ETV Bharat / state

ଛାତ୍ରଛାତ୍ରୀଙ୍କ ପାଇଁ ଇସ୍ତାହାର ଆଣିବ ବିଜେଡି, ଜାରି ହେଲା ନମ୍ବର ଓ ମେଲ ଆଇଡି - BJD MANIFESTO FOR STUDENTS

author img

By ETV Bharat Odisha Team

Published : Mar 26, 2024, 10:05 AM IST

Biju Chhatra Janata Dal Press Meet: ଛାତ୍ରଛାତ୍ରୀଙ୍କ ପାଇଁ ବିଜେଡି ଆଣିବ ନିର୍ବାଚନୀ ଇସ୍ତାହାର । ଇସ୍ତାହାରରେ କ'ଣ କ'ଣ ରହିବ, ସେନେଇ ମତ ସଂଗ୍ରହ କରିବ ବିଜୁ ଛାତ୍ର ଜନତା ଦଳ । ଅଧିକ ପଢନ୍ତୁ

BJD MANIFESTO FOR STUDENTS
BJD MANIFESTO FOR STUDENTS

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଛାତ୍ର ବର୍ଗଙ୍କ ପାଇଁ ସ୍ବତନ୍ତ୍ର ଇସ୍ତାହାର ଆଣିବ ବିଜେଡି । ଏହି ଇସ୍ତାହାରରେ ଛାତ୍ରଛାତ୍ରୀଙ୍କ ପାଇଁ ଦଳସ୍ୱତନ୍ତ୍ର ଘୋଷଣା କରିବ । ଏହି ଇସ୍ତାହାର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଦଳ ଷଷ୍ଠ ଥର ସରକାରକୁ ଆସିଲେ ପ୍ରଥମ କ୍ୟାବିନେଟରେ ହିଁ ସବୁ ଘୋଷଣା ପୂରଣ ହେବ । ଏନେଇ ଶଙ୍ଖ ଭବନରେ ଆୟୋଜିତ ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀରେ ଏପରି ନିଷ୍ପତ୍ତି ନିଆଯାଇଛି ।

ଇସ୍ତାହାରରେ କ'ଣ କ'ଣ ରହିବ, ସେନେଇ ମତ ସଂଗ୍ରହ କରିବ ବିଜୁ ଛାତ୍ର ଜନତା ଦଳ । ଇସ୍ତାହାର ପାଇଁ ଜିଲ୍ଲା ଗସ୍ତ ସମୟରେ ଛାତ୍ରଛାତ୍ରୀଙ୍କ କ'ଣ ଆବଶ୍ୟକତା ରହିଛି, ସେସବୁର ମତାମତ ଇ-ମେଲ ଓ ହ୍ୱାଟ୍ସଆପ ମାଧ୍ୟମରେ ନିଆଯିବ । ମତାମତ ସଂଗ୍ରହର ୭ ଦିନ ଭିତରେ ୫-ଟି ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିବ ଛାତ୍ର ବିଜେଡି । ଏନେଇ ସୂଚନା ଦେଇଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ମହାସଚିବ ଇପ୍ସିତା ସାହୁ ।

ଏହା ମଧ୍ଯ ପଢନ୍ତୁ-ସକାଳେ ବିଜେଡି ଛାଡିଲେ, ସନ୍ଧ୍ୟାରେ ବିଜେପିରେ ମିଶିଲେ ପୂର୍ଣ୍ଣଚନ୍ଦ୍ର ସେଠୀ - Purna Chandra Sethi Joins BJP

ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଓ ଇପ୍ସିତା ସାହୁ କହିଛନ୍ତି ଯେ, ପ୍ରାୟ ୭୦୦୦ ହାଇସ୍କୁଲକୁ ୫-ଟି ହାଇସ୍କୁଲରେ ରୂପାନ୍ତରିତ କରାଯାଇଛି । ଅଧିକାଂଶ କଲେଜର ରୂପାନ୍ତରଣ ମଧ୍ୟ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଏବଂ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା ସଫଳ ହୋଇଛି । ୟୁଜି ଏବଂ ପିଜିରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି । ଯେଉଁଥିରେ ପ୍ରାୟ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।

ଦେଶର କୌଣସି ରାଜ୍ୟରେ ଏତେ ବଡ ମାତ୍ରାରେ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଚାଲିନାହିଁ । ଓଡିଶା ଏ ଦିଗରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିପାରିଛି । ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସହିତ ସ୍ପୋର୍ଟସ ଏବଂ କଲଚରାଲ ପ୍ଲାଟଫର୍ମ ଉପଲବ୍ଧ କରାଇଛନ୍ତି । ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନବୀନ ଓଡିଶା ମ୍ୟାଜିକ କାର୍ଡ ଛାତ୍ରଛାତ୍ରୀଙ୍କୁ ଦେବାକୁ ଯାଉଛନ୍ତି । ଏହି ନବୀନ ଓଡିଶା ମ୍ୟାଜିକ କାର୍ଡରେ ରାଜ୍ୟ ସରକାର ଘୋଷଣା କରିଥିବା ସୁବିଧା ବାଦ ଆଉ କ’ଣ ସବୁ ସୁବିଧା ସାମିଲ କରିବାର ଆବଶ୍ୟକତା ରହିଛି । ସେନେଇ ଛାତ୍ରଛାତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ ଆଲୋଚନା କରିବେ ବୋଲି ଉଭୟ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ୭ ଦିନ ଭିତରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ଜିଲ୍ଲା ଗସ୍ତ କରି ଏନେଇ ମତାମତ ସଂଗ୍ରହ କରିବେ । ଗୁଣାତ୍ମକ ଶିକ୍ଷା ପାଇଁ ଛାତ୍ରମାନଙ୍କର ଆଉ କ’ଣ ଆବଶ୍ୟକତା ରହିଛି, ସେନେଇ ଆସିଥିବା ପରାମର୍ଶକୁ ଏକାଠି କରି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ପ୍ରଦାନ କରାଯିବ । ହ୍ବାଟସଆପ୍ ନମ୍ବର-୯୦୭୮୪୦୪୪୪୪ ଏବଂ ଇମେଲ ଆଇଡି- bcjdofficial@gmail.com ଜରିଆରେ ସମସ୍ତେ ମତାମତ ଦେଇପାରିବେ । ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ତରଫରୁ ଯେଉଁ ଇସ୍ତାହାର ଜାରି କରାଯିବ, ସେଥିରେ ସ୍ଵତନ୍ତ୍ର ଭାବେ ଷ୍ଟୁଡେଣ୍ଟ ମାନିଫେଷ୍ଟୋ ସାମିଲ କରାଯିବ । ଏହାକୁ ନୂତନ ସରକାରର ପ୍ରଥମ କ୍ୟାବିନେଟରେ ପାରିତ ହେବ । ଆମର ସଂପୂର୍ଣ୍ଣ ବିଶ୍ଵାସ ମୁଖ୍ୟମନ୍ତ୍ରୀ ଏହାକୁ କାର୍ଯ୍ୟକାରୀ କରିବେ । ଆଗାମୀ ୧୦ ବର୍ଷ ଅର୍ଥାତ ୨୦୨୪ରୁ ୨୦୩୪ ଯାଏଁ ଛାତ୍ର ଏବଂ ଯୁବପୀଢିଙ୍କ ପାଇଁ ସୁବର୍ଣ୍ଣ ସମୟ । ଏହି ଅବଧିରେ ଶିକ୍ଷାର ଦ୍ରୁତ ଅଭିବୃଦ୍ଧି, ଦକ୍ଷତା ବିକାଶ, ନିବେଶ ଓ ନିଯୁକ୍ତି ଜରିଆରେ ସଶକ୍ତିକରଣ ବ୍ୟାପକ ଆକାରରେ ହେବାକୁ ଯାଉଛି । ଯାହା ଏକ ସମୃଦ୍ଧ, ସଶକ୍ତ ଓ ନବୀନ ଓଡିଶା ଗଠନରେ ସହାୟକ ହେବ ।

ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ବିଶ୍ଵପ୍ରତାପ ସାହୁ, ରାଜେଶରାଜ ସ୍ଵାଇଁ, ମିକୁ ପ୍ରଧାନ, ବରିଷ୍ଠ ଉପସଭାପତି ପ୍ରଦୋଷ ପରିଡ଼ା, ଅପୂର୍ବ ଅପରୂପା, ସ୍ଵାଗତିକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବିଜୁ ଛାତ୍ର ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ଵରେ ନବୀନ ନିବାସ ଯାଇ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସହ କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.