ETV Bharat / state

ନିଜ ଦଳ ଲୋକଙ୍କ ମାଡ଼ରୁ ବଞ୍ଚିବାକୁ ଗୁମାସ୍ତାଙ୍କ ପ୍ରାୟୋଜିତ ଇଣ୍ଟରଭ୍ୟୁ: ବିଜେପି - bjp reaction over CM INTERVIEW - BJP REACTION OVER CM INTERVIEW

BJP REACTION OVER CM INTERVIEW: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସାକ୍ଷାତକାରରେ 'ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି' କହିବା ପରେ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି କହିଲା ଏହା ଗୁମାସ୍ତାଙ୍କ ପ୍ରାୟୋଜିତ । ଅଧିକ ପଢନ୍ତୁ

BJP REACTION OVER CM INTERVIEW
BJP REACTION OVER CM INTERVIEW (ETV Bharat Odisha)
author img

By ETV Bharat Odisha Team

Published : May 31, 2024, 2:17 PM IST

ଭୁବନେଶ୍ବର: ମାଡ଼ରୁ ବଞ୍ଚିବାକୁ ଗୁମାସ୍ତାଙ୍କ ପ୍ରାୟୋଜିତ ପ୍ରେସମିଟ କହିଲା ବିଜେପି । ଜାତୀୟ ଗଣମାଧ୍ୟମ ANIକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତକାରରେ 'ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି' ବୋଲି କହିବା ପରେ ପ୍ରତିକ୍ରିୟା ରଖି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

BJP REACTION OVER CM INTERVIEW (ETV Bharat Odisha)

ସମୀର ମହାନ୍ତି କହିଛନ୍ତି," ନିଜ ଦଳ ଲୋକଙ୍କ ମାଡ଼ରୁ ବଞ୍ଚିବାକୁ ଗୁମାସ୍ତାଙ୍କ ପ୍ରାୟୋଜିତ ପ୍ରେସମିଟ କରାଇଛନ୍ତି । ଗୁମାସ୍ତା ଯିଏ ରିମୋଟ ଧରି ସରକାର ଚଳାଉଛନ୍ତି ଏବଂ ଯାହାକୁ ନବୀନ ବାବୁ ନିର୍ଦ୍ଦେଶ ଦେଇଥିଲେ ସାରା ଓଡ଼ିଶା ବୁଲିବା ପାଇଁ ଲୋକଙ୍କ ସୁଖ ଦୁଃଖ ବୁଝିବା ପାଇଁ ଆଜି ପୁଣି ସେ କହୁଛନ୍ତି ତାଙ୍କ ଉତ୍ତରାଧିକାରୀ ଓଡିଶାବାସୀ ବାଛିବେ । ପ୍ରକୃତରେ ସେମାନେ ଜାଣି ସାରିଲେଣି ଓଡ଼ିଶାର ଲୋକ ମନ ବଳେଇ ସାରିଲେଣି ଓଡିଶାର ବିକଳ୍ପ ଭାବେ ବିଜେପିକୁ ବାଛୁଛନ୍ତି । ଏବଂ ବିଜେଡିର ନିଜ ଦଳରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ଅଛି । 4 ତାରିଖରେ ଗୁମାସ୍ତାଙ୍କ ଉପରେ ବିଜେଡି କର୍ମୀ ଯେଉଁ ଭଳି ଆକ୍ରମଣ କରିବେ ସେଥିରୁ ବଞ୍ଚିବା ପାଇଁ ପ୍ରାୟୋଜିତ ସାମ୍ବାଦିକ ସମ୍ବିଳନୀ କରିଛନ୍ତି ।"

ରାଜ୍ୟରେ ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଆଜି ପ୍ରଚାର ଶେଷ ଦିନ ଥିବାବେଳେ ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାସକରୁ ରାଜନେତା ପାଲଟିଥିବା ଭିକେ ପାଣ୍ଡିଆନଙ୍କୁ ନେଇ ବିରୋଧୀ କ୍ରମାଗତ ଭାବେ ଟାର୍ଗେଟ କରୁଥିବା ବେଳେ ଆଜି ଖବର ସରବରାହ ସଂସ୍ଥା ANIକୁ ପ୍ରତ୍ରିକ୍ରୀୟା ଦେଇ ଏଭଳି କହିଛନ୍ତି ନବୀନ । ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହନ୍ତି ବୋଲି ନବୀନ ଆଜି ସ୍ପଷ୍ଟ କରିଛନ୍ତି ।

ଆଜି ଜାତୀୟ ଖବର ସରବରାହ ସଂସ୍ଥା ANIକୁ ଏକ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଓଡ଼ିଶା ଲୋକ ତାଙ୍କର ଉତ୍ତରାଧିକାରୀ ସ୍ଥିର କରିବେ । ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି । ଏ କଥାକୁ ଅଯଥାରେ କେବଳ ଅପପ୍ରଚାର କରାଯାଉଛି । ଏହା ସହିତ ନବୀନ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ବୟାନକୁ ନେଇ ମଧ୍ୟ ମତ ରଖିଛନ୍ତି । ଗତକାଲି କହିଥିବା କଥାକୁ ସେ ଆଜି ପୁଣିଥରେ ଦୋହରାଇଛନ୍ତି । ବିଜେପି ତରଫରୁ କ୍ରମାଗତ ହମଲାକୁ ନେଇ ନବୀନ କହିଛନ୍ତି, ରାଜନୀତିରେ ମୋର କାହାପ୍ରତି ଆକ୍ରୋଶ ନାହିଁ । ସାଧାରଣ ଜୀବନରେ ମୁଁ କାହା ପ୍ରତି କେବେ ଆକ୍ରୋଶ ଦେଖାଇନି । ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦରକାର ହେଲେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ମଧ୍ୟ ପଢନ୍ତୁ ......ମୁଖ୍ୟମନ୍ତ୍ରୀ ନବୀନଙ୍କ ବଡ଼ ବୟାନ: 'ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହନ୍ତି, ସ୍ଥିର କରିବେ ରାଜ୍ୟବାସୀ ’ - Naveen Interview To ANI

ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ପାଣ୍ଡିଆନ ନିଜକୁ ନବୀନ ପଟ୍ଟନାୟକଙ୍କ ପ୍ରକୃତ ଉତ୍ତରାଧିକାରୀ ବୋଲି କହିଥିଲେ । ଗତ କିଛି ବର୍ଷ ଧରି ପାଣ୍ଡିଆନ ନବୀନଙ୍କ ଊତ୍ତରାଧିକାରୀ ପରି ଆଚରଣ କରି ଉଭୟ ବିଜେଡି ଓ ରାଜ୍ୟ ଶାସନରେ ନିଜ ନିୟନ୍ତ୍ରଣ ବଢ଼ାଇବାରେ ସକ୍ଷମ ହୋଇଛନ୍ତି । ତେବେ ପାଣ୍ଡିଆନଙ୍କ ଆତ୍ମଘୋଷିତ ଉତ୍ତରାଧିକାରୀ ସ୍ୱପ୍ନକୁ ଆଜି ନବୀନଙ୍କ ବୟାନ ଧୂଳିସାତ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.