ETV Bharat / state

ବାର୍ଡ ଫ୍ଲୁ ଦ୍ୱନ୍ଦ୍ୱ: ମଣିଷକୁ ସଂକ୍ରମଣ ହୋଇଛି କି ନାହିଁ ସ୍ପଷ୍ଟ କଲା ସ୍ଵାସ୍ଥ୍ୟ ବିଭାଗ,ଏମିତି କହିଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ - Bird Flu Detected In Human Case

author img

By ETV Bharat Odisha Team

Published : Aug 28, 2024, 2:22 PM IST

Bird Flu Detected In Human Case: ମଣିଷ ଶରୀରରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି ନା ନାହିଁ, ସେନେଇ ଦ୍ବନ୍ଦ୍ବ ଉପୁଜିଛି । ଗୋଟିଏ ପଟେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ, ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗ ଭିନ୍ନ ପ୍ରତିକ୍ରିୟା ରଖିଛି । ପଢନ୍ତୁ ପୂରା ଖବର।

Bird Flu Detected In Human
Bird Flu Detected In Human (ETV Bharat Odisha)

ଭୁବନେଶ୍ବର: ମଣିଷକୁ ବାର୍ଡ ଫ୍ଲୁ ଦ୍ବନ୍ଦ୍ବ । ସ୍ପଷ୍ଟୀକରଣ ରଖିଲା କଲା ସ୍ଵାସ୍ଥ୍ୟ ବିଭାଗ। ଏବେ ସୁଧା ମଣିଷ ଶରୀରରେ ବାର୍ଡ ଫ୍ଲୁ ନେଇ କୌଣସି ସ୍ପଷ୍ଟତା ଆସିନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ," ପୁରୀରେ ଯେଉଁ ବ୍ୟକ୍ତିଙ୍କ ଶରୀରରେ ଲକ୍ଷଣ ଦେଖାଯାଇଛି, ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି । RMRC କୁ ରିପୋର୍ଟ ପଠାଯାଇଛି । ପ୍ରାଥମିକ ପରୀକ୍ଷା ପରେ ପୁଣେ ପଠାଯାଇଛି । ଏହାର ରିପୋର୍ଟ ୭ ଦିନ ପରେ ଆସିବ । ବ୍ୟକ୍ତି ଜଣଙ୍କୁ ଥଣ୍ଡା ଜ୍ବର ଲକ୍ଷଣ ପରେ ନମୁନା ସଂଗ୍ରହ କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ଆଇସୋଲେଟ କରି ରଖାଯାଇଛି । ସେ ବ୍ୟକ୍ତିଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ତାଙ୍କର ମଧ୍ୟ ସାମ୍ପଲ କଲେକ୍ଟ କରାଯିବ। ।"

'ପକ୍ଷୀ ବା କୁକୁଡ଼ା ପ୍ରାଣ ହରାଉଥିଲେ ସୂଚନା ଦିଅନ୍ତୁ'
ସେ ଆହୁରି ମଧ୍ୟ କହିଛନ୍ତି," ସ୍ବାସ୍ଥ୍ୟ ବିଭାଗ ଅଧିକ ସଚେତନ ରହିଛି । ମଣିଷ ଶରୀରରେ ବାର୍ଡ଼ ଫ୍ଲୁ ଅଛିକି ନାହିଁ ସେନେଇ କିଛି ସମୟ ଭିତରେ ବିଭାଗ ତରଫରୁ ଏକ ଚିଠି ଜାରି କରାଯିବ । ସେତେବେଳେ ହିଁ ସ୍ପଷ୍ଟତା ଆସିଯିବ । ଏହାସହ ଯଦି ବିଭାଗୀୟ ମନ୍ତ୍ରୀ ମଣିଷ ଶରୀରରେ ବାର୍ଡ଼ ଫ୍ଲୁ ଅଛି ବୋଲି କିଛି ପ୍ରତିକ୍ରିୟା ରଖିଛନ୍ତି ଏନେଇ ମନ୍ତ୍ରୀଙ୍କ ଅଫିସ ସହ ଆମେ କଥା ହେବୁ । କିନ୍ତୁ ବିଭାଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟତା ନାହିଁ । କେଉଁଠି ଭୁଲ ବୁଝାମଣା ହୋଇଯାଇଛି । କୌଣସି ପ୍ରକାର ଭୟଭୀତ ହୁଅନ୍ତୁ ନାହିଁ । ଯଦି ଆପଣଙ୍କ ଅଞ୍ଚଳରେ କୌଣସି ପକ୍ଷୀ ବା କୁକୁଡ଼ା ମରୁଛନ୍ତି, ତେବେ ତୁରନ୍ତ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଅନ୍ତୁ ।"
ବାର୍ଡ ଫ୍ଲୁ ଭୟ:
ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଭୟ । ପିପିଲି ଓ ସତ୍ୟବାଦୀରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି। ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ହେବା ଆଶଙ୍କାକୁ ନେଇ ଚିନ୍ତାରେ ସାଧାରଣ ଲୋକେ‌ । ବାର୍ଡ ଫ୍ଲୁ ଭୂତାଣୁ ଯେଭଳି ଅଧିକ ନ ବ୍ୟାପିବ, ସେ ଦିଗରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଗତ ୪ ଦିନ ଭିତରେ ପିପିଲିରେ ୧୪ହଜାର ୨୧ ବ୍ରଏଲର କୁକୁଡ଼ା, ୨ଟି ଦେଶୀ କୁକୁଡ଼ା ଓ ୨ଟି ବତକ ସମେତ ମୋଟ ୧୪ହଜାର ୨୫ ଟି ମରାଯାଇସାରିଛି । ସଂକ୍ରମିତ ଚିହ୍ନଟ ଅଞ୍ଚଳର ୩ କିଲୋମିଟର ମଧ୍ୟରେ ୪୨ ଜଣ ଆଶାକର୍ମୀଙ୍କୁ ନିୟୋଜିତ କରିଛି ପ୍ରଶାସନ । ଆଜି ମଧ୍ୟ ପଞ୍ଚମ ଦିନରେ କୁକୁଡ଼ାମରା ଅଭିଯାନ ଚାଲିଛି । ଏଥିରେ ସାମିଲ ହୋଇଛନ୍ତି ୮ଟି ଟିମ୍ । ସଂକ୍ରମିତ ଅଞ୍ଚଳରେ ଥିବା ଫାର୍ମ ଏବଂ ଘରେ କୁକୁଡ଼ା ଆଉ ରହିଛି କି ନାହିଁ ଏକ ଟିମ୍ ଖୋଜାଖୋଜି ଜାରି ରଖିଛି । ସନ୍ଧାନ ମିଳିଲେଏହାକୁ ମରାଯିବା ବୋଲି ପିପିଲି ପଶୁ ଚିକିତ୍ସିକ ଆଲୋକ ମିଶ୍ର ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...Bird Flu: ପିପିଲି ବାର୍ଡ ଫ୍ଲୁ ହଟସ୍ପଟ୍, ପୁରୀ ଜିଲ୍ଲାରେ ୨୬୦୦୦ କୁକୁଡ଼ା କୁଲିଂ, ଜଣେ ମଣିଷ ସଂକ୍ରମିତ ସୂଚନା, ବିଧାନସଭାରେ ଉଠିଲା ପ୍ରସଙ୍ଗ - Bird flu Scare in Odisha

ରାପିଡ୍ ରେସପନ୍ସ ଟିମ ଜ୍ବରରେ ଆକ୍ରାନ୍ତ:
କୁକୁଡାମରା ଅଭିଯାନରେ ସାମିଲ ହୋଇଛନ୍ତି ରାପିଡ ରେସପନ୍ସ ଟିମ (RAT)। ସେମାନଙ୍କ ମଧ୍ୟରୁ ଦୁଇ ଜଣ ସଦସ୍ୟଙ୍କୁ ଜ୍ବର ହୋଇଛି । ସେମାନଙ୍କୁ ମଙ୍ଗଳପୁରରେ ଖୋଲାଯାଇଥିବା ଆଇସୋଲେସନ ୱାର୍ଡରେ ରଖାଯାଇଛି । ସେମାନଙ୍କ ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି । ତେବେ ଜଣଙ୍କଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିବାବେଳେ ଏହାର ସ୍ପଷ୍ଟୀକରଣ ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ନୀଳକଣ୍ଠ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.