ETV Bharat / state

Sujeet Kumar joins BJP: ମମତାଙ୍କ ପରେ ସୁଜିତ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର, ବହିଷ୍କାର କଲେ ନବୀନ - BJD MP Sujeet Kumar resignation

author img

By ETV Bharat Odisha Team

Published : Sep 6, 2024, 1:09 PM IST

Updated : Sep 6, 2024, 6:29 PM IST

BJD MP Sujeet Kumar resigns from the membership of Rajya Sabha: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର । ବିଜେଡିରୁ ଇସ୍ତଫାର ଅଳ୍ପ କିଛି ଘଣ୍ଟା ପରେ ବିଜେପିରେ ସାମିଲ ହୋଇଛନ୍ତି । ସେପଟେ ସୁଜିତଙ୍କୁ ବିଜେଡିରୁ ବହିଷ୍କାର କଲେ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

BJD MP Sujeet Kumar resigns
BJD MP Sujeet Kumar resigns (ETV Bharat Odisha)

ଭୁବନେଶ୍ବର: ରାଜ୍ୟସଭାରୁ ସୁଜିତ କୁମାରଙ୍କ ଇସ୍ତଫା । ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର । ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ । ଏପଟେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୁଜିତ କୁମାରଙ୍କ ରାଜ୍ୟସଭାରୁ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । ତେବେ ସୁଜିତ କୁମାର ପ୍ରଥମେ ରାଜ୍ୟସଭାରୁ ଇସ୍ତଫା ଦେବାର ମାତ୍ର ଘଣ୍ଟାଏ ପରେ ବିଜେପିରେ ମିଶିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତୃହରି ମହତାବଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ସ୍ଥିତ ବିଜେପି ପାର୍ଟି ମୁଖ୍ୟାଳୟରେ ପଦ୍ମ ପୋଖରୀରେ କୁଦା ମାରିଛନ୍ତି ସୁଜିତ କୁମାର । ସୁଜିତ ଗେରୁଆ ଶିବିରରେ ସାମିଲ ହେବା ସମୟରେ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଥିଲେ ।

MP SUJEET KUMAR RESIGNATION (ETV Bharat Odisha)

ମମତା ମହନ୍ତଙ୍କ ପରେ ଆଉ ଜଣେ ବିଜେଡ଼ି ସାଂସଦ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ବିଜେଡି ସାଂସଦ ସୁଜିତ କୁମାର ଆଜି ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ସୁଜିତ ନିଜର ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପଠାଇ ଦେଇଛନ୍ତି । ଉପରାଷ୍ଟ୍ରପତି ସୁଜିତଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ସ୍ପଷ୍ଟ ହୋଇଛି । ଏହା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସୁଜିତଙ୍କୁ ଦଳରୁ ବହିଷ୍କାର କରିଛି । ମମତା ମହନ୍ତଙ୍କ ପରେ ସୁଜିତ ଦ୍ଵିତୀୟ ସାଂସଦ ଯିଏ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି ।

ସୁଜିତ କୁମାରଙ୍କ କାର୍ଯ୍ୟକାଳ-

ସୁଜିତ 2020ରୁ ବିଜେଡି ଟିକେଟରେ ରାଜ୍ୟସଭା ଯାଇଥିଲେ । ତାଙ୍କର କାର୍ଯ୍ୟକାଳ ଆଉ ପ୍ରାୟ 2 ବର୍ଷ ରହିଛି । କାର୍ଯ୍ୟକାଳ ପୁରିବା ପୂର୍ବରୁ ଆଜି ସେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ମମତା ମହାନ୍ତି ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେବା ସମୟରେ ସୁଜିତ ମଧ୍ୟ ପଦ ଓ ଦଳ ଛାଡିବା ନେଇ ଚର୍ଚ୍ଚା ହୋଇଥିଲା । ପରବର୍ତ୍ତୀ ସମୟରେ ସେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ଜାରି କରି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ।

ପଦ୍ମ ଧରିଲେ ସୁଜିତ କୁମାର

ବିଜେଡିରୁ ବହିଷ୍କାର ପରେ ବିଜେପି ଅଫିସରେ ସୁଜିତ କୁମାର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପହଞ୍ଚିଲେ ସୁଜିତ କୁମାର । ଇସ୍ତଫା ଦେବାର ମାତ୍ର ଘଣ୍ଟାଏ ପରେ ସୁଜିତ କୁମାର ବିଜେପିରେ ଯୋଗଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ସୁଜିତ କୁମାର । ବିଜେପି ନୂଆଦିଲ୍ଲୀ ପାର୍ଟି ଅଫିସ ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ସୁଜିତ କୁମାର ।

ଏହା ବି ପଢନ୍ତୁ- ରାଜ୍ୟସଭା ନିର୍ବାଚନ: ବିଜେପିରୁ ମମତା ମହାନ୍ତ, ସ୍ବାଧୀନ ଭାବେ ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ - Mamata Mahant files nomination

ନେତା ନଶୁଣିବାରୁ ଦଳ ଛାଡିଲି-

ନିଜ ଇସ୍ତଫାର କାରଣ କହିଲେ ସୁଜିତ କୁମାର । ବିଜେପିରେ ଯୋଗଦେବା ପରେ ଇସ୍ତଫା କାରଣ କହିଲେ । ଦୁର୍ନୀତି ନେଇ ନେତା ନଶୁଣିବାରୁ ଦଳ ଛାଡ଼ିଲି ବୋଲି କହିଲେ । ସେ କହିଛନ୍ତି, "ପ୍ରାୟ ଦେଢ଼ବର୍ଷ ହେଲା ଦଳରେ ମୋତେ ଅଣଦେଖା ହେଉଥିଲା । କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ କରାଯାଉନଥିଲା । ଜଣେ ଦୁଇ ଜଣ ବଡ଼ ନେତାଙ୍କ ଗୋଲାମୀ ପାଇଁ କୁହାଯାଉଥିଲା ।ମୁଁ ବିଦେଶରୁ ପଢ଼ି ଆସିଛି, ଏହା ମୋ ସ୍ବାଭିମାନକୁ ବାଧିଥିଲା ।"

ଏହା ବି ପଢନ୍ତୁ- କୋର କମିଟି ବୈଠକରେ ବିଜେପିର ରଣନୀତି, 1 କୋଟି ସଦସ୍ୟଙ୍କୁ ଦଳରେ ଯୋଡିବା ଲକ୍ଷ୍ୟ - BJP Core Committee Meeting

ସୁଜିତ କୁମାର ବିଜେପିରେ ସାମିଲ ହେବା ପରେ, ସୋସିଆଲ ମିଡିଆ ‘ଏକ୍ସ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖଛନ୍ତି କି, "ଓଡ଼ିଶାର ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ଦଳରେ ସ୍ୱାଗତ କଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ଦଳରେ ଯୋଗଦେଇଥିବାରୁ ଧନ୍ୟବାଦ । ଓଡ଼ିଶାବାସୀ ବିଶେଷ ଭାବରେ କଳାହାଣ୍ଡିର ବିକାଶ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଗରିବ କଲ୍ୟାଣ ସହିତ ‘ବିକଶିତ ଓଡ଼ିଶା’ ଗଠନରେ ସେ ଯୋଗଦାନ ରଖିବେ ବୋଲି ମୋର ଦୃଢ଼ ବିଶ୍ୱାସ ।"

ଏହା ବି ପଢନ୍ତୁ- ମମତା ମହାନ୍ତ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ; ମୁଖ୍ୟମନ୍ତ୍ରୀ ମୋହନ କହିଲେ ଦିଲ୍ଲୀରେ ସାଜିବେ ଓଡିଶାର ସ୍ୱର - Mamata elected to Rajya Sabha

"ଏହା ବିଜେଡି ଦଳର ଆଭ୍ୟନ୍ତରୀଣ ବ୍ୟାପାର । ବର୍ତ୍ତମାନ ବିଜେଡି ଛାଡୁଛନ୍ତି ବଡ ବଡ ନେତା । ସେମାନେ ପୂର୍ବରୁ ସେମାନଙ୍କ ମନ୍ତବ୍ୟ ରଖିବାରେ ଅସମର୍ଥ ଥିଲେ ସେହି କାରଣରୁ ବିଜେଡି ଛାଡୁଛନ୍ତି । ବିଜେପି ଗୋଟିଏ ଜାତୀୟ ଦଳ ତେଣୁ ଆମେ ତାଙ୍କୁ ସ୍ବାଗତ କରିବୁ," ବୋଲି କହିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ।

ଏହା ବି ପଢନ୍ତୁ- ପୁଣି ଥରେ ରାଜ୍ୟସଭା ଯିବେ ମମତା ମହାନ୍ତ; ବିଜେପିରୁ ହେଲେ ରାଜ୍ୟସଭା ପ୍ରାର୍ଥୀ, କାଲି ଭରିବେ ନାମାଙ୍କନ ! - Mamata Mohanta Rajya Sabha Nominee

ଦଳରୁ ବିଦା କଲା ବିଜେଡି-

ସୁଜିତ କୁମାର ବିଜେଡିରୁ ବହିଷ୍କୃତ । ବିଜେଡିରୁ ବହିଷ୍କାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ସଭାପତି ସୁଜିତଙ୍କୁ ଦଳରୁ ବହିଷ୍କାର କରିଥିବା ବିଜ୍ଞପ୍ତି ପ୍ରକାଶ ପାଇଛି । ଦଳ ବିରୋଧୀ କାର୍ଯ୍ୟ ଲାଗି ସୁଜିତଙ୍କୁ ବହିଷ୍କାର କରାଯାଇଥିବା ବିଜେଡି ପକ୍ଷରୁ କୁହାଯାଇଛି ।

ବିଜେଡି ଛାଡିଥିଲେ ମମତା-

ନିକଟରେ ମମତା ମହାନ୍ତ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେଡି ହାତ ଛାଡି ବିଜେପିରେ ସାମିଲ ହୋଇଥିଲେ । ପରେ ପୁଣି ବିଜେପିରୁ ରାଜ୍ୟସଭାକୁ ପୁଣି ନିର୍ବାଚିତ ହୋଇଛନ୍ତି ମମତା ମହାନ୍ତ ।

ପ୍ରତିକ୍ରିୟା ରଖିଲା ବିଜେଡି-

ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ସୁଜିତ କୁମାର । ସୁଜିତଙ୍କର ବିଜେପିରେ ଯୋଗଦାନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଓ ରାଜ୍ୟସଭା ସାଂସଦ ମୁନା ଖାଁ । ନବୀନଙ୍କ ଆଶୀର୍ବାଦରେ ସୁଜିତ ରାଜ୍ୟସଭା ଯାଇଥିବା ବେଳେ ରାଜ୍ୟବାସୀଙ୍କୁ ଧୋକା ଦେଇଛନ୍ତି ବୋଲି ବିଜେଡି କହିଛି ।

ବିଜେଡି ସଭାପତିଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର କହିଛନ୍ତି, "ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ସୁଜିତ କୁମାରଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟକ୍ରମ ଲାଗି ସୁଜିତଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁର୍ଭାଗ୍ୟର କଥା ସୁଜିତ ବିଜେଡି, ରାଜ୍ୟବାସୀ ଓ କଳାହାଣ୍ଡିର ସମସ୍ତ ଜନସାଧାରଣଙ୍କ ବିଶ୍ୱାସ ଭାଙ୍ଗିଛନ୍ତି । ଜଣେ ଶିକ୍ଷିତ ଯୁବକ ଭାବେ ସୁଜିତଙ୍କୁ ଦଳ ସମସ୍ତ ସୁଯୋଗ ପ୍ରଦାନ କରିଥିଲା । ଯୋଜନା ବୋର୍ଡର ସଦସ୍ୟ ପରେ ଦଳ ତାଙ୍କୁ ରାଜ୍ୟସଭା ପଠାଇଥିଲା । ପଶ୍ଚିମ ଓଡିଶା ତଥା କଳାହାଣ୍ଡି ଜିଲ୍ଲାର ଜନସାଧାରଣ ବିଶେଷ କରି ଯୁବ ବର୍ଗଙ୍କ ଆଶା ପୂରଣ କରିବା ଲାଗି ତାଙ୍କୁ ଦାଇତ୍ୱ ଦିଆଯାଇଥିଲା । ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ଲାଗି ରାଜ୍ୟବାସୀଙ୍କ ସହ ସେ ବିଶ୍ୱାସ ଘାତକତା କରିଛନ୍ତି ।"

ବିଜେଡିର ରାଜ୍ୟସଭା ସାଂସଦ ମୁନ୍ନା ଖାଁ କହିଛନ୍ତି, "ଦଳ ଛାଡିଲା ପରେ ଲୋକ ଏମିତି ବାହାନା କରନ୍ତି । ଅନ୍ୟ ଦଳକୁ ଭାଙ୍ଗି ସରକାର କରିବାରେ ବିଜେପି ମାହୀର । ଯିଏ ଦଳ ଛାଡ଼ୁଛି, ସେମାନେ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କୁ ବିଶ୍ୱାସ ଘାତକ କରିଛନ୍ତି । ଦଳ ପାଇଁ ଯାହାର ମୋହ ନାହିଁ, ସେମାନେ ଛାଡ଼ନ୍ତି । ସୁଜିତ ଦଳ ଛାଡିଲେ ମଧ୍ୟ ଏହାର ପ୍ରଭାବ ପଡିବ ନାହିଁ । ଦୁର୍ନୀତି ନେଇ ଆମ ସହ କେବେ ହେଲେ ଆଲୋଚନା କରି ନାହାନ୍ତି । ଦୁର୍ନୀତି କରିଥିବେ ଯଦି ସେ ଜାଣିଥିବେ । ଆଜି ପର୍ଯ୍ୟନ୍ତ ଦଳରେ କାହାର ପାଦ ଧରିବାକୁ କୁହାଯାଇନାହିଁ । ନବୀନଙ୍କ ନେତୃତ୍ୱରେ ଦଳ ଚାଲିଛି । ବଣ ଭିତରେ ଶିକାର କଲା ପରି ବିଜେପି କରୁଛି । ତେଣୁ ଆମକୁ ଏନେଇ କୌଣସି ଆଭାସ ନଥିଲା । ଆଗକୁ କିଏ ବିଜେପି ଯିବେ ସେ ନେଇ ମୋର ଧାରଣା ନାହିଁ । ଆମ ସହଯୋଗୀଙ୍କ ସହ ବସି ଏ ନେଇ ଆଲୋଚନା କରିବୁ । ଏହାର ସମାଧାନ କରିବୁ । ରାଜ୍ୟସଭାରେ ରାଜ୍ୟର କଥା ଅଧିକ ଜୋରରେ ଉଠାଇବୁ । ଭାଗ୍ୟ ବଳରେ ନବୀନ ବାବୁଙ୍କ ଆଶୀର୍ବାଦରେ ସୁଜିତ କୁମାର ରାଜ୍ୟସଭା ଯାଇଥିଲେ ।

Last Updated : Sep 6, 2024, 6:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.