ଯାଜପୁର: ଗିରଫ ହେଲେ ଯାଜପୁର ପୂର୍ବତନ ପୌରାଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ (ବବି ଦାସ)ଙ୍କ ଭାଇ ଭବପ୍ରସାଦ ଦାସ । ଯାଜପୁର ଟାଉନ ସ୍ଥିତ ବାସଭବନରୁ ଉଠାଇ ନେଇଥିଲା ପୋଲିସ । ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଭବପ୍ରସାଦଙ୍କୁ ଘରୁ ରାତି ଅଧିଆ ପୋଲିସ ଗିରଫ କରିଥିଲା । ଭବପ୍ରସାଦ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପର୍କୀୟ ଭାଇ ।
ଜେଲ ଗଲେ ଭବପ୍ରସାଦ:
ଯାଜପୁରର ବିରଜା ହାଟ ଆନ୍ଦୋଳନ ସ୍ଥଳରେ ହାଟ ବ୍ୟବସାୟୀଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ସେପଟେ ଗିରଫ ପରେ ଭବପ୍ରସାଦଙ୍କୁ ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ହେଲେ ତାଙ୍କ ପରିବାର ଲୋକେ ଜାମିନ ପାଇଁ ଆବେଦନ କରିନଥିବା ବେଳେ ଭବପ୍ରସାଦଙ୍କୁ ଜେଲକୁ ପଠାଇଛି ପୋଲିସ ।
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ବିରଜା ହାଟକୁ ପୁନଃପ୍ରତିଷ୍ଠା ଉଦ୍ୟମକୁ କେନ୍ଦ୍ରକରି ଗତ 21 ତାରିଖ ଦିନ ବ୍ୟବସାୟୀ ସଂଘ ଓ ବିରଜା ପ୍ରକଳ୍ପ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଇଥିଲା । ବିଜେଡ଼ି କର୍ମୀମାନେ ବିରଜା ପରିକ୍ରମା ପ୍ରକଳ୍ପ ସପକ୍ଷରେ ଏବଂ ହାଟ ଖୋଲିବା ବିରୋଧରେ କିଛି ସମୟ ଧରି ଯାଜପୁର-ସିଂହପୁର ରାସ୍ତା ଅବରୋଧ କରିଥିଲେ । ଏହାରି ଭିତରେ ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ ଓ ତାଙ୍କ ସହଯୋଗୀ ବ୍ୟବସାୟୀ ଗୋବିନ୍ଦ ସାହୁଙ୍କୁ ମାଡ଼ ମାରିବା ସହିତ ତାଙ୍କ ପରିବା ପତ୍ର ଫୋପାଡ଼ା ଫୋପାଡ଼ି କରିଥିବା ଥାନାରେ ଅଭିଯୋଗ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ ...ବିରଜା ହାଟକୁ ନେଇ ଉତ୍ତେଜନା: 2 ଗୋଷ୍ଠୀ ମୁହାଁମୁହିଁ, ବ୍ୟାପକ ପୋଲିସ ମୁତୟନ |
ବେଲ ପାଇଁ ଆବେଦନ ହୋଇନି:
ଏନେଇ ଭବପ୍ରସାଦ ଦାସଙ୍କ ଓକିଲ ଓକିଲ ପୂର୍ଣ୍ଣଚନ୍ଦ୍ର ଦେଓ କହିଛନ୍ତି," ଏସଡିଜେଏମ କୋର୍ଟରେ ଭବପ୍ରସାଦ ବେଲ ପାଇଁ ନିବେଦନ କରିନାହାନ୍ତି । ସେ କହିଛନ୍ତି ତାଙ୍କ ପୂର୍ବରୁ ଯାଜପୁରର ଅନେକ ଯୁବକ ବେଆଇନ ଭାବେ ଗିରଫ ହେଇଛନ୍ତି l ତେଣୁ ତାଙ୍କୁ ନ୍ୟାୟ ମିଳିଲେ ସେ ବେଲ ପାଇଁ ଆବେଦନ କରିବେ ।"
ଇଟିଭି ଭାରତ, ଯାଜପୁର