ETV Bharat / state

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ବିଧାୟକ ଟଙ୍କଧର ତ୍ରିପାଠୀ - BJP MLA Tankadhar Tripathy - BJP MLA TANKADHAR TRIPATHY

MLA Tankadhar Tripathy: ଆଜି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀମାନଙ୍କ ସମସ୍ୟା ବିଷୟରେ ତଦାରଖ କରିଛନ୍ତି ନବ ନିର୍ବାଚିତ ବିଧାୟକ ଟଙ୍କଧର ତ୍ରିପାଠୀ । ଅଧିକ ପଢ଼ନ୍ତୁ

BJP MLA Tankadhar Tripathy
BJP MLA Tankadhar Tripathy (ETV Bharat Odisha)
author img

By ETV Bharat Odisha Team

Published : Jun 16, 2024, 10:27 PM IST

ଝାରସୁଗୁଡା: ନିର୍ବାଚନ ଜିତିବା ପରେ ଆକ୍ସନ ମୋଡ୍‌ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ । ଆଜି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ନବନିର୍ବାଚିତ ବିଧାୟକ । ତେବେ ଡାକ୍ତରଖାନାରେ ଉପୁଜିଥିବା ସମସ୍ୟା ଓ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଟଙ୍କଧର । ଡାକ୍ତରଖାନାର ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହ କିଭଳି ଚିକିତ୍ସା ଚାଲିଛି ଓ ରୋଗୀମାନଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।

BJP MLA Tankadhar Tripathy (ETV Bharat Odisha)

ଝାରସୁଗୁଡାରେ ନବନିର୍ବାଚିତ ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର, କାଜୁଆଲିଟି ବିଭାଗ, ଶିଶୁ ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଆଦି ପରିଦର୍ଶନ କରିବା ସହ ରାତିରେ କର୍ତ୍ତବ୍ୟରତ ଡାକ୍ତର, ନର୍ସ୍, ଫାର୍ମାସିଷ୍ଟ ଓ ସୁରକ୍ଷା କର୍ମୀମାନେ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତିି କି ନାହିଁ ତାର ଅନୁଧ୍ୟାନ କରିଛନ୍ତି । ରୋଗୀମାନଙ୍କ ସୁବିଧା ଅସୁବିଧା ବିସୟରେ ପଚାରି ବୁଝିଛନ୍ତି ବିଧାୟକ ଟଙ୍କଧର । ତେବେ ଚିକିତ୍ସାଳୟରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ସହିତ ତୁରନ୍ତ ଏହାର ସମାଧାନ ପାଇଁ ସମ୍ପୃକ୍ତ ଠିକା ସଂସ୍ଥା ଅଧିକାରୀଙ୍କୁ ତାଗିଦ୍‌ କରିଛନ୍ତି । ଅନେକ ଗୁଡ଼ିଏ ଶୌଚାଳୟ ଗୁଡିକରେ ତାଲା ବନ୍ଦ ଥିବା ସହିତ ପୁରୁଷ ଶୌଚାଳୟରେ ମହିଳାଙ୍କ ପ୍ରବେଶ ଦେଖି ଉଦ୍‌ବେଗ ପ୍ରକାଶ କରିଥିଲେ ବିଧାୟକ ତ୍ରିପାଠୀ । ଏହା ସହିତ ଡାକ୍ତରଖାନା ମ୍ୟାନେଜରଙ୍କୁ ଏହାର ସ୍ଥାୟୀ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପିର ବିଜୟ ଶୋଭାଯାତ୍ରା, ବିରୋଧିଙ୍କୁ ଦେଲେ କଡ଼ା ଜବାବ - BJP Rally In Jharsuguda

ସେପଟେ ଦୀର୍ଘ ଦିନରୁ ଅଚଳ ଥିବା ଲିଫ୍ଟ ସହିତ ଅନେକ ଗୁଡ଼ିଏ ମେସିନ ଅଚଳ ଥିବାରୁ ସପ୍ଲାଇ କରିଥିବା ସଂପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ କଥାହୋଇ ଯଥାଶୀଘ୍ର ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ସଂପୃକ୍ତ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମୃତଦେହ ବ୍ୟବଚ୍ଛେଦ ଗୃହ, ମୃତଦେହ ରଖିବା ପାଇଁ ଫ୍ରିଜର, ସିଟି ସ୍କାନ ମେସିନ ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଟଙ୍କଧର । ଅନ୍ୟପକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜୟକୃଷ୍ଣ ନାଏକ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ମହେଶ ମୋହନ ପଣ୍ଡା, ପ୍ରୋଗ୍ରାମ ଅଧିକାରୀ ବୁଲୁନାଥ ସାହୁ, ମ୍ୟାନେଜର କୁମାର ଅଭିଷେକଙ୍କ ସହିତ ଡାକ୍ତରଖାନାର ଅଧିକାରୀ ଓ କର୍ମଚାରୀଙ୍କ ସହିତ ବୈଠକ କରି ରୋଗୀଙ୍କୁ ଉଚିତ ଚିକିତ୍ସା ଯୋଗାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ ଟଙ୍କଧର । ରୋଗୀଙ୍କ ହେବାପାଇଁ ଅର୍ଥ ପ୍ରତିବନ୍ଧକ ରହିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ଟଙ୍କଧର ତ୍ରିପାଠୀ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.