ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଚିଠି; କଳିଙ୍ଗ ପୁରସ୍କାରକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର ! ବିଜେଡି କହିଲା ରାଜ୍ୟ ବାହାର ନେତା ଓଡିଶାବାସୀଙ୍କୁ ଅସ୍ମିତା ଭାଷଣ ଦେଲେ - UNESCO Kalinga Prize issue

author img

By ETV Bharat Odisha Team

Published : Aug 13, 2024, 10:33 AM IST

Updated : Aug 13, 2024, 1:46 PM IST

BJD party reaction on UNESCO Kalinga Prize issue: ଓଡ଼ିଆ ଅସ୍ମିତା କହି ବିଜେପି ଭୋଟ ନେଲେ । ରାଜ୍ୟ ବାହାରର ନେତା ଓଡିଶାବାସୀଙ୍କୁ ଓଡ଼ିଶା ଅସ୍ମିତା ଭାଷଣ ଦେଲେ । କିନ୍ତୁ ୟୁନେସ୍କୋ କଳିଙ୍ଗ ପୁରସ୍କାରକୁ ବନ୍ଦ କରିବାକୁ ଉଦ୍ୟମ ହେଉଛି । ଏହା ଅନ୍ତର୍ଜାତୀୟ ସ୍ତରର ପୁରସ୍କାର । ୭୨ ଜଣଙ୍କୁ ଏହି ପୁରସ୍କାର ମିଳିଛି । ସେମାନଙ୍କ ମଧ୍ୟରୁ ୭ ଜଣେ ନୋବେଲ ବିଜେତା ଅଛନ୍ତି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି । ଅଧିକ ପଢନ୍ତୁ

କଳିଙ୍ଗ ପୁରସ୍କାରକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର !
କଳିଙ୍ଗ ପୁରସ୍କାରକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର ! (ETV Bharat Odisha)

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରୟାସରେ ଆରମ୍ଭ ହୋଇଥିବା ୟୁନେସ୍କୋ କଳିଙ୍ଗ ପୁରସ୍କାରକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି । ୧୯୫୨ ମସିହାରୁ ଚାଲୁଥିବା ଏହି ସମ୍ମାନଜନକ ପୁରସ୍କାରକୁ ହଠାତ ଆର୍ଥିକ ଅନୁଦାନ ବନ୍ଦ କରିବା ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହାକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ବିଜେଡି କହିଲା ରାଜ୍ୟ ବାହାର ନେତା ଓଡିଶାବାସୀଙ୍କୁ ଅସ୍ମିତା ଭାଷଣ ଦେଲେ (ETV Bharat Odisha)

ଚାଲୁ ରହୁ ୟୁନେସ୍କୋ କଳିଙ୍ଗ ପୁରସ୍କାର । ପୁରସ୍କାରକୁ ଚାଲୁ ରଖିବାକୁ କେନ୍ଦ୍ର ବିଜ୍ଞାନ ଓ କାରୀଗର କୌଶଳ ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦଙ୍କୁ ଚିଠି । ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ଚିଠିରେ ଲେଖିଛନ୍ତି, "ଓଡିଆ ଅସ୍ମିତାର ପ୍ରତୀକ ହେଉଛି ୟୁନେସ୍କୋ କଳିଙ୍ଗ ପୁରସ୍କାର । ଏହି କେବଳ ଏକ ଅନ୍ତର୍ଜାତୀୟ ପୁରସ୍କାର ନୁହେଁ, ଓଡ଼ିଆ ଲୋକଙ୍କ ଭାବାବେଗ ସହ ଜଡ଼ିତ । ଏହି ପୁରସ୍କାର ପାଇଁ ଆର୍ଥିକ ଅନୁଦାନ ବନ୍ଦ କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ଠିକ ନୁହେଁ ।" ଏହା ନକରି ପୁରସ୍କାର ଚାଲୁ ରଖିବାକୁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ନବୀନ ।

ଏହା ମଧ୍ୟ ପଢନ୍ତୁ- ପୋଲାଭରମ ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରି ଫେରିଲା ବିଜେଡି ଟିମ୍, ନବୀନଙ୍କୁ ଦେଲେ ରିପୋର୍ଟ - BJD Polavaram Project Review

କଳିଙ୍ଗ ୟୁନେସ୍କୋ ପୁରସ୍କାରର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହାକୁ ଗୁରୁତର ସହ ନେଇଥିଲେ । କେନ୍ଦ୍ର, ରାଜ୍ୟ ଓ ଫାଉଣ୍ଡେସନ ୬:୪:୪ ଅନୁପାତରେ ପୁରସ୍କାର ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ପୁରସ୍କାର ରାଶି ବାବଦକୁ ପାଖାପାଖି ଏକ କୋଟି ଟଙ୍କା ଦିଆଯାଉଛି । ସେଥିରେ ୬ ଭାଗ କେନ୍ଦ୍ର ସରକାର, ରାଜ୍ୟ ସରକାର ୪ ଓ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ୪ ଭାଗ ଦେଉଥିଲେ । କେନ୍ଦ୍ର ସରକାର ଆଗକୁ ଆଉ ଆର୍ଥିକ ସହଯୋଗ କରିବେ ନାହିଁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାର ଗର୍ବ ଓ ସ୍ୱାଭିମାନ କଳିଙ୍ଗ ପୁରସ୍କାର ପାଇଁ ଆର୍ଥିକ ଅନୁଦାନ ବନ୍ଦ ନକରି ପୁରସ୍କାରକୁ ପୁଣି ଲାଗୁ କରିବାକୁ ନବୀନ ଅନୁରୋଧ କରିଛନ୍ତି । ୧୯୫୨ ମସିହାରୁ ଆରମ୍ଭ ହୋଇଥିବା ଏହି ପୁରସ୍କାର ବର୍ତ୍ତମାନ ସୁଦ୍ଧା ୭୨ ଜଣ ବିଶିଷ୍ଟ ବୈଜ୍ଞାନିକ ଓ ୭ଜଣ ନୋବେଲ ପୁରସ୍କାର ବିଜେତାଙ୍କୁ ପ୍ରଦାନ କରାଯାଇଛି । ୟୁନେସ୍କୋର ବଦାନ୍ୟତା ଯୋଗୁ ଏହି ପୁରସ୍କାର ଆନ୍ତର୍ଜାତୀୟ ମାନ୍ୟତା ଲାଭ କରିଥିଲା ।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ଓଡ଼ିଆ ଅସ୍ମିତା କହି ବିଜେପି ଭୋଟ ନେଲେ । ରାଜ୍ୟ ବାହାରର ନେତା ଓଡିଶାବାସୀଙ୍କୁ ଓଡ଼ିଶା ଅସ୍ମିତା ଭାଷଣ ଦେଲେ । କିନ୍ତୁ ୟୁନେସ୍କୋ କଳିଙ୍ଗ ପୁରସ୍କାରକୁ ବନ୍ଦ କରିବାକୁ ଉଦ୍ୟମ ହେଉଛି । ଏହା ଅନ୍ତର୍ଜାତୀୟ ସ୍ତରର ପୁରସ୍କାର । ୭୨ ଜଣଙ୍କୁ ଏହି ପୁରସ୍କାର ମିଳିଛି । ସେମାନଙ୍କ ମଧ୍ୟରୁ ୭ ଜଣେ ନୋବେଲ ବିଜେତା ଅଛନ୍ତି । ଏବେ ଏହି ପୁରସ୍କାର ବନ୍ଦ କରିବା ଯାହା ନିହାତି ନିନ୍ଦନୀୟ । ବିଜୁ ବାବୁ ଏହି ପୁରସ୍କାର ଆରମ୍ଭ କରିଥିଲେ । ବିଜୁ ବାବୁ ବିଜେଡିର ନୁହେଁ ଓଡିଶାର ପ୍ରବାଦ ପୁରୁଷ । ଏହି ପୁରସ୍କାର କେନ୍ଦ୍ର, ଓଡିଶା ସରକାର ଓ ଫାଉଣ୍ଡେସନ ମିଳିତ ଭାବେ କରିବା ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରସ୍ତାବ ଦେଇଥିଲେ । ଏମିତି ଭୁଲ ନକରାଯାଉ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଲେଖିଛନ୍ତି । ରଙ୍ଗ ବଦଳେଇବା ସରକାର ରଙ୍ଗ ବଦଳାଇବା ଛାଡି ବେଳେବେଳେ ଭଲ କାମ କରନ୍ତୁ । ଓଡ଼ିଆ ଅସ୍ମିତା ଦ୍ୱାହି ଦେଇ ଚଞ୍ଚକତା କଲେ ଲୋକ ଗ୍ରହଣ କରିବେ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ୱର

Last Updated : Aug 13, 2024, 1:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.