ନୂଆପଡା: ଜିଲ୍ଲା ଭାରତୀୟ ଜନତା ପାର୍ଟି ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଖଡ଼ିଆଳ ଥାନାରେ ପୃଥକ ପୃଥକ ଭାବରେ ଲିଖିତ ଅଭିଯୋଗ । ଦଳୀୟ କର୍ମୀଙ୍କୁ ଗାଳି ଗୁଳଜ ସହ ଆକ୍ରମଣ ଏବଂ ହତ୍ୟା ଧମକ ଦେଉଥିବା ବିଜୁ ଜନତା ଦଳ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୁରୁବାର ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି ।
ଚଳିତ ମାସ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଖଡ଼ିଆଳ ନୂଆପଡା ନିର୍ବାଚନ ମଣ୍ଡଳୀରେ ଶେଷ ହୋଇସାରିଛି । ନିର୍ବାଚନ ଦିନ ଖଡ଼ିଆଳ ଶାନ୍ତି ନଗର ନିବାସୀ ହରେଶ କୁମାର ଅଗ୍ରୱାଲଙ୍କୁ ଖଡ଼ିଆଳ ବିଧାୟକ ତଥା ବିଜୁ ଜନତା ଦଳ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ତାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବର୍ତ୍ତମାନ ସେ ଜିଲ୍ଲା ଭାରତୀୟ ଜନତା ପାର୍ଟିର କର୍ମୀଙ୍କ ସହ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଅଗ୍ରୱାଲଙ୍କ ଅଭିଯୋଗ ଅନୁସାରେ ସେ ଏବଂ ତାଙ୍କ ଭାଇ ସଂଜୀବ କୁମାର ଅଗ୍ରୱାଲ ଦୁହେଁ ମିଶି ୨୫ ଲକ୍ଷ ଟଙ୍କା ଲେଖାଏଁ ମୋଟ ୫୦ଲକ୍ଷ ଟଙ୍କା ଦେଇଥିବା କହିଥିଲେ ଅଧିରାଜ । ତେବେ ବିଜେପି ପରି ମୋତେ ମଧ୍ୟ ୫୦ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଫୋନ କଲ କରି ଧମକ ଦେବା ସହ ନିଜ ସମର୍ଥକଙ୍କୁ ଅଗ୍ରୱାଲଙ୍କ ଘରକୁ ପଠାଇ ଗାଳି ଗୁଲଜ ସହ ଧମକାଇଥିଲେ । ଯାହାର ଭିଡିଓ ସିସିଟିଭିରେ କଏଦ ମଧ୍ୟ ହୋଇଛି । ଏହି ଅଭିଯୋଗକୁ ନେଇ ସେ ଖଡିଆଳ ଥାନାରେ ବିଜେଡି ରକର୍ମୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।
ଏଥିସହ ଖଡ଼ିଆଳ ନିବାସୀ ରବୀନ୍ଦ୍ର ସିଂ ଖଣ୍ଡୁଜା, ଅଙ୍କିତ ସିଂ ଦେଓଙ୍କୁ ମଧ୍ୟ ବିଜୁ ଜନତା ଦଳର କର୍ମୀ ମାନେ ଧମକ ଦିଆଯାଇଥିବା ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ସହ ଭାରତୀୟ ଜନତା ପାର୍ଟିର ନେତା କର୍ମୀ ମାନଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛି ବଜେପି ଜିଲ୍ଲା ସଭାପତି । ୩ ଦିନ ମଧ୍ୟରେ ପୋଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ରାଜରାସ୍ତାକୁ ଓହ୍ଲାଇ ଥାନା ଘେରାଉ କରିବେ ବୋଲି ଭାରତୀୟ ଜନତା ପାର୍ଟି ସଭାପତି ସୁବ୍ରତ କୁମାର ଠାକୁର ଚେତାବନୀ ଦେଇଛନ୍ତି । ଅପରପକ୍ଷେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଖଡ଼ିଆଳ ଥାନା ଏସଡିପିଓ ଅରୁପ ଅଭିଷେକ ବେହେରା ପ୍ରତିଶୃତି ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ; ଜିଲ୍ଲା ପ୍ରଶାସନକୁ ବିଜେପିର ଚେତାବନୀ
ନୂଆପଡା, ଇଟିଭି ଭାରତ