ ହୀନ ମାନସିକତାର ପରିଚୟ ଦେଇଛି । ଏଭଳି ଅମାନବୀୟ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ।’

ଏହା ମଧ୍ୟ ପଢନ୍ତୁ: ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ଫସିଲେ ପୂର୍ବତନ ମନ୍ତ୍ରୀ, ଲାଗିଲା ସଙ୍ଗୀନ ଦଫା - Unleashing Dogs On Woman Journalist

ଏହି ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚୁପ୍ ବସିଥିବାରୁ ଏହା ତାଙ୍କ ଇଙ୍ଗିତରେ ହୋଇଥିବା ସ୍ପଷ୍ଟ ହୋଇଛି । ବିଜେଡି ସୁପ୍ରିମୋ ଘଟଣାକୁ ନିନ୍ଦା କରିନାହାନ୍ତି କିମ୍ବା ପଦୁଟିଏ କହୁନାହାନ୍ତି । ତାଙ୍କ ଦଳର ଜଣେ ବରିଷ୍ଠ ନେତାଙ୍କ ଏଭଳି କାର୍ଯ୍ୟକଳାପ ସମ୍ପର୍କରେ ସେ ମୁହଁ ଖୋଲନ୍ତୁ ।

ଅତୀତରେ ନବୀନ ସରକାର ସମୟରେ ଅନେକ ଗଣମାଧ୍ୟମ ସଂସ୍ଥା ଏବଂ କାର୍ଯ୍ୟରତ ସାମ୍ବାଦିକମାନେ ଆକ୍ରୋଶର ଶିକାର ହୋଇଛନ୍ତି । ଏପରିକି ସଚିବାଳୟ ଓ ବିଧାନସଭା ଯିବା ଉପରେ ରୋକ ଲଗାଇ ଦେଇଥିଲେ । ଦଉଡି ବାନ୍ଧି ସାମ୍ବାଦିକମାନଙ୍କୁ ଅପମାନିତ କରିବାକୁ ପଛାଇ ନଥିଲେ । ନିର୍ବାଚନ ହାରିବା ପରେ ବି ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କୁ ଅପମାନିତ କରିବାର ମାନସିକତା ଓ ଅହଂକାର ଆଜି ବି ବିଜେଡି ନେତାଙ୍କର ରହିଛି ବୋଲି ବିଜେପି ଅଭିଯୋଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.