ETV Bharat / state

Bhubaneswar Mayor Advice: ଚିକେନ ନ ଖାଇବାକୁ BMC ମେୟରଙ୍କ ପରାମର୍ଶ, ପ୍ରଭାବିତ ଅଞ୍ଚଳରୁ ଚିକେନ ଆଣି ବିକିଲେ ହେବ କାର୍ଯ୍ୟାନୁଷ୍ଠାନ - Bird flu BMC Guidelines

author img

By ETV Bharat Odisha Team

Published : Aug 31, 2024, 4:46 PM IST

Bird flu Outbreak BMC Issues Guidelines: ବ୍ୟାପୁଛି ବାର୍ଡ ଫ୍ଲୁ । ରାଜଧାନୀରେ ବାର୍ଡ଼ ଫ୍ଲୁ ଭୟ । ଚିକେନ ନ ଖାଇବାକୁ ବିଏମସି ମେୟରଙ୍କ ପରାମର୍ଶ । ଅଧିକ ପଢ଼ନ୍ତୁ

Bird flu Outbreak
Bird flu Outbreak (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ବାର୍ଡ଼ ଫ୍ଲୁ ଭୟ । ଚିକେନ ନ ଖାଇବାକୁ ବିଏମ୍ସି ମେୟରଙ୍କ ପରାମର୍ଶ । ଭୁବନେଶ୍ୱରବାସୀଙ୍କ ପାଇଁ ଜାରି ହେଲା ସ୍ୱତନ୍ତ୍ର ମାର୍ଗଦର୍ଶିକା । ରାଜଧାନୀ ଉପକଣ୍ଠରେ ବାର୍ଡ଼ ଫ୍ଲୁ ବ୍ୟାପୁଥିବାରୁ ରାଜଧାନୀବାସୀଙ୍କୁ ସତର୍କ କରାଇଛି ବିଏମସି । ବିଶେଷକରି ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ ଆଣିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ରାଜଧାନୀରେ ବାର୍ଡ଼ ଫ୍ଲୁର ଆଶଙ୍କାକୁ ନେଇ କୁକୁଡ଼ା ବ୍ୟବସାୟୀଙ୍କୁ ମଧ୍ୟ ଏକ ନୋଟିସ ଜାରି କରିଛି ବିଏମସି । ମାର୍ଗଦର୍ଶିକା ଅନୁଯାୟୀ, ଯଦି କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ବର, ଛିଙ୍କ, କାଶ ଲାଗି ରୁହେ ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ବୋଲି ବିଏମସି ପରାମର୍ଶ ଦେଇଛି । ଏପରିକି କୁକୁଡ଼ାଙ୍କ ଅସ୍ବାଭାବିକ ମୃତ୍ୟୁ ହେଲେ ଏଣେ ତେଣେ ନ ଫିଙ୍ଗି ପୋତିବା ସହ ବ୍ଲିଚିଂ ପାଉଡର ପକାଇବାକୁ କୁହାଯାଇଛି ।

Bird flu Outbreak (ETV Bharat Odisha)
ଚିକେନ ନଖାଇବାକୁ ପରାମର୍ଶ:

ତେବେ ଭୁବନେଶ୍ୱର ଉପକଣ୍ଠରେ ବାର୍ଡ଼ ଫ୍ଲୁ ବ୍ୟାପୁଥିବାରୁ ରାଜଧାନୀବାସୀଙ୍କୁ ବାର୍ଡ଼ ଫ୍ଲୁ ହେବାର ଆଶଙ୍କାକୁ ନେଇ ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି, "ଭୁବନେଶ୍ୱର ଆଖପାଖରୁ ଯେଉଁ କୁକୁଡ଼ା ଆସୁଛି ସେଗୁଡିକ ବାର୍ଡ଼ ଫ୍ଲୁ ସଂକ୍ରମିତ ବୋଲି ଖବର ଆସୁଛି । ଲୋକଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ଏନେଇ ଏକ ମାର୍ଗଦର୍ଶିକା ଜାରି ହୋଇଛି । ଯେଉଁଥିରେ ଦୋକାନୀମାନକୁ କୁହାଯାଇଛି ଯେ, ଭୁବନେଶ୍ୱର ବାହାରୁ ଆସୁଥିବା ଚିକେନ ବିକନ୍ତୁ ନାହିଁ । ଯାହା ଭୁବନେଶ୍ୱର ଭିତରେ ଅଛି ତାହାକୁ ବିକ୍ରି କରନ୍ତୁ । ଯଦି ଏଠାରେ ବି ସଂକ୍ରମଣ ଦେଖାଯାଏ ତେବେ ତା ଉପରେ ବି ପ୍ରତିବନ୍ଧକ ଲଗାଯିବ । ଏଭଳି ସଂକ୍ରମଣର ଡର ରହୁଥିବା ବେଳେ ଚିକେନ ଖାଇବାକୁ ସମ୍ଭବତଃ ବାରଣ କରନ୍ତୁ । ସଂକ୍ରମଣକୁ ନେଇ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରନ୍ତୁ ।"

Bird flu Outbreak
Bird flu Outbreak (BMC)
ସବୁ ଜାଗାରେ ବୁଲୁଛନ୍ତି ସ୍କ୍ୱାର୍ଡ, ଚାଲିଛି ଯାଞ୍ଚ:

ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି, "ବାର୍ଡ ଫ୍ଲୁର ଯେଉଁ ପ୍ରଭାବ ଦେଖୁଛୁ, ସେଥିରୁ ସହରର ନାଗରିକମାନଙ୍କ ରକ୍ଷା ପାଇଁ ଯେଉଁଯେଉଁ ସ୍ଥାନରେ ଚିକେନ ବ୍ୟବହାର ହେଉଛି ଓ ଖାଇବା ପାଇଁ ଦିଆଯାଉଛି ଏଥିପାଇଁ ଦୋକାନୀ ବା ହୋଟେଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଚିକେନ କେଉଁଠୁ ଆସିଛି ସେନେଇ ସେମାନେ ତଦାରଖ କରିବେ । ଯେଉଁ ଯେଉଁ ସ୍ଥାନରେ ଚିକେନ ଲୋକ ରଖିଛନ୍ତି ସେଥିରେ ଯଦି ସେମାନେ ବାର୍ଡ ଫ୍ଲୁର ଲକ୍ଷଣ ଦେଖୁଛନ୍ତି ତାହେଲେ ସେମାନେ ଭେଟନାରୀ ବିଭାଗକୁ ଜଣାଇବା ପାଇଁ କୁହାଯାଇଛି । ଆମେ ସ୍କ୍ୱାର୍ଡ ମଧ୍ୟ ସବୁ ଜାଗାରେ ବୁଲୁଛନ୍ତି ଓ ଯାଞ୍ଚ କରୁଛନ୍ତି । ଏନେଇ ସମସ୍ତ ବିଭାଗକୁ ସଚେତନ ହେବା ସହ ଲୋକଙ୍କୁ ସଚେତନତା କରିବା ଓ ଏହାର ନିରାକରଣ ଦିଗରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବାର୍ଡ ଫ୍ଲୁ ଅଞ୍ଚଳରୁ କୁକୁଡା ଚୋରାରେ ଚାଲାଣ ଉପରେ ପ୍ରତିକ୍ରିୟା:

ଏହାସହ ରାତିରେ ଭୁବନେଶ୍ୱରକୁ କିଛି କୁକୁଡ଼ା ବାର୍ଡ ଫ୍ଲୁ ଅଞ୍ଚଳରୁ ଚୋରାରେ ଚାଲାଣ ହେଉଥିବା ଘଟଣାକୁ ନେଇ କମିଶନର କହିଛନ୍ତି, "ଏଦିଗରେ ଆମର କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ନଜର ରଖିଛି । ଏପରିକି ଯଦି କିଛି ଗାଡ଼ି ପ୍ରଭାବିତ ଅଞ୍ଚଳରୁ ଆସିବାର ଲକ୍ଷ୍ୟ କରାଯିବ ତେବେ ତୁରନ୍ତ କାର୍ଯ୍ୟନୁଷ୍ଠାନ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଚିନ୍ତା ବଢାଉଛି ବାର୍ଡ ଫ୍ଲୁ, ଚିକେନ ଖାଇବେ ନା ନାହିଁ ? କଣ କହୁଛନ୍ତି ବିଶେଷଜ୍ଞ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.