ETV Bharat / state

ବଦଳିବନି ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ ନାଁ, ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ମୋହନ - Biju Patnaik Sports Award row - BIJU PATNAIK SPORTS AWARD ROW

Biju Patnaik Sports Award row: ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ ଜାରି ରହିବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ନୂଆ ସରକାର ଗତକାଲି ଏହାର ନାମ ପରିବର୍ତ୍ତନ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହୋଇଥିଲା । ଅଧିକ ପଢନ୍ତୁ

ବଦଳିବ ନାହିଁ ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’, ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ
ବଦଳିବ ନାହିଁ ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’, ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Jul 21, 2024, 11:13 AM IST

Updated : Jul 21, 2024, 1:13 PM IST

ଭୁବନେଶ୍ବର: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମରେ ହେବନି କୌଣସି ପରିବର୍ତ୍ତନ । ଏହା ପୂର୍ବ ପରି ଜାରି ରହିବ । ଗତକାଲି ଏହାକୁ ପରିବର୍ତ୍ତିତ କରାଯାଇ ରାଜ୍ୟ କ୍ରୀଡା ପୁରସ୍କାର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଏହି ସ୍ପଷ୍ଟୀକରଣ ରଖିଛନ୍ତି । ଏହି ପୁରସ୍କାର ପୂର୍ବ ପରି ବିଜୁ ପଟ୍ଟନାୟକଙ୍କ ନାମରେ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପରିବର୍ତ୍ତନ ଚର୍ଚ୍ଚାକୁ ମୁଖ୍ୟମନ୍ତ୍ରୀ ଖଣ୍ଡନ କରିଛନ୍ତି । ଏ ସମ୍ପର୍କରେ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି । ସେ ଏହି ଖବର ଗଣମାଧ୍ୟମରୁ ପାଇଲେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବଦଳିବନି ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ ନାଁ, ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ମୋହନ (TV Bharat Odisha)

କ’ଣ କହିଲେ ମୁଖ୍ୟମନ୍ତ୍ରୀ:-

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,‘‘ଆଜି ଗଣମାଧ୍ୟମରେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାମ ପରିବର୍ତ୍ତନ ସମ୍ପର୍କରେ ଜାଣିବାକୁ ପାଇଲି । ସେ ସମ୍ପର୍କରେ ସରକାରୀ ସ୍ତରରେ ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରାଯାଇନି ଏବଂ ମୋ ପାଖରେ ମଧ୍ୟ ସେ ସମ୍ପର୍କରେ କୌଣସି ସୂଚନା ମଧ୍ୟ ନାହିଁ । ମୋ ସରକାର ରାଜ୍ୟର ବରପୁତ୍ରମାନଙ୍କୁ ସମ୍ମାନ ଦିଅନ୍ତି । ବିଜୁବାବୁ ନିଜର ଦୀର୍ଘ ଦଶନ୍ଧିର ରାଜନୈତିକ ଓ ସାମାଜିକ ଜୀବନରେ ଛାଡି ଯାଇଥିବା ଅବଦାନ ଓଡିଶା ଓ ସମଗ୍ର ଭାରତ ପାଇଁ ସ୍ମରଣୀୟ ହୋଇକି ରହିବ । ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ ପୂର୍ବ ପରି ଜାରି ରହିବ । ଏଥିରେ କୌଣସି ପରିବର୍ତ୍ତନ ହେବାର ନାହିଁ ।’’

କଣ କହିଲେ କ୍ରୀଡାମନ୍ତ୍ରୀ:-

କ୍ରୀଡମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି,‘‘ବିଜୁ ପଟ୍ଟନାୟକଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି । ଏହି ପ୍ରସଙ୍ଗରେ ଯେଉଁ ଚର୍ଚ୍ଚା ହେଉଥିଲା, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି । କ୍ରୀଡା ସମ୍ମାନର ନାମ ପରିବର୍ତ୍ତନ ହେବାର କୌଣସି ଆବଶ୍ୟକତା ନଥିବା କଥା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି । ସେ ସମ୍ପର୍କରେ ମୁଁ ଅଧିକ କିଛି କହିବାର ଆବଶ୍ୟକତା ନାହିଁ ।’’

ବଦଳିବନି ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ ନାଁ, ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ମୋହନ
ବଦଳିବନି ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ ନାଁ, ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ମୋହନ (ETV Bharat Odisha)

କଣ ଥିଲା ଚର୍ଚ୍ଚା:-

ଗତକାଲି ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଆଧିକାରିକ ଓ୍ବେବ-ସାଇଟରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ‘ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ’’ ପରିବର୍ତ୍ତେ ‘ରାଜ୍ୟ କ୍ରୀଡା ସମ୍ମାନ’ ବୋଲି ଉଲ୍ଲେଖ ରହିଥିଲା । ଯାହାକୁ ନେଇ ସରକାର ଏହି ସର୍ବୋଚ୍ଚ ପ୍ରାଦେଶିକ କ୍ରୀଡା ସମ୍ମାନର ନାମ ପରିବର୍ତ୍ତନ କରିଥିବା ଚର୍ଚ୍ଚା ହୋଇଥିଲା । ହେଲେ ବିଭାଗୀୟ ସାଇଟକୁ ବାଦ ଦେଲେ, ସରକାର କୌଣସି ପରିବର୍ତ୍ତନ ନିଷ୍ପତ୍ତି ସମ୍ପର୍କିତ ବିଜ୍ଞପ୍ତି ବା ଗେଜେଟ ନୋଟିଫିକେସନ ଜାରି କରିନଥିଲେ । କେବଳ ସରକାରୀ ବିଭାଗୀୟ ଓ୍ବେବ-ସାଇଟରେ ଏହି ପୁରସ୍କାରର ପରିବର୍ତ୍ତିତ ନାମ ଦେଖିବାକୁ ମିଳିଥିଲା । ଆଜି ଏ ସମ୍ପର୍କରେ ୟୁ-ଟର୍ଣ୍ଣ ମାରିଛି ମୋହନ ସରକାର । ସେମିତି କୌଣସି ନିଷ୍ପତ୍ତି ଆଦୌ ହୋଇନି । ବରପୁତ୍ରଙ୍କୁ ବିଜେପି ସରକାର ସମ୍ମାନ ଦିଏ । ଏହି ପୁରସ୍କାର ମଧ୍ୟ ପୂର୍ବ ପରି ଜାରି ରହିବ ବୋଲି କହି ମୁଖ୍ୟମନ୍ତ୍ରୀ ମୋହନ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ସମ୍ପର୍କରେ:-

ପ୍ରାଦେଶିକ ସର୍ବୋଚ୍ଚ କ୍ରୀଡା ସମ୍ମାନ ହେଉଛି ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ । ଏହା ବାର୍ଷିକ 5ଟି ପ୍ରଦର୍ଶନ ଆଧାରରେ ପ୍ରଦାନ କରାଯାଉଛି । ଏହାକୁ ନବୀନ ପଟ୍ଟନାୟକ ସରକାର ବର୍ଷ 2001-02 ରେ ଶୁଭାରମ୍ଭ କରିଥିଲେ । କ୍ରୀଡା ଓ ଏହାର ସମ୍ପର୍କିତ ଏକାଧିକ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଛି ।

କେଉଁ କେଉଁ କ୍ଷେତ୍ରରେ ମିଳୁଛି, ଏହି ପୁରସ୍କାର:-

1 ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ ଲାଇଫଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ (3 ଲକ୍ଷ)

2 ଆଓ୍ବାର୍ଡ ଫର ଆଉଟଷ୍ଟାଣ୍ଡିଂ ପରଫରମାନ୍ସ (2 ଲକ୍ଷ)

3. ପ୍ରଶିକ୍ଷଣରେ ଉତ୍କର୍ଷତା (1 ଲକ୍ଷ)

4. କ୍ରୀଡାକ୍ଷେତ୍ରର ପ୍ରମୋସନ ପାଇଁ ଉଲ୍ଲେଖନୀୟ ଅବଦାନ (50 ହଜାର)

5. କ୍ରୀଡା ସମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା (50 ହଜାର)

ଏହି 5ଟି କ୍ଷେତ୍ର ସହ ଜଡିତ ଥିବା କ୍ରୀଡାବିତ, କ୍ରୀଡା ପ୍ରଶିକ୍ଷକ ଓ କ୍ରୀଡା ସମ୍ବାଦିକମାନେ ରାଜ୍ୟ ସରକାରଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଆସୁଛନ୍ତି । କ୍ରୀଡା ବିଭାଗ ବାର୍ଷିକ ଏହି ପୁରସ୍କାର ପାଇଁ ବିଜ୍ଞପ୍ତି ପ୍ରକାଶ କରି ଆବେଦନ ଗ୍ରହଣ କରିଥାଏ । ଯୋଗ୍ୟ ବ୍ୟକ୍ତିବିଶେଷ ଏଥିରେ ଆବେଦନ କରି ଚୟନ ହେବା ପରେ ପୁରସ୍କୃତ ହୋଇଥାନ୍ତି । ଆବେଦନ କରିବା ପାଇଁ କିଛି ସର୍ତ୍ତାବଳି ମଧ୍ୟ ରହିଛି । ଆବେଦନକାରୀ ଓଡିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ ଓ ଅତିକମରେ ଉପରୋକ୍ତ କୌଣସି କ୍ଷେତ୍ରରେ 7ବର୍ଷର ଅଭିଜ୍ଞତା ରହିବା ଜରୁରୀ ।

ଚୟନ କମିଟି:- ଆବେଦନ ଗ୍ରହଣ ଶେଷ ହେବା ପରେ ଏକ ଉଚ୍ଚସ୍ତରୀୟ କମିଟି ଯୋଗ୍ୟ ବ୍ୟକ୍ତିଙ୍କ ନାମରେ ଚୂଡାନ୍ତ ମୋହର ମାରିଥାନ୍ତି । କ୍ରୀଡା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ 8ଜଣିଆ କମିଟି ସମସ୍ତ 5ଟି ବର୍ଗରେ ବିଜେତାଙ୍କ ନାମ ଚୂଡାନ୍ତ କରିଥାଏ । ଏଥିରେ ସଦସ୍ୟ ଭାବେ ଜଣେ ଅନ୍ତର୍ଜାତୀୟ ତଥା ଅଲମିକ୍ସ ମେଡାଲ ବିଜେତା, ରାଜ୍ୟର ପ୍ରତିଷ୍ଠିତ କ୍ରୀଡାବିତଙ୍କ ମଧ୍ୟରେ ଜଣେ ଅର୍ଜୁନ ପୁରସ୍କାର ବିଜେତା, ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଗ୍ରହଣ କରିଥିବା ବରିଷ୍ଠ କ୍ରୀଡା ସମ୍ବାଦିକ ଓ ରାଜ୍ୟ ଅଲମ୍ପିକ ସଂଘର ଜଣେ ସଦସ୍ୟ ଏହି କମିଟିର ସଦସ୍ୟ ଥାଆନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 21, 2024, 1:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.