ଭୁବନେଶ୍ବର: ନବୀନଙ୍କ ସରକାର ସମୟର ୨୧ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି ରାଜ୍ୟ ବିଜେପି ସରକାର । ବିଧାନସଭା ଶୀତ ଅଧିବେଶରେ ଏକଥା ନିଜେ ମାନିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ମୋହନ ସରକାର ଆସିବା ପରେ , 7ଟି ନୂଆ ଯୋଜନା କରାଯାଇଥିବା ବେଳେ 21 ଟି ପୁରୁଣା ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି । ବିଧାନସଭା ଶୀତକାଳୀନ ଅଧିବେଶନରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏପରି ଲିଖିତ ଉତ୍ତର ରଖାଯାଇଛି ।
୨୧ଟି ପୁରୁଣା ଯୋଜନାର ନାମ ପରିବର୍ତ୍ତନ:
ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ଗୃହରେ ପ୍ରଶ୍ନ କରିଥିଲେ ଯେ, 2024 ମାର୍ଚ୍ଚ 31 ସୁଦ୍ଧା ରାଜ୍ୟରେ ରାଜ୍ୟ ଯୋଜନା, କେନ୍ଦ୍ର ଯୋଜନା, ରାଜ୍ୟ-କେନ୍ଦ୍ର ଯୋଜନା କେତେ ପ୍ରତିଶତ ଅନୁଦାନରେ କେତେ କାର୍ଯ୍ୟକାରୀ ହେଉଥିଲା ? ଏବେ ରାଜ୍ୟରେ କେଉଁ ପୂରୁଣା ଯୋଜନା ବନ୍ଦ ରହିଛି, କେତେ ନୂଆ ଯୋଜନା କାର୍ଯ୍ୟକାରୀ ହେଉଛି ଓ କେଉଁ ଯୋଜନା ଗୁଡିକର ପୁନଃ ନାମକରଣ ହୋଇଛି ? ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ''ରାଜ୍ୟରେ ୨୧ ଟି ପୁରୁଣା ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି । ସେହିପରି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକରେ ଶତ ପ୍ରତିଶତ ରାଜ୍ୟର ନିଜସ୍ବ ପାଣ୍ଠିର ବିନିଯୋଗ ହୋଇଥାଏ । କେନ୍ଦ୍ର ଯୋଜନାରେ ଶତ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ବହନ କରିଥାନ୍ତି । ''
ଏହା ମଧ୍ୟ ପଢନ୍ତୁ-ମହାନଦୀରେ ନିର୍ମାଣ ହେବ ଜଳଭଣ୍ଡାର ଏବଂ ବ୍ୟାରେଜ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଏହା ମଧ୍ୟ ପଢନ୍ତୁ-ଅନାହାର ମୃତ୍ୟୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି
ନଜର ପକାନ୍ତୁ କେଉଁ ଯୋଜନାର କଣ ନାମ ପରିବର୍ତ୍ତନ କରାଯାଇଛି:
ନବୀନ ସରକାର ସମୟରେ ଥିବା 'କାଳିଆ' ଯୋଜନାର ନାମକୁ ପରିବର୍ତ୍ତନ କରାଯାଇ 'ସିଏମ କିଷାନ' ଯୋଜନା କରାଯାଇଛି । ସେହିପରି 'ବିଜୁ ସ୍ବାସ୍ଥ୍ୟ କଲ୍ୟାଣ' ଯୋଜନାର ନାମ 'ଗୋପବନ୍ଧୁ ଜନ ଆରୋଗ୍ୟ' ଯୋଜନା କରାଯାଇଛି । 'ମୋ ସ୍କୁଲ ଅଭିଯାନର' ନାମ 'ପଞ୍ଚ ସଖା ଶିକ୍ଷା ସେତୁ' ରଖାଯାଇଛି ।
ନବୀନଙ୍କ ଯୋଜନା | ପରିବର୍ତ୍ତିତ ନୂତନ ଯୋଜନାର ନାମ |
କାଳିଆ | ସିଏମ କିଷାନ ଯୋଜନା |
ଓଡ଼ିଶା ମିଲେଟ ମିଶନ | ଶ୍ରୀଅନ୍ନ ଅଭିଯାନ |
କାଳିଆ ଛାତ୍ରବୃତ୍ତି | କୃଷି ବିଦ୍ୟାନିଧି ଯୋଜନା |
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା | ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା |
ଆମ ଓଡ଼ିଶା ନବୀନ ଓଡ଼ିଶା | ବିକଶିତ ଗାଁ ବିକଶିତ ଓଡ଼ିଶା |
ବିଜୁ ପକ୍କା ଘର | ଅନ୍ତୋଦୟ ଗୃହ ଯୋଜନା |
ବିଜୁ ସେତୁ ଯୋଜନା | ସେତୁ ବନ୍ଧ ଯୋଜନା |
ଲକ୍ଷ୍ମୀ ବସ୍ | ଗ୍ରାମାଞ୍ଚଳ ପରିବହନ |
ବିଜୁ ଯୁବ ଶସକ୍ତିକରଣ ଯୋଜନା | ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା |
ମୋ କଲେଜ ଅଭିଯାନ | ଆମ ଗୌରବ ଆମ କଲେଜ |
ମତ୍ସଜୀବୀ କଲ୍ୟାଣ | ଓଡ଼ିଶା ଧିବର କଲ୍ୟାଣ ଯୋଜନା |
ପ୍ରାଣୀଧନ ସ୍ବାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ | ଗୋମାତା |
କୁକୁଡା ଚାଷ ଏବଂ କ୍ଷୁଦ୍ର ପ୍ରାଣୀ ସମ୍ପଦ | ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା |
ମୁଖ୍ୟମନ୍ତ୍ରୀ ଶକ୍ତି ଉନ୍ନୟନ କାର୍ଯ୍ୟକ୍ରମ | ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା |
ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ | ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଅଭିଯାନ |
ବିଜୁ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା | ଓଡ଼ିଶା ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା |
ମୋ ସ୍କୁଲ ଅଭିଯାନ | ପଞ୍ଚଶଖା ଶିକ୍ଷା ସେତୁ |
ବିଜୁ କେବିକେ | କେବିକେ ବିକାଶ ଯୋଜନା |
ବିଜୁ କନ୍ଧମାଳ ଓ ଗଜପତି ଯୋଜନା | କନ୍ଧମାଳ ଓ ଗଜପତି ବିକାଶ ଯୋଜନା |
ସମନ୍ବିତ ଯୁବ ବିକାଶ | ଯୁବ ବିକାଶ |
ବିଜୁ ଶିଶୁ ସୁରକ୍ଷା ଯୋଜନା | ଯଶୋଦା |
୭ ନୂଆ ଯୋଜନା:
ଓଡ଼ିଶାରେ ଶିକ୍ଷା, କୃଷି, ମହିଳା, ଆଦିବାସୀ ଛାତ୍ରଛାତ୍ରୀ, ଶ୍ରୀମନ୍ଦିରର ଉନ୍ନତି କରଣ, ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ମୋହନ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଯୋଜନା ଉପରେ ନଜର ପକାନ୍ତୁ ।
- ୧. ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା
- ୨. ସୁଭଦ୍ରା ଯୋଜନା
- ୩. ସମୃଦ୍ଧ କୃଷକ ଯୋଜନା
- ୪. ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପାଇଁ କର୍ପସ ଫଣ୍ଡ
- ୫. ଓଡ଼ିଆ ଅସ୍ମିତା କର୍ପସ ଫଣ୍ଡ
- ୬. ମାଧୋ ସିଂହ ହାଥ ପାଣ୍ଠି ଖର୍ଚ୍ଚ ଯୋଜନା
- ୭. ଶିଶୁ କର୍କଟ ରୋଗ ପାଇଁ ବିବିଧ ସୁବିଧା ଯୋଜନା
ଇଟିଭି ଭାରତ, ଭୁବନେଶ୍ବର