ETV Bharat / state

ପଦାରେ ପଡ଼ିଲା ଭୁବନେଶ୍ୱର ବିଜେଡିର କନ୍ଦଳ, ମୁହାଁମୁହିଁ ହେଲେ ବିଜେଡି-ବେଜେଡି - bmc standing committee election

author img

By ETV Bharat Odisha Team

Published : Jun 21, 2024, 10:47 PM IST

BMC STANDING COMMITTEE ELECTION: ବିଏମସିରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ବଢୁଛି ଦଳୀୟ କନ୍ଦଳ । ବିଏମସିର ଷ୍ଟାଣ୍ଡିଙ୍ଗ କମିଟି ନିର୍ବାଚନରେ ହେଲେ ମୁହାଁମୁହିଁ । ବାଜି ମାରିଲେ କର୍ପୋରେଟର ବିରଞ୍ଚି ମହାସୂପକାର । ଅଧିପ ପଢନ୍ତୁ

BMC STANDING COMMITTEE ELECTION
BMC STANDING COMMITTEE ELECTION (ETV Bharat Odisha)

ଭୁବନେଶ୍ବର: ରାଜଧାନୀ ବିଜେଡିରେ ଫାଟ । ବିଏମସିରେ ବିଜେଡିର ଦୁଇ ଗୋଷ୍ଠୀ ନିଜ ନିଜର ପ୍ରତିଦ୍ବନ୍ଦୀ ସାଜିବା ପରେ ଏହି ଫାଟ ପଦାରେ ପଡ଼ିଛି । ବିଏମସିର ଷ୍ଟାଣ୍ଡିଙ୍ଗ କମିଟି ନିର୍ବାଚନରେ ବିଜେଡି ସହ ବିଜେଡିର ମୁହାଁମୁହିଁ ହୋଇଛି । ଭୁବନେଶ୍ୱର ମହାନଗର ନିଗମର ପରିମଳ, ଜନସ୍ବାସ୍ଥ୍ୟ ଓ ଏଲେକ୍ଟ୍ରି ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ପାଇଁ ବିଜେପି ସହ ନୁହେଁ ବରଂ ବିଜେଡି ବିଜେଡି ଭିତରେ ଲଢେଇ ହୋଇଛି । ଆଉ ଏହି ମୁହାଁମୁହିଁ ସହ ଆଜି ବିଏମସିର ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ହୋଇଛନ୍ତି କର୍ପୋରେଟର ବିରଞ୍ଚି ମହାସୂପକାର । ଭୁବନେଶ୍ବର ପୂର୍ବତନ ଏକାମ୍ର ବିଧାୟକ ଅଶୋକ ପଣ୍ଡା ଏବଂ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହଯୋଗୀ ଭରତ ଲେଙ୍କା ଖଣ୍ଡେ ଭୋଟରେ ବିରଞ୍ଚିଙ୍କ ଠାରୁ ପରାଜିତ ହୋଇଛନ୍ତି ।

ତେବେ ପ୍ରଥମଥର ପାଇଁ ବିଏମସି ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ପାଇଁ ନିର୍ବାଚନ ହୋଇଥିଲା । ପୂର୍ବରୁ ବିଜେଡି କ୍ଷମତାରେ ଥିବାରୁ ନିଜ ନିଜ ଭିତରେ ସହମତିରେ ଅଧ୍ୟକ୍ଷ ବଛା ଯାଉଥିଲା । ହେଲେ ବିଜେପି ସରକାରରେ ଆସିବା ପରେ ବିଜେଡି ରାଜ୍ୟରେ ହାରିବା ପରେ ଦଳର ଦୁଇଟି ଗୋଷ୍ଠୀ ଭିତରେ ବିବାଦ ଯୋଗୁଁ ଆଜି ନିର୍ବାଚନ ହେବାକୁ ପଡ଼ିଲା । ଆଉ ନିର୍ବାଚନରେ ବିଜେଡିର ଅସନ୍ତୋଷ ଗୋଷ୍ଠୀ ନିଜର ବାଜି ମରିନେବା ପରେ ଏହାକୁ ନେଇ ବେଶ୍ ମଜା ନେଇଥିଲେ ଶାସକ ବିଜେପି ଦଳର କର୍ପୋରେଟର ।

ବିଜେପି କର୍ପୋରେଟର କହିଛନ୍ତି ଯେ, ଆଜିର ନିର୍ବାଚନ ବଡ଼ ହାସ୍ୟାସ୍ପଦ । କାରଣ ଆମ ସହ ନୁହେଁ ବରଂ ପୋର୍ଟେରରେ ସଂଖ୍ୟା ଗରିଷ୍ଠତା ପାଇଥିବା ବିରୋଧୀ ବିଜେଡି ଭିତରେ ଆଜି ନିର୍ବାଚନ ହୋଇଥିଲା । ଏହା ନିଜ ନିଜ ଭିତରେ ଥିବା ପତିଆରା ବିସ୍ତାରକୁ ନେଇ ହୋଇଥିବା ବେଳେ ବିରଞ୍ଚି ମହାସୂପକାର ବିଜୟୀ ହୋଇଛନ୍ତି । ଭଲ ନିର୍ବାଚିତ ପ୍ରତିନିଧି ସେ ହୋଇଥିବା ବେଳେ ଆମେ ତାଙ୍କୁ ସମର୍ଥନ ଜଣାଉଛୁ ।

ଏହା ମଧ୍ୟ ପଢନ୍ତୁ ......ପିସିସି ସଭାପତିଙ୍କୁ କାଳିମାଡ଼; କଂଗ୍ରେସ ଭବନରେ ପଶି କାଳି ଫିଙ୍ଗିଲେ ଦୁର୍ବୃତ୍ତ, ଆଇନର ଆଶ୍ରୟ ନେଲେ ଶରତ - INK ATTACK ON Sarat Pattanayak

ଅନ୍ୟପଟେ ଏହି ନିର୍ବାଚନକୁ ନେଇ ବିଏମସି ମେୟର କହିଛନ୍ତି ଯେ, ବିଜେଡି-ବିଜେଡି ଭିତରେ କୌଣସି ଅସନ୍ତୋଷ ନାହିଁ । ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହୋଇଛି । ଆଗକୁ ମଧ୍ୟ ଏଭଳି ହେବ । ସେପଟେ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ସପକ୍ଷରେ ମେମ୍ବର ନଥିବାରୁ ସେ ବାଧ୍ୟ ହୋଇ ୱାର୍କ ଏବଂ ଡ୍ରେନିଂ କମିଟିରୁ ଗତକାଲି ଇସ୍ତଫା ଦେଇଥିଲେ । ସଂଖ୍ୟା ଥାଇବି ବିଜେଡି-ବିଜେଡି ଭିତରେ ପ୍ରତିଦ୍ବନ୍ଦିତା ହୋଇ ବିଜେଡି ଜିତିଥୁବାବେଳେ ଆଜିର ନିର୍ବାଚନ ପରେ ବିଜେଡି ଭିତରେ ଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.