ETV Bharat / state

ବିଜେପି ବିଧାୟକ ଦଳ ବୈଠକ, ନୂଆ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ବିଏଲ ସନ୍ତୋଷ - BJP MLA MEETING in Bhubaneswar - BJP MLA MEETING IN BHUBANESWAR

BJP MLA MEETING IN BHUBANESWAR: ବିଜେପିର ନବନିର୍ବାଚିତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ଦଳର ବରିଷ୍ଠ ନେତା । ଲୋକଙ୍କ ନିକଟରେ ପହଞ୍ଚିବା ଓ ସମସ୍ୟା ବୁଝିବା ନେଇ ଦେଲେ ପରାମର୍ଶ । ଅଧିକ ପଢନ୍ତୁ

BJP MLA MEETING IN BHUBANESWAR
BJP MLA MEETING IN BHUBANESWAR (ETV Bharat Odisha)
author img

By ETV Bharat Odisha Team

Published : Jun 20, 2024, 10:47 PM IST

ଭୁବନେଶ୍ବର: ନୂଆ ବିଧାୟକଙ୍କୁ ବିଜେପିର ଗୁରୁମନ୍ତ୍ର । ନିଜର ଆଚାର ବ୍ୟବହାର ସହିତ କିପରି ଲୋକଙ୍କ ନିକଟତର ହେବେ ସେନେଇ ଗୁରୁମନ୍ତ୍ର ଦେଲେ ଦଳର ବରିଷ୍ଠ ନେତା ତଥା ବିଜେପି ରାଷ୍ଟ୍ରୀୟ ସାଙ୍ଗଠନିକ ସମ୍ପାଦକ ବିଏଲ ସନ୍ତୋଷ । ଏନେଇ ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଜେପିର ସମସ୍ତ ବିଧାୟକ ସାମିଲ ହୋଇଥିଲେ ।

BJP MLA MEETING IN BHUBANESWAR (ETV Bharat Odisha)

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବି ଏଲ ସନ୍ତୋଷଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ । ମୁଖ୍ୟମନ୍ତ୍ରୀ , ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସଭାପତି ମଧ୍ୟ ଉପସ୍ଥିତ ଥିଲେ । ନିର୍ବାଚନ୍ ମଣ୍ଡଳୀ ଲୋକଙ୍କ ଧନ୍ୟବାଦ ଦେବା ସହିତ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ସୁସମ୍ପର୍କ , ପରିବାରକୁ ସମୟ, ସରକାରୀ ଲୋକାଭିମ୍ମୁଖୀ କାର୍ଯ୍ୟ କିପରି ଲୋକଙ୍କ ନିକଟରେ ପହଞ୍ଚିବ ଓ ଲୋକଙ୍କ ସମସ୍ୟା ବୁଝିବେ ସେନେଇ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ।

ସେହିପରି ଆଗରୁ ପୁରୁଣା ବିଧାୟକ ମାନେ କିପରି ସରକାରଙ୍କ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚିବ ଏବଂ ଲୋକମାନେ ଏହାର ଫାଇଦା ନେଇ ପାରିବେ ସେ ଉପରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ସରକାର କେମିତି କାମ କରିବ ତା ଉପରେ ଅଧିକ ଆଲୋଚନା ହୋଇଥିଲା । ସଂକଳ୍ପ ପତ୍ରରେ ବିଜେପି ଯାହା ଯାହା କହିଥିଲା ସେ ସବୁ ଧିରେ ଧିରେ କାର୍ଯ୍ୟକାରୀ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ସେପଟେ ଆଜି ବିଧାନସଭାରେ ରଣପୁର ବିଧାୟିକା ସୁରମା ପାଢୀ ବାଚସ୍ପତି ଭାବେ ନିର୍ବାଚିତ ହୋଇ ସପଥ ଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ - HOME AND URBAN DEPARTMENT

ଏହି ଅବସରରେ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି ଯେ, ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ହୋଇଛି ତେଣୁ ସଧାରଣ ଲୋକଙ୍କ କିଭଳି ନ୍ୟାୟ ପାଇବେ ,ଆମ ବ୍ୟବହାର କିଭଲି ହେଭା ଉଚିତ୍ । ଏହି ବିଷୟରେ ଆମକୁ ପୁରା ମାର୍ଗଦଶନ କରାଯାଇଛି । ଯାହାକୁ ନେଇ ଆମେ ଲୋକଙ୍କ ପାଖରେ ପଞ୍ଚିବୁ ଏବଂ ତାଙ୍କର ସେବା କରିବୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.