ETV Bharat / state

କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ଯୋଜନାରେ ବ୍ୟବହାର ହୋଇନି ଶଙ୍ଖ: ବିଜେଡି

author img

By ETV Bharat Odisha Team

Published : Feb 29, 2024, 10:00 PM IST

BJD Reaction On ECI Notice: ସରକାରୀ କାର୍ଯ୍ୟକ୍ରମରେ ବିଜେଡିର ଦଳୀୟ ଚିହ୍ନ ଶଙ୍କ ବ୍ୟବହାର ନେଇ ନିର୍ବାଚନ ଆୟୋଗ ସ୍ପଷ୍ଟୀକରଣ ମାଗିବା ପରେ ଶାସକ ଦଳର ପ୍ରତିକ୍ରିୟା । ବିଜେପି ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା । ଅଧିକ ପଢନ୍ତୁ

BJD Reaction On ECI Notice
BJD Reaction On ECI Notice
କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ଯୋଜନାରେ ବ୍ୟବହାର ହୋଇନି ଶଙ୍ଖ: ବିଜେଡି

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ବିଭିନ୍ନ ବିଜ୍ଞାପନରେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ବ୍ୟବହାର ହେଉଥିବା ଅଭିଯୋଗ ଆସିଥିଲା । ଶଙ୍ଖ ଚିହ୍ନର ବ୍ୟବହାର ଉପରେ ବିଜେଡି ସାଧାରଣ ସମ୍ପାଦକ ଓ ମୁଖ୍ୟ ଶାସନ ସଚିବଙ୍କ ସ୍ପଷ୍ଟୀକରଣ ମାଗିଛନ୍ତି ନିର୍ବାଚନ ଆୟୋଗ । ଏହାକୁ ନେଇ ଖଡଗ ହସ୍ତ ବିଜୁ ଜନତା ଦଳ । ନିର୍ବାଚନ ଆୟୋଗଙ୍କ ଚିଠି ଉପରେ ପ୍ରତିକ୍ରିୟା ନରଖି ବିଜେପି ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ।

ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି, "ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ପାଇଁ ବିଜେଡି ଦଳର ଚିହ୍ନ ଶଙ୍ଖ ଓଡ଼ିଶାର ପରିବର୍ତ୍ତନ, ପ୍ରଗତି ଓ ବିକାଶର ପ୍ରତିନିଧିତ୍ବ କରୁଛି । ଶଙ୍ଖ ଚିହ୍ନ ଉପରେ କୋଟି କୋଟି ଲୋକଙ୍କ ଭଲପାଇବା, ବିଶ୍ବାସ ଓ ଭରସା ରହିଛି । ତେଣୁ ଏହାର ବ୍ୟବହାର ପ୍ରତି ବିଜେଡି ସଚେତନ ରହିଛି । ରାଜ୍ୟବାସୀ ବିଜେଡିର ଚିହ୍ନ ଶଙ୍ଖକୁ ନିଜର ପ୍ରତୀକ ଭାବେ ଚିହ୍ନିଥାନ୍ତି । ଯାହା ସେମାନଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଶକ୍ତୀକରଣର ପ୍ରତୀକ । ଆମ ଦଳର ଚିହ୍ନ ଶଙ୍ଖ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ଯୋଜନାରେ ବ୍ୟବହୃତ ହୋଇଥିବା ଆମ ନଜରକୁ ଆସିନାହିଁ । ଯଦି ଏହା ହୋଇଥାନ୍ତା, ତେବେ ଆମେ ପ୍ରଥମେ ଏହାର ପ୍ରତିବାଦ କରିଥାନ୍ତୁ ।"

ଏହା ବି ପଢନ୍ତୁ- ECIଙ୍କ ନୋଟିସ ପରେ ଗର୍ଜିଲା ବିଜେପି, ଶଙ୍ଖ ଚିହ୍ନ ବାତିଲ ପାଇଁ ଦାବି

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜି-୨୦ ଲୋଗୋ, ପିଡିଏସ ରାସନ ରସିଦ, ଆୟୁଷ୍ମାନ ଭାରତ ଲୋଗୋ, ଉଜ୍ଜ୍ବଳା ଯୋଜନା ଲୋଗୋ ଓ ଅମୃତ ଯୋଜନା ଲୋଗୋରେ ବ୍ୟବହୃତ ହେଉଛି ପଦ୍ମ ଫୁଲ । ସେମାନଙ୍କ ଦଳୀୟ ଚିହ୍ନ ବ୍ୟବହାର କରୁଥିବାରୁ ସେଥିପାଇଁ ସେମାନେ ଭାବୁଛନ୍ତି ଯେ ଅନ୍ୟତ୍ର ମଧ୍ୟ ଶଙ୍ଖ ଚିହ୍ନ ବ୍ୟବହାର କରାଯାଉଛି । ଆମେ ଓଡ଼ିଶା ବିଜେପିକୁ ଅନୁରୋଧ କରୁଛୁ ଯେ ସେମାନେ ନିଜର ସଂକୀର୍ଣ୍ଣ ମାନସିକତାରୁ ଦୂରେଇ ରୁହନ୍ତୁ । ଶଙ୍ଖ ଚିହ୍ନ ଭଳି ଅଣପ୍ରସଙ୍ଗ ନଉଠାଇ ଓଡ଼ିଶାବାସୀଙ୍କ ପାଇଁ କିଛି ଭଲ ଦିଗରେ କାର୍ଯ୍ୟ କରନ୍ତୁ । ଓଡ଼ିଶାକୁ ନବୀନ ଓଡ଼ିଶା, ନୂଆ ଓଡ଼ିଶାରେ ପରିଣତ କରିବାକୁ ବିଜେଡି ପ୍ରତିଶ୍ରୁତିବଦ୍ଧ । ଏଭଳି ଅଣ-ପ୍ରସଙ୍ଗ ଉଠାଇ ଓଡ଼ିଶା ବିଜେପି ରାଜ୍ୟର ବିକାଶ ଦିଗରେ ନିଜର ଉଦ୍ଦେଶ୍ୟର ଅଭାବ ଥିବା ପ୍ରଦର୍ଶିତ କରୁଛି ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.