ETV Bharat / state

ଖୋଲିବ ପୁରୁଣା ଫାଇଲ; ନବ ଦାଶ ହତ୍ୟାକାଣ୍ଡ ପୁନଃତଦନ୍ତକୁ ସ୍ୱାଗତ କଲା ବିଜେଡି, ବିଜେପି ଆଗରେ ରଖିଲା ଡେଡଲାଇନ୍ - BJD reaction on Old cases

author img

By ETV Bharat Odisha Team

Published : Aug 14, 2024, 10:24 AM IST

Updated : Aug 14, 2024, 11:56 AM IST

New bjp govt to reopen highlighted old cases, former health minister naba das murder case: ଖୋଲିବ ରାଜ୍ୟର ବହୁ ଚର୍ଚ୍ଚିତ ପୁରୁଣା ଫାଇଲ । ଅକଳରେ ପଡିବ ପୂର୍ବ ସରକାର ନା ଖସିଯିବେ ଅଭିଯୁକ୍ତ ? ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବଡ ବଡ ହତ୍ୟାକାଣ୍ଡର ଫାଇଲ ଖୋଲିବ ବୋଲି କହିବା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପଟେ ପ୍ରତିକ୍ରିୟା ରଖିଲା ବିଜେଡି । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାର ହେବ ପୁନଃ ତଦନ୍ତ । ନବ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆଣିବେ ବିଜେପି ସରକାର । ଏନେଇ ଇଂରାଜୀ ଦୈନିକ ପତ୍ରିକାକୁ ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ନବ ହତ୍ୟା ଘଟଣାର ପୁନଃ ତଦନ୍ତକୁ ସ୍ୱାଗତ କରିଛି ବିଜୁ ଜନତା ଦଳ । ମିଛ ବାହାନା ଛାଡି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତଦନ୍ତ କାରିବାକୁ ବିଜେଡ଼ି ରାଜ୍ୟ ସରକାରଙ୍କୁ ଦେଇଛି ଆହ୍ୱାନ । ସାଧାରଣ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ ନକରିବାକୁ ସରକାରଙ୍କ ଗଳା ବାଟ ବନ୍ଦ କରିବୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଏହା ମଧ୍ୟ ପଢନ୍ତୁ- ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା: ପୁରିଲା ମହଲତ ମିଳିଲାନି ନ୍ୟାୟ, ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶକୁ ନେଇ ଉଠିଲା ପ୍ରଶ୍ନ - ASO Assault Case

କୌଣସି ମାମଲାର ପୁନଃତଦନ୍ତ ପ୍ରତ୍ୟେକ ସରକାରର ଅଧିକାର :-
ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ତଦନ୍ତ କରି ପାରିବ ପ୍ରତ୍ୟେକ ସରକାରର ଅଧିକାର । କୌଣସି ମାମଲାର ପୁନଃ ତଦନ୍ତ କରିପାରିବ । ଘଟଣାର ନିଷ୍କର୍ଷକୁ ଆସିପାରିବେ । କିନ୍ତୁ ବଡ଼ ବିଚିତ୍ର ବ୍ୟବସ୍ଥା ଓଡିଶାରେ ଦେଖିବାକୁ ମିଳୁଛି । ପ୍ରତିଶ୍ରୁତି ପାଳନ ନକରିବା ପାଇଁ ତଦନ୍ତକୁ ଆଳ କରୁଛନ୍ତି ନୂଆ ସରକାର । ସରକାରକୁ ଆସିବାର 24 ଘଣ୍ଟା ମଧ୍ୟରେ ଚିଟଫଣ୍ଡ ହିତାଧିକାରୀଙ୍କ ଅର୍ଥ ଦେବୁ ବୋଲି ବିଜେପି କହିଥିଲା । 24 ଘଣ୍ଟା କଣ ସରକାରଙ୍କୁ ଦୁଇ ମାସ ହୋଇଗଲାଣି, ଆଜି ପର୍ଯ୍ୟନ୍ତ ଟଙ୍କା ମିଳିଲା ନାହିଁ । ଏହାର ଅର୍ଥ ହେଉଛି ଲୋକଙ୍କୁ ପୁଳେ ମିଛ କଥା କହିଛ ।"

ବଡ଼ ଠାକୁର ଝୁଣ୍ଟିବା ଘଟଣାର କଣ ହେଲା ତଦନ୍ତ ? :-
ଲେନିନ ଆହୁରି ମଧ୍ୟ କହିଛନ୍ତି, "ସରକାରୀ ଭାବେ କୌଣସି ଘଟଣାର ତଦନ୍ତ ଆବଶ୍ୟକ । ଆଇନ ମନ୍ତ୍ରୀ ଭାବେ ପୃଥିବୀରାଜ ହରିଚନ୍ଦନ ଏହା କରିପାରିବେ । କିନ୍ତୁ ସେ ବଡ଼ ବଡ଼ କଥା କହୁଛନ୍ତି । ଆଇନ ମନ୍ତ୍ରୀ ଭାବେ ସେ ପୁରୀରେ ରହିପାରିଲେ ନାହିଁ । ଅପ୍ରତ୍ୟାଶିତ ଘଟଣା ଘଟିଲା । ପହଣ୍ଡି ବିଜେ ସମୟରେ ବଡ଼ ଠାକୁର ଝୁଣ୍ଟି ପଡିଲେ । ଆଇନ ମନ୍ତ୍ରୀଙ୍କର ଅନୁପସ୍ଥିତ ରହିବା, ତଦନ୍ତ ବିହୀନ ସଂସ୍ଥା ଓ ଫୋକ୍ସ ବିହୀନ ଆଭିମୁଖ୍ୟ ଏପରି ଅଘଟଣକୁ ଆଣିଲା । ଫଳରେ ପ୍ରତ୍ୟେକ ଓଡ଼ିଆ ନିନ୍ଦିତ ହେଲେ । ଘଟଣାର 3 ଦିନ ମଧ୍ୟରେ ତଦନ୍ତ କରିବା କଥା କୁହାଯାଇଥିଲା । କିନ୍ତୁ 2 ସପ୍ତାହ ଗଲାଣି । ଏ ପର୍ଯ୍ୟନ୍ତ ରିପୋର୍ଟ ନାହିଁ । ମିଛ ଛଞ୍ଚକତା କଲେ କିଛି ହେବନାହିଁ ।"

ବିଜେଡି ସମସ୍ତ ପ୍ରକାର ତଦନ୍ତକୁ କରୁଛି ସ୍ୱାଗତ :-
ସେ ଏହା କହିଛନ୍ତି, "ବିଜେଡି ସମସ୍ତ ପ୍ରକାର ତଦନ୍ତକୁ ସ୍ୱାଗତ କରୁଛି । ସାଧାରଣ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ ନକରିବା ଲାଗି ରାଜ୍ୟ ସରକାର ଗଳା ବାଟ ବାହାର କରୁଛି । ଏହାକୁ ଆମେ କରିବାକୁ ଦେବୁନାହିଁ । ମିଛ କହି, ଲୋକଙ୍କୁ ଭ୍ରମରେ ରଖିବାକୁ ଚେଷ୍ଟା କରାଯାଉଛି । ବିଜେପି ସରକାର ଡ୍ରାମା ବନ୍ଦ କରନ୍ତୁ । ମିଛ ବାହାନା ଛାଡି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତଦନ୍ତ କରନ୍ତୁ । ଲୋକଙ୍କ ଆଗରେ ଆଳ ନେବାକୁ ବିଜେଡି ଦେବନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 14, 2024, 11:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.