ETV Bharat / state

ମୁଖ୍ୟମନ୍ତ୍ରୀ-ନୀତି ଆୟୋଗ ସିଇଓ ଭେଟ ରାଜନୀତି; କଂଗ୍ରେସ-ବିଜେଡିର କେନ୍ଦ୍ର ଅବହେଳା ଅଭିଯୋଗ, ବିଜେପି ରଖିଲା ଜବାବ - Bjd Congress Targets To Bjp

author img

By ETV Bharat Odisha Team

Published : Aug 7, 2024, 7:20 PM IST

CENTRAL NEGLIGENCE ISSUES: 2047ରେ ରାଜ୍ୟର ଅର୍ଥନୀତି 1.5 ଟ୍ରିଲିଅନ ଅର୍ଥନୀତି ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ କଥାକୁ କଟାକ୍ଷ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି । ସେପଟେ କଡ଼ା ଜବାବ ରଖିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଅଧିକ ପଢନ୍ତୁ

Bjd Congress Targets To Bjp
Bjd Congress Targets To Bjp (#ETV Bharat Odisha)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ-ନୀତି ଆୟୋଗ ସିଇଓ ଭେଟଘାଟକୁ ନେଇ ଜୋର ଧରିଛି ରାଜନୀତି । ନୀତି ଆୟୋଗ ବୈଠକରେ ଓଡିଶା ସ୍ୱାର୍ଥରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିନଥିବା ବେଳେ ଅନ୍ୟ ରାଜ୍ୟକୁ ମିଳିଛି ସ୍ୱତନ୍ତ୍ର ପ୍ୟାକେଜ । 2047ରେ ରାଜ୍ୟର ଅର୍ଥନୀତି 1.5 ଟ୍ରିଲିଅନ ଅର୍ଥନୀତି ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ କଥାକୁ କଟାକ୍ଷ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି । ସେପଟେ ଜବାବ ରଖିଛନ୍ତି ବିଜେପି ବିଧାୟକ ।

ବିଜେପି ସରକାର ଆସିବା ପରେ ବି କେନ୍ଦ୍ର ଅବହେଳା ଜାରୀ : ମୁଖ୍ୟମନ୍ତ୍ରୀଙ୍କୁ ନୀତି ଆୟୋଗ ସିଇଓ ଭେଟିବା ପରେ ରାଜନୀତି ଆରମ୍ଭ ହୋଇଛି । ବିଜେଡି ବିଧାୟକ ପ୍ରଦୀପ ଦିଶାରୀଙ୍କ ପ୍ରତିକ୍ରିୟାରେ କହିଛନ୍ତି,"ଡବଲ ଇଞ୍ଜିନ ସରକାର ଓଡ଼ିଶା ଦାବିକୁ ଅଣଦେଖା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ଓଡ଼ିଶାକୁ ସମୃଦ୍ଧ କରିବାକୁ ସ୍ବପ୍ନ ଦେଖାଇଲେ । ସରକାରକୁ ଆସିଲେ । ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ସାମିଲ ହେଲେ । ହେଲେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା କି ସ୍ଵତନ୍ତ୍ର ଅନୁଦାନ ଦାବି କଲେନାହିଁ । କୋଇଲା ରୟାଲିଟି କଥା ମଧ୍ୟ ଭୁଲିଗଲେ । କେନ୍ଦ୍ର ଆଗରୁ ଓଡିଶାକୁ ଅବହେଳା କରୁଥିଲା । ଏବେ ରାଜ୍ୟରେ ବିଜେପି ସରକାର ଆସିଲା ପରେ ମଧ୍ୟ କେନ୍ଦ୍ର ସରକାରଙ୍କ ଅବହେଳା ମଧ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ ଓଡିଶାର ଦାବି କେନ୍ଦ୍ର ପାଖରେ ରଖନ୍ତୁ ।"

1.5 ଟ୍ରିଲିୟନ ଅର୍ଥନୀତି ଶୁଣିବାକୁ ଭଲ ଲାଗୁଛି :- ସେହିପରି କଂଗ୍ରେସ ବିଧାୟକ ସିଏଚ ରାଜନ ଏକ୍କା କହିଛନ୍ତି,"ନୀତି ଆୟୋଗ ବୈଠକରେ ଓଡ଼ିଶା ଲାଗି ସ୍ୱତନ୍ତ୍ର ପ୍ୟାକେଜ ନାହିଁ । ଓଡିଶାର ଅର୍ଥନୀତି 1.5 ଟ୍ରିଲିୟନ ହେବ ବୋଲି କୁହାଯାଉଛି । ଏହା ଶୁଣିବାକୁ ଭାରି ଭଲ ଲାଗୁଛି । କିନ୍ତୁ ବାସ୍ତବତା ନାହିଁ । କୋଇଲା ରୟାଲଟି 12 ପ୍ରତିଶତରୁ 20 ପ୍ରତିଶତ କରିବାକୁ ଦାବି ହେଉଛି । ମୁଖ୍ୟମନ୍ତ୍ରୀ ଏକଥା କହିଲେ ନାହିଁ । ପ୍ରାକୃତିକ ବିପର୍ଯ୍ୟୟ ଲାଗି ଅନ୍ୟ ରାଜ୍ୟକୁ ପ୍ୟାକେଜ ମିଳିଛି । ଓଡିଶାକୁ ମିଳିଲା ନାହିଁ । "

ବିଜେଡି ଓ କଂଗ୍ରେସର ନାହିଁ ନୈତିକତା :
ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଟଙ୍କଧର କହିଛନ୍ତି, "କଂଗ୍ରେସ 10 ବର୍ଷ କେନ୍ଦ୍ରରେ ଦାଇତ୍ୱରେ ଥିଲେ । ଓଡିଶାକୁ କଂଗ୍ରେସ କେତେ ଅନୁଦାନ ଦେଇଛି ? ନରେନ୍ଦ୍ର ମୋଦି ସରକାର କେନ୍ଦ୍ରକୁ ଆସିବା ପରେ କେତେ ଅନୁଦାନ ମିଳିଛି ? ଗତ 10 ବର୍ଷରେ କେନ୍ଦ୍ର ସରକାର ଓଡିଶାକୁ କେତେ ପରିମାଣର ଅନୁଦାନ ଦେଇଛନ୍ତି, ତାହା ସମସ୍ତେ ଜାଣିଛନ୍ତି । ଏ ପ୍ରସଙ୍ଗରେ କହିବାର ନୈତିକ ଅଧିକାର ବିଜୁ ଜନତା ଦଳର ନାହିଁ । କାହିଁକିନା ବିଜେଡି 24 ବର୍ଷ ଓଡିଶାରେ ନିରଙ୍କୁସ ଶାସନ କରିଛି । ଓଡିଶାର ଓ ବ୍ୟକ୍ତିଗତ ଭାବେ ବିଜେଡିର କେତେ ଉନ୍ନତି ହୋଇଛି ସମସ୍ତେ ଜାଣିଛନ୍ତି । କିଛି ଅଣଓଡିଆ ଲୋକ ଓଡ଼ିଶାର ଶାସନ ଭାର ଚଲେଇବା ବାହାବା ନେଉଥିଲେ ତାଙ୍କର ଉନ୍ନତି ହୋଇଛି । ଓଡ଼ିଶା ସରକାର ଲୋକଙ୍କ ସରକାର । ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ କ'ଣ ଦାବି ରଖିଛନ୍ତି ଦିଲ୍ଲୀରୁ ଫେରି ଜଣାଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ ....ତଲାବିରା କୋଇଲା ଖଣି ଦୁର୍ନୀତି; ସତ ସାମ୍ନାକୁ ଆସିବା ଦରକାର କହିଲା ବିଜେପି, କଂଗ୍ରେସ କହିଲା ଦୋଷୀ ଦଣ୍ଡିତ ହେଉ - CBI Enquiry Demand

ସେ ଆହୁରି କହିଛନ୍ତି," ବିକଶିତ ଓଡିଶା ସ୍ୱପ୍ନକୁ ସାକାର ଲକ୍ଷ୍ୟରେ ଆଗେଇ ଆସିଛି ନୀତି ଆୟୋଗ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବି.ଭି.ଆର ସୁବ୍ରମନିୟମ । ଓଡିଶା ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ 2036 ଏବଂ ଭିଜନ ଡକ୍ୟୁମେଣ୍ଟ 2047 ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି । 2036 ସୁଦ୍ଧା ଓଡିଶା ଅର୍ଥନୀତି 500 ବିଲିଅନ ଡଲାର ଓ 2047 ସୁଦ୍ଧା 1.50 ଟ୍ରିଲିଅନ ଡଲାରରେ ପହଞ୍ଚିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । "ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.