ETV Bharat / state

ଛାତ୍ରଛାତ୍ରୀଙ୍କ କଲ୍ୟାଣ କାର୍ଯ୍ୟକ୍ରମକୁ ମୋହନ ମାଝୀ ସରକାର ବନ୍ଦକୁ ନବୀନଙ୍କ ନାପସନ୍ଦ - BJD MEMBERSHIP DRIVE

ଛାତ୍ରଙ୍କ ପାଇଁ ବିଜେଡିର ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ । ଏହି ଅବସରରେ ନବୀନ କହିଲେ," ଛାତ୍ର ଓ ଯୁବକ ହେଉଛନ୍ତି ମୋ ଦଳର ଭବିଷ୍ୟତ ।"

BJD MEMBERSHIP DRIVE
BJD MEMBERSHIP DRIVE (ETV Bharat Odisha)
author img

By ETV Bharat Odisha Team

Published : Nov 8, 2024, 10:29 PM IST

ଭୁବନେଶ୍ବର: ବିଜେଡିର ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ । ବିଜେଡି ସରକାର ସମୟରେ ଛାତ୍ରମାନଙ୍କ ପାଇଁ ଆରମ୍ଭ ହୋଇଥିଲା କଲ୍ୟାଣ କାର୍ଯ୍ୟକ୍ରମ । ଏହାକୁ ମୋହନ ସରକାର ବନ୍ଦ କରିଛନ୍ତି । କାର୍ଯ୍ୟକ୍ରମ ବନ୍ଦକୁ ନାପସନ୍ଦ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ଛାତ୍ରଙ୍କ ପାଇଁ ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଉଦଘାଟନ କରିବା ସମୟରେ ଏହା କହିଛନ୍ତି ନବୀନ । ଯୁବ ଶକ୍ତି ବିଜୁ ଜନତା ଦଳର ଭବିଷ୍ୟତ ବୋଲି ନବୀନ କହିଛନ୍ତି ।

ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ:

BJD MEMBERSHIP DRIVE (ETV Bharat Odisha)

ଛାତ୍ରଙ୍କ ପାଇଁ ବିଜେଡିର ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।ଏହି ଅବସରରେ ସେ କହିଛନ୍ତି," ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରି ମୁଁ ବହୁତ ଖୁସି । ଅକ୍ଟୋବରରୁ ଆରମ୍ଭ ହୋଇଥିବା ଆମର ସଭ୍ୟ ସଂଗ୍ରହ ଅଭିଯାନ ବହୁତ ଭଲ ଚାଲିଛି । ସ୍ୱତସ୍ପୁର୍ତ୍ତ ଭାବରେ ବହୁ ଲୋକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ମୁଁ ଦଳକୁ ସ୍ୱାଗତ କରୁଛି । ଦଳର ଛାତ୍ର ସଂଗଠନ ଏଥିପାଇଁ ନେତୃତ୍ୱ ନେଉଛନ୍ତି । ଆମର ଛାତ୍ର ଓ ଯୁବକ ହେଉଛନ୍ତି ମୋ ଦଳର ଭବିଷ୍ୟତ । ଛାତ୍ର ଓ ଯୁବ ସଂଗଠକ ସମାଜିକ ଗଣମାଧ୍ୟମରେ ସକ୍ରିୟ ରୁହନ୍ତୁ । ବିରୋଧୀଙ୍କ ସମସ୍ତ ଅପପ୍ରଚାରର କଡା ଜବାବ ଦିଅନ୍ତୁ ।"

'ଆମ ସରକାରଙ୍କ ଯୋଜନା ଅନ୍ୟମାନଙ୍କ ପାଇଁ ଆଦର୍ଶ':

BJD MEMBERSHIP DRIVE
BJD MEMBERSHIP DRIVE (ETV Bharat Odisha)
ନବୀନ ଆହୁରି ମଧ୍ୟ କହିଛନ୍ତି,"ସଭ୍ୟ ସଂଗ୍ରହ ଅଭିଯାନ ଗୋଟେ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ପ୍ରତି ସଭ୍ୟ ହେଉଛନ୍ତି ଦଳର ଗୋଟିଏ ଗୋଟିଏ ସ୍ତମ୍ଭ । ବିଜୁ ଜନତା ଦଳ ସରକାର ସମୟରେ ବହୁତ ଭଲ କାମ ହୋଇଛି । ଆମ ସରକାରଙ୍କ ଯୋଜନା ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇଛି । ଭାରତ ସରକାର ବି ଆମର ଅନେକ ଯୋଜନା ଗ୍ରହଣ କରିଛନ୍ତି । ଭୋଟ ବ୍ୟାଙ୍କ ସୃଷ୍ଟି କରିବା କେବେ ବି ଆମର ଲକ୍ଷ୍ୟ ନଥିଲା । ବିଜେଡି ସରକାର ଅମଳରେ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିଲା ବିଭିନ୍ନ କାର୍ଯ୍ୟକ୍ରମ । ମୋହନ ସରକାରରେ ବିଭିନ୍ନ ଭଲ ଭଲ ଯୋଜନାକୁ ବନ୍ଦ କରି ଦିଆଯାଇଛି । ଫଳରେ ପିଲାମାନଙ୍କ ଭିତରେ କ୍ରୋଧ ଓ ଅସନ୍ତୋଷ ସୃଷ୍ଟି ହୋଇଛି ।"

ଏହା ମଧ୍ୟ ପଢନ୍ତୁ...ଆମ୍ବ ଟାକୁଆ ଟ୍ରାଜେଡି: '୧୨ ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଗଲା’, ନବୀନଙ୍କ ବୟାନଙ୍କୁ ବିଜେପିର କାଉଣ୍ଟର

ଏହା ମଧ୍ୟ ପଢନ୍ତୁ...ଜଷ୍ଟିସ ଆଟ୍ ଡୋର ଷ୍ଟେପ: ମହିଳାଙ୍କ ପାଇଁ ପ୍ରତି ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ, ମୁଖ୍ୟମନ୍ତ୍ରୀଙ୍କ ସୂଚନା 'ଡଷ୍ଟବିନକୁ ଯିବ ଅଦରକାରୀ ଆଇନ'

ଏହା ମଧ୍ୟ ପଢନ୍ତୁ...ଗଠନ ହେବେ ନୂଆ ମ୍ୟୁନିସିପାଲିଟି ଓ ଏନଏସି: ତଥ୍ୟ ମାଗିଲେ ମୋହନ ସରକାର, ବିଜେଡି କହିଲା କପି-ପେଷ୍ଟ

'ଓଡିଶାର 1 ନମ୍ବର ଦଳ':

ସେ ଆହୁରି ମଧ୍ୟ କହିଛନ୍ତି," ବିଜୁ ଜନତା ଦଳ ଓଡିଶାର 1 ନମ୍ବର ଦଳ ।ଗତ ନିର୍ବାଚନରେ ଆମେ ଅଧିକ ଭୋଟ ପାଇଛୁ । ଆମର ଭୋଟ ପ୍ରତିଶତ ମଧ୍ୟ ଅଧିକ । ବିଜୁ ଜନତା ଦଳ ଓଡିଶାବାସୀଙ୍କ ହୃଦୟରେ ଅଛି । ଓଡିଆ ସ୍ୱାଭିମାନର ସୁରକ୍ଷା ତଥା ଓଡିଆ ପରିଚୟକୁ ଉଜ୍ଜଳ କରିବା ପାଇଁ କାମ ଜାରି ରଖନ୍ତୁ । କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ 30ଟି ଜିଲ୍ଲାରୁ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଅତନୁ ସବ୍ୟସାଚୀ ନାୟକ, କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ସଞ୍ଜୟ ଦାସବର୍ମା, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ବିଧାୟକ ଡଃ ଅରୁଣ କୁମାର ସାହୁ, ବ୍ୟୋମକେଶ ରାୟ, ମିଡିଆ ସଂଯୋଜକ ଡଃ ଲେନିନ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.