ETV Bharat / state

ମଣିଷଙ୍କୁ ବି ବ୍ୟାପିପାରେ ବାର୍ଡ ଫ୍ଲୁ: କିଭଳି ରହିବେ ସତର୍କ, କ'ଣ କହୁଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ - Bird Flu Outbreak

author img

By ETV Bharat Odisha Team

Published : Aug 26, 2024, 6:19 PM IST

Bird Flu Outbreak: ଦିନକୁ ଦିନ ବ୍ୟାପିବାରେ ଲାଗିଛି ବାର୍ଡ ଫ୍ଲୁ । ତେବେ ଏହା ମଣିଷଙ୍କ ପାଇଁ କେତେ ବିପଦ । ଅନେଇ କଣ କହୁଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଜାଣନ୍ତୁ...

Bird Flu Outbreak
Bird Flu Outbreak (ETV Bharat Odisha)

ଭୁବନେଶ୍ବର: ପିପିଲି ଅଞ୍ଚଳରେ ବ୍ୟାପିଛି ବାର୍ଡ ଫ୍ଲୁ । ବାର୍ଡ ଫ୍ଲୁ ସଂକ୍ରମଣ ଚିହ୍ନଟ ହେବା ପରେ କୁକୁଡ଼ାମାନଙ୍କୁ ମାରି ପୋତାଯାଉଛି । ଏପଟେ ବାର୍ଡ ଫ୍ଲୁକୁ ନେଇ ଲୋକଙ୍କ ମନରେ ଛନକା । ବାର୍ଡ ଫ୍ଲୁ କୁକୁଡ଼ାର ସଂସ୍ପର୍ଶରେ ମଣିଷ ଆସିବା ଉଚିତ ନୁହେଁ । କାରଣ ବାର୍ଡ ଫ୍ଲୁ କୁକୁଡାଙ୍କ ଠାରୁ ମଣିଷଙ୍କୁ ସମ୍ଭାବନା ରହିଛି । ତେବେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଅଞ୍ଚଳରେ ଯଦି ଲୋକମାନଙ୍କର ଜ୍ଵର, କାଶ କିମ୍ବା ଛିଙ୍କ ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ବାର୍ଡ ଫ୍ଲୁକୁ ଜାଣିବା କିପରି ? ଲୋକମାନେ କିପରି ସତର୍କ ରହିବେ ? ସେନେଇ କ'ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଏବଂ ଓୟୁଏଟି କୁକୁଡ଼ା ପ୍ରଜନନ ବିଭାଗର ମୁଖ୍ୟ ଜାଣନ୍ତୁ..

Bird Flu Outbreak (ETV Bharat Odisha)
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ:ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ କହିଛନ୍ତି, "ଏବେ ପାଇଁ ଚିକେନ ନ ଖାଇବା ଭଲ । ବାର୍ଡ ଫ୍ଲୁକୁ ନେଇ ଜିଲ୍ଲା ଗୁଡିକୁ ଆଡ଼ଭାଇଜରୀ ଦିଆଯାଇଛି । ବାର୍ଡ ଫ୍ଲୁରେ ସଂକ୍ରମଣ ହେଲେ ପ୍ରଥମେ ଜ୍ବର ହେବ । ଫିଭର ସର୍ଭିଲାନ୍ସ ଆମେ ଜିଲ୍ଲା ବାରି କରାଯାଇଛି । ପିପିଲି ବାର୍ଡ ଫ୍ଲୁର ହଟ ସ୍ପଟ୍ । ତେଣୁ ରାପିଡ ରେସ୍ପନ୍ସ୍‌ ଟିମ ଯାଇଛନ୍ତି । ଆଜି ପିପିଲିର ଯେଉଁ ଏରିଆରୁ ବାର୍ଡ ଫ୍ଲୁ ବାହାରିଛି ସେ ଅଞ୍ଚଳକୁ କଣ୍ଟେନମେଣ୍ଟ କରିଦିଆଯାଇଛି । ବାର୍ଡ ଫ୍ଲୁ ହେଲେ ତୁରନ୍ତ କୁକୁଡ଼ାକୁ ମାରିଦେଇ ପୋତି ଦେବା ଦରକାର । ସବୁ ଦିନ ଜନସ୍ୱାସ୍ଥ୍ୟ ୟୁନିଟ ଦ୍ୱାରା ତଥ୍ୟ ସଂଗ୍ରହ କରାଯାଉଛି । କେବଳ ପିପିଲିରେ ବାହାରୁଛି ବୋଲି ଆମେ ସେ ଜାଗା ସହ ଅନ୍ୟ ଅଞ୍ଚଳକୁ ବି ଧ୍ୟାନରେ ରଖିଛୁ । ବାର୍ଡ ଫ୍ଲୁ କୁକୁଡ଼ାର ସଂସ୍ପର୍ଶରେ ମଣିଷ ଆସିବା ଉଚିତ ନୁହେଁ ।"ମନୁଷ୍ୟ ପ୍ରତି କେତେ ବିପଦ:

ଏହି ବାର୍ଡ ଫ୍ଲୁ ବିଶେଷ ଭାବରେ ଗୋଟିଏ କୁକୁଡ଼ା ଠାରୁ ଅନ୍ୟ କୁକୁଡ଼ାକୁ ବ୍ୟାପିଥାଏ । କିନ୍ତୁ ଏହା ବହୁତ୍ ଡେରିରେ ମଣିଷକୁ ବ୍ୟାପିଥାଏ । ଯାହା ମଣିଷକୁ ସଂକ୍ରମଣ ହେଲେ ପ୍ରଥମେ ଜ୍ଵର ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।

କୁକୁଡ଼ାରୁ ଫାର୍ମରେ କାମ କରୁଥିବା ଲୋକଙ୍କୁ ସତର୍କ:

ଏପଟେ ଓୟୁଏଟିର କୁକୁଡ଼ା ପ୍ରଜନନ ବିଭାଗର ମୁଖ୍ୟ ସୁଶାନ୍ତ କୁମାର ଦାସ କହିଛନ୍ତି, "ବାର୍ଡ ଫ୍ଲୁ ଗୋଟିଏ ସିଜିନାଲ ରୋଗ । ଏହା ଏକ ଭୂତାଣୁ ଜନିତ ଅଟେ । ଏହା H5N1 ଜନିତ ଭୂତାଣୁ । ଏହାଶୀଘ୍ର ବ୍ୟାପିଥାଏ । ଯାହା କୁକୁଡ଼ା ଠାରୁ କୁକୁଡ଼ାକୁ ବ୍ୟାପିଥାଏ । କିନ୍ତୁ କୁକୁଡ଼ା ଠାରୁ ମଣିଷ ମଧ୍ୟରେ ଟିକେ ଡେରିରେ ବ୍ୟାପିଥାଏ । ଯେଉଁମାନେ ଫାର୍ମରେ ଅଛନ୍ତି ସେମାନେ ସତର୍କ ରହିବାକୁ ପଡିବ । ଯେଉଁମାନେ କୁକୁଡ଼ା ଖାଉଛନ୍ତି ସେମାନଙ୍କର କୌଣସି ଅସୁବିଧା ନାହିଁ । ଆମର ଯେଉଁ ରୋଷେଇ ପ୍ରଣାଳୀ ବାର୍ଡ ଫ୍ଲୁ ଦ୍ଵାରା କୌଣସି କିଛି ଅସୁବିଧା ହେବ ନାହିଁ । ମଲା କୁକୁଡ଼ା ନ ଖାଇବା ଭଲ । ଯେଉଁ ଭଳି ଭାବରେ ଚିକେନ ଖାଇବାକୁ ଚାହୁଁଛନ୍ତି ଖାଇପାରିବେ । ଯେଉଁମାନେ କୁକୁଡ଼ା ଘରେ କାମ କରୁଛନ୍ତି ସେମାନେ ଅଧିକ ସତର୍କ ରହିବାକୁ ପଡିବ । ତାଙ୍କର ଯଦି ଜ୍ଵର, ଛିଙ୍କ କି କାଶ ହେଉଛି ସେମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ବହୁତ୍ କମ୍ ସମ୍ଭାବନା ରହିବ ଯେ ସେମାନେ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି ।"

ବାର୍ଡ ଫ୍ଲୁକୁ ଜାଣିବେ କିପରି:

କୁକୁଡ଼ାକୁ ବାର୍ଡ ଫ୍ଲୁ ହେଲେ ବିଶେଷ ଭାବରେ କୁକୁଡ଼ାମାନେ ରୋଗରେ ପଡିଥାନ୍ତି । କୁକୁଡ଼ାର ଆଖି, କାନ, ନାକରୁ ପାଣି ବାହାରିଥାଏ । କୁକୁଡ଼ାର ପର ଗୁଡ଼ିକ ଫୁଲିଲା ଭଳିଆ ଲାଗିଥାଏ । କୁକୁଡ଼ାକୁ ଚାଲି ପାରିବ ନାହିଁ । ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ପଡ଼ି ରହିବ । ତେଣୁ ଜଣାପଡ଼ିବ ଯେ କୁକୁଡ଼ାକୁ ବାର୍ଡ ଫ୍ଲୁ ହୋଇଛି । ଯଦି କୌଣସି ଏକ ସ୍ଥାନରେ ବାର୍ଡ ଫ୍ଲୁ ହୋଇଛି ସେଠାରୁ ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଛି । କୁକୁଡ଼ାକୁ କୁକୁଡ଼ା ମଧ୍ୟରେ ବାର୍ଡ ଫ୍ଲୁ ଅଧିକ ମାତ୍ରାରେ ସଂକ୍ରମଣ ବ୍ୟାପିଥାଏ" ।

ଘରେ ଥିବା କୁକୁଡ଼ା ପ୍ରତି ନାହିଁ ଭୟ:

କୁକୁଡ଼ା ପ୍ରଜନନ ବିଭାଗୀୟ ମୁଖ୍ୟ ସୁଶାନ୍ତ ଦାସଙ୍କ କହିବା ଅନୁସାରେ, ଯଦି ଘରେ କୁକୁଡ଼ା ରଖିଛନ୍ତି ସେଥିରୁ କିଛି ମରିଗଲେ ତେବେ ସେଥିରେ କୌଣସି କିଛି ଅସୁବିଧା ନାହିଁ । ତାହା ବାର୍ଡ ଫ୍ଲୁ ନୁହେଁ । ଏନେଇ ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ

ଏହା ମଧ୍ୟ ପଢ଼ନ୍ତୁ...ବାର୍ଡ ଫ୍ଲୁ ସଂକ୍ରମଣ ଭୟ; ପିପିଲିରେ କଲିଂ ଆରମ୍ଭ, ମଲେଣି 5000 କୁକୁଡା, ଏବେ କୁକୁଡା ଖାଅନି କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ - Mass culling of chickens

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.