ETV Bharat / state

ବିଜୁ ତିରୋଧାନ ଦିବସ; ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ଓଡିଶା ଗଠନ ପାଇଁ ଶପଥ ନେଲେ ବିଜେଡି ନେତା ଓ କର୍ମୀ - Biju Patnaik Death Anniversary - BIJU PATNAIK DEATH ANNIVERSARY

Biju Patnaik Death Anniversary: ଶଙ୍ଖ ଭବନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଆୟୋଜିତ ହୋଇଛି । ଏଥିରେ ଯୋଗଦେଇ ଏକ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ଓଡିଶା ଗଠନ ପାଇଁ ଶପଥ ନେଇଛନ୍ତି ବିଜେଡି ନେତା ଓ କର୍ମୀ । ଅଧିକ ପଢ଼ନ୍ତୁ

Biju Patnaik Death Anniversary
Biju Patnaik Death Anniversary
author img

By ETV Bharat Odisha Team

Published : Apr 17, 2024, 6:12 PM IST

Biju Patnaik Death Anniversary

ଭୁବନେଶ୍ବର: ଶଙ୍ଖ ଭବନରେ ଆୟୋଜିତ ହୋଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ବିଜୁଙ୍କ ତିରୋଧାନ ଦିବସରେ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିଜେଡି ନେତୃବୃନ୍ଦ ଓ କର୍ମୀ । ଏହି ଅବସରରେ ସମସ୍ତ ନେତା ଓ କର୍ମୀମାନେ ବିଜୁବାବୁଙ୍କ ଆଦର୍ଶ ଓ ନୀତିକୁ ବଜାୟ ରଖିବା ପାଇଁ ଶପଥ ପାଠ କରିଛନ୍ତି ।

ବିଜୁ ବାବୁଙ୍କ ସ୍ବପ୍ନକୁ ସାକାର କରିବାକୁ ବିଜେଡି ସବୁବେଳେ କାର୍ଯ୍ୟ କରିଆସୁଥିବାବେଳେ ବର୍ତ୍ତମାନ ନୂଆ ଓଡିଶାକୁ କିଭଳି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆଗକୁ ନିଆଯିବ, ସେଥିପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି । ବିଜେଡି ନେତା ଓ କର୍ମୀ ଶପଥ ପାଠରେ କହିଛନ୍ତି, "ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ଆଜି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ଦୃଢ ଶପଥ ଗ୍ରହଣ କରୁଛି... ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନ ସହ କାର୍ଯ୍ୟ କରିବି । ଏହା ସହିତ ଓଡ଼ିଶାବାସୀଙ୍କ ସେବାରେ ମୁଁ ନିଜକୁ ନିରନ୍ତର ଉତ୍ସର୍ଗ କରିବି । ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ଓଡିଶା ଗଠନ ପାଇଁ ମୁଁ ଆଜି ଦୃଢ ଶପଥ ଗ୍ରହଣ କରୁଛି ।" ଶଙ୍ଖ ଭବନରେ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡା, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ବର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ମେୟର ସୁଲୋଚନା ଦାସ ଓ ଅନେକ ବିଜେଡି ନେତ୍ରୀ ମଧ୍ୟ ଉପସ୍ଥିତ ରହି ବିଜୁବାବୁଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡିର ନେତୃବୃନ୍ଦ ସକାଳୁ ସକାଳୁ ବିନ୍ଦୁସାଗରରେ ତିଳତର୍ପଣ କରିଛନ୍ତି । ଏହାସହ ଏୟାରପୋର୍ଟ ଓ ଫରେଷ୍ଟ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟବ୍ୟାପି ବିଜୁ ପଟ୍ଟନାୟକଙ୍କ 27ତମ ପୂଣ୍ୟତିଥି ପାଳିତ, ଭୂମିପୁତ୍ରକୁ ଝୁରୁଛି ରାଜ୍ୟ - Biju Pattnaik Death Anniversary

ରାଜ୍ୟରେ ଆଉ କିଛିଦିନ ପରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରାର୍ଥୀ ଘୋଷଣା କରି ଗ୍ରାଉଣ୍ଡକୁ ଗଲେଣି ତିନି ପ୍ରମୁଖ ରାଜନୀତିକ ଦଳ । ଜମିଲାଣି ପ୍ରଚାର । ଗାଁ ମୁହାଁ ନେତା । ଘରେ ଘରେ ପହଞ୍ଚି କଲେଣି ଭୋଟ ଭିକ୍ଷା । ଏହାରି ଭିତରେ ଶାସକ ବିଜେଡି ଷଷ୍ଠ ଥର ସରକାର ଗଢିବା ପାଇଁ ଭିଡିଛି ଅଣ୍ଟା । ବିଜୁ ତିରୋଧାନ ଦିବସରେ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଓ ନୂଆ ଓଡିଶା ଗଠନ ପାଇଁ ଶପଥ ପାଠ ଆୟୋଜନ କରିଛି ବିଜୁ ଜନତା ଦଳ । ପୂର୍ବ ଭଳି ବିଜୁ ଲିଗାସିକୁ ନେଇ ଭୋଟ ଗୋଟାଇବାକୁ ଯୋଜନା କରିଛି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.