ETV Bharat / state

ରାଜ୍ୟ ଅର୍ଥନୀତିକୁ ଦୁଇ ପାଦ ପଛକୁ ନେବ ମୋହନ ସରକାରଙ୍କ ବଜେଟ: ବିଜେଡି - BJD Targets Mohan Govt

author img

By ETV Bharat Odisha Team

Published : Jul 27, 2024, 1:02 PM IST

BJD Targets Mohan Govt: ବଜେଟକୁ ନେଇ ମୋହନ ସରକାରଙ୍କୁ ଘେରିଲା ବିଜେଡି । ଉପସ୍ଥାପିତ ବଜେଟ ଏକ ଦୂରଦୃଷ୍ଟିବିହୀନ, ମହିଳା, ଚାଷୀ, ଯୁବ ବିରୋଧୀ ବୋଲି କହିଲେ ବିଜେଡି ମୁଖପାତ୍ର । ଅଧିକ ପଢନ୍ତୁ

BJD TARGETS MOHAN GOVT
BJD TARGETS MOHAN GOVT (ETV BHARAT ODISHA)

ଭୁବନେଶ୍ୱର: ରାଜ୍ୟ ବଜେଟକୁ ନେଇ ବିଜେପି ସରକାର ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଓ ଲେନିନ ମହାନ୍ତି । ରାଜ୍ୟ ଅର୍ଥନୀତିକୁ ଦୁଇ ପାଦ ପଛକୁ ନେବେ ମୋହନ ସରକାର ବୋଲି କହିଛନ୍ତି ବିଜେଡିର ଦୁଇ ମୁଖପାତ୍ର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉପସ୍ଥାପିତ ବଜେଟ ଏକ ଦୂରଦୃଷ୍ଟିବିହୀନ, ମହିଳା, ଚାଷୀ, ଯୁବ ବିରୋଧୀ ବଜେଟ, ଏହା ସଂପୂର୍ଣ୍ଣ ଦିଶାହୀନ । କେବଳ ନବୀନ ସରକାର ସମସ୍ତ ଯୋଜନାକୁ ନାଁ ପରିବର୍ତ୍ତନ କରାଯାଇଛି । ସୁଭଦ୍ରା ଯୋଜନାରେ ଅଧିକାଂଶ ମହିଳା ବଞ୍ଚିତ ହେବାକୁ ଥିବାବେଳେ ରାଜ୍ୟର ପେନସନ ହିତାଧିକାରୀଙ୍କୁ ଲଲିପପ୍ ଦିଆଯାଇଛି ବୋଲି କହିଛନ୍ତି ଲେଖାଶ୍ରୀ । ନବୀନ ସରକାରଙ୍କ ୨୪ ବର୍ଷର ଶାସନ କାଳରେ ୭୮ ହଜାର କୋଟି ଟଙ୍କା ଋଣ ହୋଇଥିଲା । କିନ୍ତୁ ମୋହନ ସରକାର ବର୍ଷକରେ ପ୍ରାୟ ୪୩ ହଜାର ୪ ଶହ ୯୫ କୋଟି ଋଣ କରିବା ପାଇଁ ଆକଳନ କରିଛନ୍ତି ବୋଲି ଲେନିନ କହିଛନ୍ତି ।

'ମୋହନ ସରକାର ବଜେଟ ଦିଶାହୀନ': ସେ ଆହୁରି ମଧ୍ୟ କହିଛନ୍ତି, ''ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଜ୍ୟ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ବିଭିନ୍ନ ଦିଗରେ ଶିଖର ଛୁଇଁଥିଲା । ରାଜ୍ୟର ବିତ୍ତୀୟ ନିଅଣ୍ଟ ୩ ପ୍ରତିଶତରୁ କମ ଥିଲା । ୨୬ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ରାଜ୍ୟ ହୋଇପାରିଥିଲା । ମୁଣ୍ଡପିଛା ଋଣ ଭାର କ୍ଷେତ୍ରରେ ଓଡିଶା ଦେଶରେ ସର୍ବନିମ୍ନ ଥିଲା । ଋଣ ଓ ଜିଏସଡିପି ହାର ୧୩ ପ୍ରତିଶତରେ ସୀମିତ ଥିଲା । ଯାହା ଦେଶରେ ସର୍ବନିମ୍ନ । ଓଡିଶା ଅର୍ଥନୀତିକୁ ୧ ଟ୍ରିଲିୟନ ଡଲାଇରେ ଛୁଇଁବା ନବୀନ ସରକାରର ଲକ୍ଷ୍ୟ ଥିଲା । କିନ୍ତୁ ମୋହନ ସରକାର ବଜେଟ ଦିଶାହୀନ । ରାଜ୍ୟର ବିକାଶରେ ବ୍ରେକ ଲାଗିଲା । ଅସ୍ମିତା ଭବନ କରିବା ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଅସ୍ମିତା ଏକ ବସ୍ତୁ ନୁହେଁ । ଯାହାକୁ ଭବନ ଭିତରେ ସ୍ଥାପନ କରି ପ୍ରଦର୍ଶିତ କରାଯାଇପାରିବ । ଏହା ପ୍ରତିଟି ଓଡିଆର ହୃଦୟରେ ଜାଗ୍ରତ କରିବା ସହ ପରବର୍ତ୍ତୀ ପିଢି ପର୍ଯ୍ୟନ୍ତ ପହଞ୍ଚାଇବାକୁ ହେବ । ଅସ୍ମିତା ରକ୍ଷା କରିବା ନାଁରେ ଭବନ ତିଆରି କରିବା କେବଳ କିଛି କଣ୍ଟ୍ରାକ୍ଟରଙ୍କୁ ପୋଷିବା ସଙ୍ଗେ ସମାନ ।''

ଏହା ମଧ୍ୟ ପଢନ୍ତୁ-ଲାଗୁ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, କେଉଁଥିରେ ସାମିଲ ହେବେ BSKY ହିତାଧିକାରୀ ? ‘କର୍କଟ’କୁ ଚେକ୍ ପାଇଁ ବଡ ବ୍ୟବସ୍ଥା - Odisha Budget 2024

'ସାମାଜିକ ସୁରକ୍ଷା ଯୋଜନା କ୍ଷେତ୍ରରେ ଭୂଆଁ ବୁଲାଇଛନ୍ତି ସରକାର': ସେ ଆହୁୁରି ମଧ୍ୟ କହିଛନ୍ତି, ''ମୋହନ ସରକାର ବଜେଟରେ ସାମାଜିକ ସୁରକ୍ଷା ଯୋଜନା କ୍ଷେତ୍ରରେ ଭୂଆଁ ବୁଲାଇଛନ୍ତି । ୩୦୦୦ ଟଙ୍କା ସମସ୍ତଙ୍କୁ ଦେବୁ କହି ଦିନରେ ତାରା ଦେଖାଇଛନ୍ତି । କେବଳ ୮୦ ବର୍ଷରୁ ଅଧିକ ବର୍ଷ ବୟସ ଲୋକ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗଙ୍କ ଭତ୍ତା ୩୫୦୦ ଟଙ୍କା କରି ଅତି ଚତୁରତାର ସହ ଖସିଯିବାକୁ ଚେଷ୍ଟା କରିଛନ୍ତି । କିଛି ହାତ ଗଣତି ହିତାଧିକାରୀ ଲାଭବାନ ହୋଇପାରିବେ । କିନ୍ତୁ ପ୍ରାୟ ୯୦ ଭାଗ ହିତାଧିକାରୀ ରାଜ୍ୟସରକାରଙ୍କ ଚଞ୍ଚକତାର ଶିକାର ହୋଇଛନ୍ତି ।''

ସୁଭଦ୍ରା ଯୋଜନା ଓ ମାଗଣା ବିଜୁଳି କଥା କହିଲେ ଲେଖାଶ୍ରୀ: ଲେଖାଶ୍ରୀ କହିଛନ୍ତି, ''ରାଜ୍ୟର ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରିବୁ କହିଥିଲେ । କିନ୍ତୁ ବଜେଟରେ ସେମାନେ ଏଥିପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କଲେ ୧୦ ହଜାର କୋଟି ଟଙ୍କାରେ ରାଜ୍ୟରେ ମାତ୍ର ୨୦ ଲକ୍ଷ ମହିଳା ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ । କିନ୍ତୁ ରାଜ୍ୟର ପ୍ରାୟ ୮୦ ଲକ୍ଷ ମହିଳା ଏହି ଯୋଜନାରୁ ବଞ୍ଚିତ ହେବେ । ୩୦୦ ୟୁନିଟ ବିଜୁଳି ମାଗଣା ଦେବେ ବୋଲି କରିଥିଲେ । ଏହି ବଜେଟରେ ସେ ସଂପର୍କରେ କିଛି ନାହିଁ । ବେକାରୀ ସମସ୍ୟା, ମହିଳା ସୁରକ୍ଷା, ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି ଓ ଶିଳ୍ପର ଅଭିବୃଦ୍ଧି ଇତ୍ୟାଦି ପ୍ରସଙ୍ଗରେ ବଜେଟ ସଂପୂର୍ଣ୍ଣ ନୀରବ ରହିଛି ।''

'ବଜେଟ ପରିମାଣ ବଢିଥିବା ଭୁଲ': ସେହିପରି ବିଜେଡିର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ''ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପି ରାଜ୍ୟରେ କ୍ଷମତା ହାସଲ କରିଥିଲା ବେଳେ ବଜେଟ ମଧ୍ୟ ମିଥ୍ୟାରୁ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ସମୁଦାୟ ବଜେଟ ପରିମାଣ ୨ ଲକ୍ଷ ୬୫ ହଜାର କୋଟି ବୋଲି ଘୋଷଣା କରିବା ସହ ଏହା ପୂର୍ବ ବର୍ଷ ବଜେଟ ପରିମାଣଠାରୁ ୧୫ ପ୍ରତିଶତ ଅଧିକ ବୋଲି କହିଥିଲେ, ଯାହା ସଂପୂର୍ଣ୍ଣ ଭୁଲ । ଗତବର୍ଷର ସମୁଦାୟ ବଜେଟ ପରିମାଣ ୨ ଲକ୍ଷ ୫୮ ହଜାର କୋଟି ରହିଥିଲା, ତେଣୁ ଏ ବର୍ଷର ବଜେଟ ପରିମାଣ ପୂର୍ବ ବର୍ଷର ବଜେଟରୁ ମାତ୍ର ୨.୭୧୩ ପ୍ରତିଶତ । ସେହିପରି କୃଷକ ସମୃଦ୍ଧ ଯୋଜନାରେ ୩ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯାହା ଧାନର ସର୍ବନିମ୍ନ ମୂଲ୍ୟରେ କ୍ୱିଣ୍ଟାଲ ପ୍ରତି ୮୦୦ ଟଙ୍କା ବୋନସ ଦେବା ପାଇଁ ଖର୍ଚ୍ଚ ହେବ । ରାଜ୍ୟର ସମସ୍ତ ଧାନ କିଣା ପାଇଁ ୮୦୦ ଟଙ୍କା ବୋନସ ପ୍ରଦାନ କଲେ ପ୍ରାୟ ୭ ହଜାର କୋଟିର ଆବଶ୍ୟକ ଥିବାବେଳେ ମାତ୍ର ୩ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାରୁ ଏହା କେତେଦୂର ସଫଳ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।''

'ମୋହନ ସରକାରରେ ଋଣ ଆହୁରି ବଢିବ': ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ବିଜେପି ସରକାର କେନ୍ଦ୍ରରେ ୨୦୧୪ରେ କ୍ଷମତାକୁ ଆସିବା ପରେ ଦେଶର ସମୁଦାୟ ଋଣ ୨ଶହ ୫ ଲକ୍ଷ କୋଟି ବୃଦ୍ଧି ପାଇଛି । ସେହି ନ୍ୟାୟରେ ରାଜ୍ୟ ସରକାର ମଧ୍ୟ ରାଜ୍ୟର ଋଣ ଭାର ବୃଦ୍ଧି କରିବା ପାଇଁ ବଜେଟରେ ଯଥାସାଧ୍ୟ ଉଦ୍ୟମ କରିଛନ୍ତି । ନବୀନ ସରକାରଙ୍କ ୨୪ ବର୍ଷର ଶାସନ କାଳରେ ୭୮ ହଜାର କୋଟି ଟଙ୍କା ଋଣ ହୋଇଥିଲା । କିନ୍ତୁ ମୋହନ ସରକାର ବର୍ଷକରେ ପ୍ରାୟ ୪୩ ହଜାର ୪ ଶହ ୯୫ କୋଟି ଋଣ କରିବା ପାଇଁ ଆକଳନ କରିଛନ୍ତି ।''

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.