ETV Bharat / state

ନିଆଳି ବିଜେପିର ମହାମିଳନ ପର୍ବ - bjp joining program in niali

author img

By ETV Bharat Odisha Team

Published : Apr 26, 2024, 7:04 AM IST

Updated : Apr 26, 2024, 12:09 PM IST

BJP JOINING PROGRAMME: ନିଆଳିରେ ବିଜେପି ମିଶ୍ରଣ ପର୍ବ । ଅଁଳୋ ପଞ୍ଚାୟତ ସରପଞ୍ଚ ଓ ସମର୍ଥକ ପିନ୍ଧିଲେ ପଦ୍ମ ଟୋପି । ଅଧିକ ପଢନ୍ତୁ

Etv Bharat
Etv Bharat
ନିଆଳି ବିଜେପିର ମହାମିଳନ ପର୍ବ

ନିଆଳି: କଟକ ଜିଲ୍ଲା ନିଆଳିରେ ସରଗରମ ହୋଇଛି ରାଜନୀତି । ବଳ ଗୋଟାଉଛନ୍ତି ତିନି ପ୍ରମୁଖ ରାଜନୀତି ଦଳ । ଏଥର ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ କଡା ଟକ୍କର । ଲଗାତର ବିଜୟୀ ହେଉଥିବା ବିଜେଡି ଦଳକୁ ଚେକ୍ ଦେବା ପାଇଁ ବିଜେପି ଆରମ୍ଭ କରିଛି ସ୍ବତନ୍ତ୍ର ମାଷ୍ଟର ପ୍ଲାନ । ଆଜି (ଗୁରୁବାର) ସଂନ୍ଧ୍ୟାରେ ବିଜେପି ପକ୍ଷରୁ ନିଆଳି ସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପରେ ମହାମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି ।

କଟକ ଜିଲ୍ଲା ନିଆଳି ବ୍ଳକର ଅଁଳୋ ପଞ୍ଚାୟତର ସରପଞ୍ଚ କଳ୍ପନା ଜେନା ଏବଂ ତାଙ୍କ ପୁଅ ଓମ୍ ପ୍ରକାଶ ଜେନାଙ୍କ ସହିତ ଶହ ଶହ କର୍ମୀ ବିଜେପି ଦଳରେ ସାମିଲ ହୋଇଛନ୍ତି । ନୂଆଗାଁ ଛକରୁ ଏକ ବାଇକ ଶୋଭାଯାତ୍ରାରେ ଜଗତସିଂହପୁର ଲୋକସଭା ବିଜେପି ସାଂସଦ ପ୍ରାର୍ଥୀ ବିଭୂ ପ୍ରସାଦ ତରାଇ ଏବଂ ନିଆଳି ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ନିଆଳି ବଜାର ଦେଇ ମିଶ୍ରଣ ପର୍ବ ସ୍ଥାନରେ ପହଞ୍ଚି ଥିଲେ ।

ବିଭୂ ପ୍ରସାଦ ତରାଇ ଓ ଛବି ମଲ୍ଲିକ ଅଁଳୋ ପଞ୍ଚାୟତ ସରପଞ୍ଚ କଳ୍ପନା ଜେନା ଏବଂ ଓମ୍ ପ୍ରକାଶ ଜେନାଙ୍କୁ ଟୋପି ପିନ୍ଧାଇ ବିଜେପିରେ ମିଶାଇ ଥିଲେ । ପରେ ଶହ ଶହ ସରପଞ୍ଚଙ୍କ ସମର୍ଥକ ମାନେ ବିଜେପିରେ ମିଶିଥିଲେ । ଫଳରେ ବିଜେପି ଶକ୍ତି ଶାଳି ହେବ ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀ ବିଭୂ ପ୍ରସାଦ ତରାଇ । ନିଆଳିରେ ପରିବର୍ତ୍ତନ ହେବ ବିଜେପି ବିଜୟୀ ହେବ । ବିଜେଡି ବିଭିନ୍ନ ଦୁର୍ନୀତି ଓ ଅନିତି ବଢ଼ିଛି ଲୋକେ ଅତିଷ୍ଠ ହୋଇଛନ୍ତି ବିଜେପି ପ୍ରତି ଆକର୍ଷିତ ହେଲେଣି ।ଏଥର ନିଆଳିରେ ବିଜେଡି ପରାଜୟ ଥୟ ବୋଲି ବିଜେପି କହିଛି ।

ଏହା ମଧ୍ୟ ପଢନ୍ତୁ ...ବିଜେପିରେ ମିଶିଲେ ପ୍ରବୋଧ ତିର୍କୀ, ଟିକଟ ଫେରାଇ ନେବା ପରେ ଛାଡିଥିଲେ କଂଗ୍ରେସ - Prabodh Tirkey Joins BJP

ଆଗାମୀ ଦିନରେ ବିଭିନ୍ନ ପଞ୍ଚାୟତରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ଉଭୟ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହେବେ । ବିଜେପିର ଭୋଟ ହାର ନିଶ୍ଚୟ ବଢିବ ବୋଲି ଦୃଢୋକ୍ତି ବାଢ଼ିଛନ୍ତି ଜଗତସିଂହପୁର ଲୋକସଭା ସାଂସଦ ପ୍ରାର୍ଥୀ ବିଭୂ ପ୍ରସାଦ ତରାଇ । ସେପଟେ ଅଁଳୋ ପଞ୍ଚାୟତ ସରପଞ୍ଚ କଳ୍ପନା ଜେନା ପୁଅ ଓମ୍ ପ୍ରକାଶ ଜେନା କହିଛନ୍ତି ଯେ, ଆମେ ଗତ ପଞ୍ଚାୟତ ନିର୍ବାଚନରେ ସ୍ବାଧିନ ଭାବରେ ଲଢି ବିଜୟୀ ହୋଇଥିଲୁ । ବିଧାୟକ ପଞ୍ଚାୟତରେ କୋୖଣସି ଉନ୍ନତି ମୂଳକ କାର୍ଯ୍ୟ କରାଇଦେଲେ ନାହିଁ । ସେଥିପାଇଁ ବିଜେପି ଦଳରେ ସାମିଲ ହେବା ପାଇଁ ନିଷ୍ପତି ନେଉଛୁ । ସମସ୍ତେ ମିଶି ବିଜେପି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରିବୁ ଏବଂ ନିଆଳିରେ ଚାଲିଥିବା ଅରଜକତା ବନ୍ଦ କରିବୁ ।

ଇଟିଭି ଭାରତ, ନିଆଳି

Last Updated : Apr 26, 2024, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.