ETV Bharat / state

ମାଗଣା ରାସନ ପ୍ରସଙ୍ଗ, ରାଜ୍ୟ ସରକାର ଶ୍ରେୟ ନେବାକୁ ଚେଷ୍ଟା କରୁଛି: ବିଜେପି

Nabin Odisha Branded Bags: ଲେଖାଶ୍ରୀ କହିଛନ୍ତି ବିଜେଡି କପି ପେଷ୍ଟ ସରକାର । କେନ୍ଦ୍ର ଅର୍ଥରୁ କେନ୍ଦ୍ରୀୟ ଯୋଜନାରୁ ଲୋକପ୍ରିୟତା ଏବଂ ଶ୍ରେୟ ନେବା ପାଇଁ ଲମ୍ବା ସମୟ ହେଲା ଚେଷ୍ଟା ଚଳେଇଛି । ଆଗରୁ କଂଗ୍ରେସ ଓ ବିଜେଡି ଏ ଆଉ ବି ଟିମ ଭାବେ କାମ କରୁଥିଲେ । ଏହି ପ୍ରସଙ୍ଗକୁ ଉଠାଉ ନଥିଲେ । ଅଧିକ ପଢନ୍ତୁ

ମାଗଣା ରାସନ ପ୍ରସଙ୍ଗ; ରାଜ୍ୟ ସରକାର  ଶ୍ରେୟ ନେବାକୁ ଚେଷ୍ଟା କରୁଛି: ବିଜେପି

author img

By ETV Bharat Odisha Team

Published : Feb 12, 2024, 6:31 PM IST

ମାଗଣା ରାସନ ପ୍ରସଙ୍ଗ; ରାଜ୍ୟ ସରକାର ଶ୍ରେୟ ନେବାକୁ ଚେଷ୍ଟା କରୁଛି: ବିଜେପି

ଭୁବନେଶ୍ବର: ବିଜେଡି କପି ପେଷ୍ଟ ସରକାର । କେନ୍ଦ୍ର ଅର୍ଥରୁ କେନ୍ଦ୍ରୀୟ ଯୋଜନାରୁ ଲୋକପ୍ରିୟତା ଏବଂ ଶ୍ରେୟ ନେବା ପାଇଁ ଲମ୍ବା ସମୟ ହେଲା ଚେଷ୍ଟା ଚଳେଇଛି । ଆଗରୁ କଂଗ୍ରେସ ଓ ବିଜେଡି ଏ ଆଉ ବି ଟିମ ଭାବେ କାମ କରୁଥିଲେ । ଏହି ପ୍ରସଙ୍ଗକୁ ଉଠାଉ ନଥିଲେ । ବିଜେପି ମୁଖ୍ୟ ବିରୋଧୀ ଦଳ ହେବା ପରେ ବାରମ୍ବାର ଅଭିଯୋଗ କରିଛୁ ବିଜେଡି କେନ୍ଦ୍ରୀୟ ଯୋଜନା ହଡପ କରୁଛି । ମୋଦି ଚାଉଳ ବିଜେଡି ବ୍ୟାଗରେ ବାଣ୍ଟିବାକୁ ଦେବନି ବିଜେପି । ପ୍ରତ୍ୟେକ ରାସନ କେନ୍ଦ୍ରରେ ପହଞ୍ଚିବ ଦଳ । ମାଗଣା ରାସନ ବେଳେ ରାଜ୍ୟ ସରକାରଙ୍କ ଲୋଗୋ ଥିବା ବ୍ୟାଗ ବାଣ୍ଟୁଥିବା ବିଜେଡି ସରକାର ବିରୋଧରେ ଆଜି ଏଭଳି ଲଢେଇର ଚେତାବନୀ ଦେଇଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ।

ଲେଖାଶ୍ରୀ କହିଛନ୍ତି ‘‘ବିଜେଡି କପି ପେଷ୍ଟ ସରକାର । କେନ୍ଦ୍ର ଅର୍ଥରୁ କେନ୍ଦ୍ରୀୟ ଯୋଜନାରୁ ଲୋକପ୍ରିୟତା ଏବଂ ଶ୍ରେୟ ନେବା ପାଇଁ ଲମ୍ବା ସମୟ ହେଲା ଚେଷ୍ଟା ଚଳେଇଛି । ଆଗରୁ କଂଗ୍ରେସ ଓ ବିଜେଡି ଏ ଆଉ ବି ଟିମ ଭାବେ କାମ କରୁଥିଲେ । ଏହି ପ୍ରସଙ୍ଗକୁ ଉଠାଉ ନଥିଲେ । ବିଜେପି ମୁଖ୍ୟ ବିରୋଧୀ ଦଳ ହେବା ପରେ ବାରମ୍ବାର ଅଭିଯୋଗ କରିଛୁ ବିଜେଡି କେନ୍ଦ୍ରୀୟ ଯୋଜନା ହଡପ କରୁଛି । ମୋଦି ଚାଉଳ ବିଜେଡି ବ୍ୟାଗରେ ବାଣ୍ଟିବାକୁ ଦେବନି ବିଜେପି । ପ୍ରତ୍ୟେକ ରାସନ କେନ୍ଦ୍ରରେ ପହଞ୍ଚିବ ଦଳ।’’

ସେହିପରି ଲେଖାଶ୍ରୀ କହିଛନ୍ତି ମାଗଣା ଚାଉଳ ମୋଦି ଦେଉଛନ୍ତି । ହେଲେ ରାଜ୍ୟ ସରକାର ହାତଗଣତି କିଛି ଲୋକଙ୍କୁ ଦେଇ ଶ୍ରେୟ ନେବାକୁ ଚେଷ୍ଟା କରୁଛି । ୩ କୋଟି ୨୭ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛନ୍ତି ମୋଦି । ମାତ୍ର ୫ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛି ବିଜେଡି ସରକାର। ହେଲେ ସବୁ ହିତାଧିକାରୀଙ୍କୁ ଶଙ୍ଖ, ସରକାରଙ୍କ ଲଗୋ, ଫାଇଭ ଟି ଚିହ୍ନ ଲଗାଇ ବ୍ୟାଗ ବାଣ୍ଟୁଛି ବିଜେଡି । ପର ଘର ତିଅଣରେ ଅତିଥୀ ଚର୍ଚ୍ଚାକୁ ଓଡ଼ିଶା ଲୋକ ଆଉ ଗ୍ରହଣ କରିବେନି । ମୋଦି ଚାଉଳ ବିଜେଡି ବ୍ୟାଗରେ ବାଣ୍ଟିବାକୁ ଦେବନି ବିଜେପି । ପ୍ରତ୍ୟେକ ରାସନ କେନ୍ଦ୍ରରେ ପହଞ୍ଚିବ ଦଳ । ସବୁ ଘରକୁ ପହଞ୍ଚିବା ବିଜେପି ।

ଅଧିକ ପଢନ୍ତୁ- ବିଜେଡି ଷଡ଼ଯନ୍ତ୍ରକୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛୁ: ଜୟନାରାୟଣ

ଲେଖାଶ୍ରୀ ଅଭିଯୋଗ କରିଛନ୍ତି ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ ଠିକ ଭାବରେ ଲାଗୁ କରାଯାଉନାହିଁ । କେନ୍ଦ୍ରରେ ଥିବା ମୋଦି ସରକାର ସମ୍ପୂର୍ଣ୍ଣ ମାଗଣାରେ ଚାଉଳ ଦେଉଛନ୍ତି । କିନ୍ତୁ ରାଜ୍ୟ ଏହାକୁ ହାଇଯାକ କରି ନିଜେ ନାଁ ନେବାକୁ ଚେଷ୍ଟା କରୁଛନ୍ତି । ନବୀନ ବାବୁଙ୍କ ସରକାର ବ୍ରାଣ୍ଡ ଚୋରିର ସରକାର। 5T ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋ ଥିବା ବ୍ୟାଗ ଦେଇ ମାଗଣା ଚାଉଳ ବଣ୍ଟନ କରିବା ନେଇ ଷଡ଼ଯନ୍ତ୍ର କରୁଛନ୍ତି । ଜିଲ୍ଲା ଅଧିକାରୀ ମଧ୍ୟ ଏପରି ଲୋଗୋ ଥିବା ବ୍ୟାଗରେ ମାଗଣା ଚାଉଳ ବଣ୍ଟନ କରିବାକୁ ଯୋଜନା କରିଛନ୍ତି । ଏ ବ୍ୟାଗରେ ରାଜ୍ୟ ସରକାର ମାଗଣା ଚାଉଳ ଦେଇ ପାରିବେ ନାହିଁ । ମାଗଣା ଚାଉଳ କେନ୍ଦ୍ର ଦେବ । ହେଲେ ରାଜ୍ୟ ସରକାର ବାଃ ବାଃ ନେବାକୁ ଚେଷ୍ଟା କରୁଛନ୍ତି । ଚୋରି କରିବାର ଗୋଟିଏ ସୀମା ଥାଏ । ନବୀନ ବାବୁଙ୍କ ସରକାର ଏଥିରେ ପିଏଚଡ଼ି କରିଛନ୍ତି । ବିଜେପି ପ୍ରତି ଡିଲର ପଏଣ୍ଟରେ ଏହାକୁ ବିରୋଧ କରିବ । 5T ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋ ଥିବା ବ୍ୟାଗକୁ ପୋଡ଼ିବ ।

ଇଟିଭି ଭାରଚ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.