ETV Bharat / state

କ୍ଷମତାରୁ ହଟିଲା ନବୀନ ସରକାର, ଲଣ୍ଡା ହେଲେ ଗାଁ' ସାଥୀ ସଂଘ ସଭାପତି - Gaon sathi association shave head

author img

By ETV Bharat Odisha Team

Published : Jun 11, 2024, 1:31 PM IST

Gaon Sathi Association State president shave his head: ଲଣ୍ଡା ହୋଇ ନବୀନ ସରକାର ଉପରେ ବର୍ଷିଲେ ଗାଁ' ସାଥୀ ସଂଘର ସଭାପତି । କହିଲେ ରାଜ୍ୟରୁ ହଟିଲା ତାମିଲ ଶାସନ । ଅଧିକ ପଢନ୍ତୁ

କ୍ଷମତାରୁ ହଟିଲା ନବୀନ ସରକାର, ଲଣ୍ଡା ହେଲେ ଗାଁସାଥୀ ସଂଘ ସଭାପତି
କ୍ଷମତାରୁ ହଟିଲା ନବୀନ ସରକାର, ଲଣ୍ଡା ହେଲେ ଗାଁସାଥୀ ସଂଘ ସଭାପତି (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ବିଜେଡି ଶାସନ ହଟିବା ପରିପ୍ରେକ୍ଷୀରେ ଲଣ୍ଡା ହେଲେ ଗାଁସାଥୀ ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ଵାଳ । ଏହା ସହ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ସରକାର ଉପରେ ବିଭିନ୍ନ ପ୍ରସଙ୍ଗରେ ପ୍ରବଳ ବର୍ଷିଛନ୍ତି । ରାଜ୍ୟରୁ ତାମିଲ ଶାସନର ଅନ୍ତ ହେଲା ବୋଲି ଲକ୍ଷ୍ମୀଧର କହିଛନ୍ତି । ତାଙ୍କ ସହ ଶତାଧିକ ଗାଁସାଥୀ କର୍ମୀମାନେ ମଧ୍ୟ ରାଜଧାନୀରେ ପ୍ରତିବାଦ ଓ ନାରାବାଜୀ କରିଛନ୍ତି ।

କ୍ଷମତାରୁ ହଟିଲା ବିଜେଡି ସରକାର, ଲଣ୍ଡା ହେଲେ ଗାଁସାଥି ସଂଘ ସଭାପତି (ETV Bharat Odisha)

ଲକ୍ଷ୍ମୀଧର କହିଛନ୍ତି, ଗାଁସାଥୀଙ୍କ ଭାଗ୍ୟ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦେଇ ରତ୍ନଗର୍ଭା ଓଡ଼ିଶାକୁ ବରବାଦ କରିଥିବା ଭି.କେ ପାଣ୍ଡିଆନଙ୍କର ସବୁ ମନ୍ଦ ଯୋଜନାକୁ ଓଡ଼ିଶାବାସୀ ପଣ୍ଡ କରିଦେଇଛନ୍ତି । ଏଭଳି ସମୟରେ ପ୍ରଭୁ ଜଗନ୍ନାଥ ଓ ରାମଲାଲାଙ୍କ ଅପାର କରୁଣା ଓ ରାଜ୍ୟର ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦରୁ ଓଡ଼ିଶାରେ ହେବାକୁ ଯାଉଥିବା ବିଜେପି ସରକାରକୁ ସଂଘ ତରଫରୁ ନିଆରା ଶୈଳୀର ଭବ୍ୟ ସ୍ଵାଗତ କରାଯାଇଥିଲା । ଏଥିପାଇଁ ବହୁସଂଖ୍ୟାରେ ସଂଘର କର୍ମୀମାନେ ଆସନ୍ତାକାଲି ହେବାକୁ ଥିବା ନୂଆ ସରକାରର ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ।

ଆଜି ସଂଘର ରାଜ୍ୟ କମିଟିର ସଦସ୍ୟମାମେ ରାମ ମନ୍ଦିରର ପୂଜାର୍ଚ୍ଚନା କରି ସାଧାରଣ ଜନତା ଓ ନେତୃମଣ୍ଡଳୀଙ୍କୁ ଭୋଗ ବଣ୍ଟନ କରିଥିଲେ । ଏହାସହ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭି.କେ ପାଣ୍ଡିଆନଙ୍କ ତାମିଲ ଶାସନ ଓଡ଼ିଶାରୁ ହଟିବା ପରିପ୍ରେକ୍ଷୀରେ ଗାଁ'ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ଵାଳ ରାମ ମନ୍ଦିର ଆଗରେ ଲଣ୍ଡା ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ଆଜି ହଟିବ ମୁଖ୍ୟମନ୍ତ୍ରୀ ସସପେନ୍ସ : ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ, କାଲି ଶପଥ - Odisha to get new CM today

ଦୀର୍ଘ ୨୪ବର୍ଷ ପରେ ଶାସନ ପରିବର୍ତ୍ତନ ଦେଖିବାକୁ ଯାଉଛି ଓଡିଶା । ୨୦୦୦ ମସିହାରେ କଂଗ୍ରେସକୁ ଗାଦିଚ୍ୟୁତ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପଦାଙ୍କରେ ଗଠିତ ହୋଇଥିବା ଆଞ୍ଚଳିକ ଦଳ ‘ବିଜେଡି’ କ୍ଷମତାକୁ ଆସିଥିଲା । ପରବର୍ତ୍ତୀ ସମୟରେ କ୍ରମାଗତ ୫ଥର ମୁଖ୍ୟମନ୍ତ୍ରୀ ହୋଇ ଭାରତୀୟ ରାଜନୀତିରେ ବିରଳ ରେକର୍ଡ ସୃଷ୍ଟି କରିଥିଲେ ‘ବିଜେଡି’ ସୁପ୍ରିମୋ ନବୀନ ପଟ୍ଟନାୟକ । ହେଲେ ଷଷ୍ଠ ଥର ବିଜୟୀ ହୋଇ ଦେଶର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବା ଧାରାରେ ଥିବା ନବୀନ ପଟ୍ଟନାୟକ ଚଳିତଥର ପରାଜୟର ସାମ୍ନା କରିଛନ୍ତି । ନବୀନ ଦୁଇଟି ଆସନରୁ ଗୋଟିଏରେ ଜିତିଥିଲେ ସୁଦ୍ଧା ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିପାରିିନି । ବିଜେପି ପ୍ରଥମ ଥର ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.