ETV Bharat / state

ଡ୍ୟାନ୍ସ ବାର ବନ୍ଦ ପ୍ରସଙ୍ଗ; ନିଷ୍ପତ୍ତିର ପୁନର୍ବିଚାର ଦାବି କଲା ମାଲିକ ସଂଘ - Dance Bar Association

author img

By ETV Bharat Odisha Team

Published : Aug 25, 2024, 2:07 PM IST

Dance Bar Association Press meet: ଡ୍ୟାନ୍ସ ବାର ବନ୍ଦ ନେଇ ଚିନ୍ତାରେ ଡ୍ୟାନ୍ସବାର ସଂଘ । ପ୍ରେସମିଟରେ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବି । ଅଧିକ ପଢନ୍ତୁ

DANCE BAR ASSOCIATION
DANCE BAR ASSOCIATION (Etv Bharat)

ଭୁବନେଶ୍ବର: ରାଜ୍ୟରେ ଡ୍ୟାନ୍ସ ବାର ବନ୍ଦ ହେବା ନେଇ ଅବକାରୀ ମନ୍ତ୍ରୀଙ୍କ ଘୋଷଣା ପରେ ତାତିଲା ଡ୍ୟାନ୍ସ ବାର ସଂଘ । ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସଂଘ ଦାବି କରିଛି । ରାଜ୍ୟରେ 4 ହଜାର ପରିବାର ଜୀବିକା ହରାଇବାକୁ ଯାଉଛନ୍ତି, ଯେଉଁଠି ଗରୀବ ଝିଅ ପେଟପାଟଣା ପାଇଁ ତାଙ୍କର ନିଜ କଳା ନୃତ୍ୟ ପ୍ରଦର୍ଶନ କରି ପେଟ ପୋଷୁଛନ୍ତି ସେଠି ଅସ୍ମିତା କଥା କେଉଁଠୁ ଆସୁଛି ବୋଲି ମନ୍ତ୍ରୀଙ୍କୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି ସଂଘ ।

ଚିନ୍ତାରେ ବାର ମାଲିକ:

ଡ୍ୟାନ୍ସ ବାର ବନ୍ଦ ପ୍ରସଙ୍ଗ; ନିଷ୍ପତିକୁ ପୁନର୍ବିଚାର ଦାବିରେ ତାତିଲା ମାଲିକ ସଂଘ (Etv BhaETV Bharat Odisha)

ରାଜ୍ୟରେ ନୂଆ ଅବକାରୀ ନୀତି ଆସିବା ସହ ଡ୍ୟାନ୍ସ ବାର ବନ୍ଦ ହେବା ନେଇ ନିକଟରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ । ଏହି ଖବର ପାଇବା ପରେ କୋଟି କୋଟି ଟଙ୍କା ନିବେଶ କରି ବିଗତ ୧୦ବର୍ଷ ଧରି ଡ୍ୟାନ୍ସ ବାର ଚଳାଉଥିବା ମାଲିକ ଓ ସେଠାରେ କାମ କରୁଥିବା ବାର ଗାଲ୍‌ ଚିନ୍ତାରେ ପଡିଯାଇଛନ୍ତି । ଡ୍ୟାନ୍ସ ବାର ଓନର ରାଜା ମହାପାତ୍ର କହିଛନ୍ତି, ସରକାରଙ୍କ ଏପରି ନିଷ୍ପତ୍ତି ଯୋଗୁଁ ରାଜ୍ୟରେ 4 ହଜାହର ପରିବାର ଜୀବିକା ହରାଇବେ । ଯାତ୍ରା, ମେଲୋଡିରେ କୌଣସି ନିୟମ କାନୁନ ନାହିଁ । ଆମର ନିୟମକାନୁନ ରହିଛି । ଆବକାରୀ ବିଭାଗ ଅନୁୟାୟୀ ଆମେ ଚାଲିବୁ । ମନ ଇଚ୍ଛା ଆମେ କୌଣସି କାମ କରିପାରିବୁ ନାହିଁ । ଅବକାରୀ ନିୟମର 44(5)ର 17ଟି ସର୍ତ୍ତାବଳୀ ରହିଛି। ଯଦି ୧୭ଟି ସର୍ତ୍ତାବଳି ମାନିଲୁ ସେମାନେ ଆମକୁ ଅନୁମତି ଦିଅନ୍ତି।ଏଭଳି ବିଗତ ୫ବର୍ଷ ଧରି ଚାଲୁଛି । ତେଣୁ ସରକାର ଏଇ ସବୁ ମହିଳା କର୍ମଚାରୀଙ୍କ ନିୟୋଜନକୁ ଯଦି ଭାବୁଛନ୍ତି ବେଆଇନ ତେବେ ସେମାନେ ଜୀବିକା ହରାଇବେ। ଏନେଇ ସରକାର ପୁନର୍ବିଚାର କରନ୍ତୁ । ''

  • କଣ କହିଲେ ସଂଘ ସଭାପତି:-
    ବାର ମାଲିକ ସଂଘର ସଭାପତି ଶିବ ପ୍ରସାଦ ମହାନ୍ତି କହିଛନ୍ତି, ''କେବଳ ବାର ଗାର୍ଲ ନୁହନ୍ତି ସମସ୍ତେ ପ୍ରଭାବିତ ହେବେ। କର୍ମଚରୀଙ୍କୁ ବାହାର କରିପାରିବୁନି । କେତେ ଜଣଙ୍କୁ ଅଧା ଦରମାରେ ରଖିଛୁ। କେତେ ଜଣଙ୍କୁ ବାର ଚାଲିବା ଯାଏ କହିଛୁ ଅପେକ୍ଷା କରିବାକୁ । ବାର ପାଇଁ ଘର ଭଡ଼ା ତିନି ଲକ୍ଷରୁ ଚାରି ଲକ୍ଷ ଖର୍ଚ୍ଚ ଯାଉଛି। ବର୍ଷକୁ ୧କୋଟି ଖର୍ଚ୍ଚ ହେଉଛି ବ୍ୟବସାୟ ପାଇଁ। ସରକାରୀ ରେଭନ୍ୟୁ ଦେଉଛୁ ଭ୍ୟାଟ ବାବଦରେ ୩୬ପ୍ରତିଶତ। ଲାଇସେନ୍ସ ଫି ୧୪ଲକ୍ଷ ଦେଉଛୁ ଅନ୍ୟାନ୍ୟ ବାବଦରେ ୨ଲକ୍ଷ ଦେଉଛୁ । ଏହିଭଳି ୧୬ଲକ୍ଷ ଟଙ୍କା ଦେଉଛୁ ଅଫିସିଆଲି । ୧୦ବର୍ଷ ଧରି ସରକାରୀ ନିୟମ ମାନି ଆମେ ବାର ଚଲାଇଛୁ। ଏବେ ଏଭଳି ନିଷ୍ପତି ଠିକ ନୁହେଁ ଆମେ କଣ କରିବୁ ଏନେଇ ପୁନର୍ବିଚାର କରିବା କଥା । ''

    ବାର ପାଇଁ ୧୭ଟି ନିୟମ କଣ ?
  • ଅନୁମତି ପାଇଥିବା ଡ୍ୟାନ୍ସ ବାରର କିଛି ଗାଇଡଲାଇନ ରହିଛି, ସେଗୁଡିକ ହେଉଛି, ବାରଗାର୍ଲଙ୍କ ଉପରେ ଟଙ୍କା ଉଡାଇ ପାରିବେନି ଗ୍ରାହକ ବରଂ ଉକ୍ତ ଟଙ୍କାକୁ ଟିପ୍ସ ସଦୃଶ ବାର୍ ମ୍ୟାନେଜରଙ୍କୁ ଦେଇ ପାରିବେ ।
  • ବାରଗାର୍ଲ କୌଣସି ପ୍ରକାରର ଉତ୍ତେଜିତପୂର୍ଣ୍ଣ ପୋଷାକ ପିନ୍ଧି ପାରିବେନାହିଁ କି ଉତ୍ତେଜିତ ଡ୍ୟାନ୍ସ କରିବେନାହିଁ
  • ସେହିପରି ୧୦ଫୁଟ, ୧୨ଫୁଟ ଡ୍ୟାନ୍ସ ଫ୍ଲୋରରେ କେବଳ 8 ଜଣ ଡ୍ୟାନ୍ସ କରିପାରିବେ । ଡ୍ଯାନ୍ସ କରୁଥିବା ବାର ଗାର୍ଲଙ୍କ ଚାରିପଟେ 3 ଫୁଟର ବାଡ ରହିବ ଏବଂ ଗ୍ରାହକ ଡ୍ୟାନ୍ସ ଗାର୍ଲଙ୍କ ଭିତରେ 5 ଫୁଟର ଦୂରତା ରହିବ ।
  • 21 ବର୍ଷରୁ କମ୍ ବୟସର ଯୁବତୀଙ୍କୁ ବାରରେ ନିୟୋଜିତ କରାଯିବ ନାହିଁ । ଆଉ ମହିଳା ଡ୍ୟାନ୍ସରଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ଲାଗୁ କରିବେ ବାର କର୍ତ୍ତୃପକ୍ଷ ।
  • ଏଥିସହ ଡ୍ୟାନ୍ସରଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଯିବା ଆସିବା ସମୟ ଏବଂ ସୁରକ୍ଷା ପାଇଁ ସିକ୍ୟୁରିଟିର ବ୍ୟବସ୍ଥା ରହିବ ଏହାର ବ୍ୟବସ୍ଥା ସମ୍ପର୍କରେ ଜାଣିବେ ଅବକାରୀ କର୍ତ୍ତୃପକ୍ଷ ।
  • ବାରର ଡ୍ୟାନସ ଫ୍ଲୋର ଓ ଭିତରେ ସିସିଟିଭି ଲାଗିବ ଏବଂ ଫୁଟେଜରେ ତିନି ମାସର ବ୍ୟାକଅପ୍ ରହିବ। ତତ୍ସହିତ ବାରରେ ଫାୟାର ସେଫ୍ଟି ବାଧ୍ୟତାମୂଳକ ରହିବା ସହ କୌଣସି ପରିସ୍ଥିତିରେ ଡ୍ୟାନ୍ସ ବାରରେ ସେକ୍ସ ରାକେଟ ଚାଲିବ ନାହିଁ । ସେମିତି କିଛି କାର୍ଯ୍ୟକଳାପର ସୂଚନା ମିଳେ ତେବେ 25ହଜାର ପର୍ଯ୍ୟନ୍ତ ଜୋରିମାନା ସହ ବାରର ଲାଇସେନ୍ସ ରଦ୍ଦ ହେବାର କଟକଣା ଲଗାଯାଇଛି । ଭୁବନେଶ୍ବର ଓ କଟକରେ ମୋଟ ୧୮ଟି ଡ୍ୟାନ୍ସ ବାର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.