ETV Bharat / state

କୁଞ୍ଜପାଟଣା ସାହିରେ ମହିଳାଙ୍କୁ ହତ୍ୟା ଘଟଣା, 2 ବର୍ଷ ପରେ ବସ୍ କଣ୍ଡକ୍ଟର ଗିରଫ - କୁଞ୍ଜପାଟଣାରେ ମହିଳାଙ୍କୁ ହତ୍ୟା ଘଟଣା

Bus conductor arrested: 2021 ମସିହାରେ କୁଞ୍ଜପାଟଣା ସାହିରେ ମହିଳାଙ୍କୁ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ବସ କଣ୍ଡକ୍ଟରକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଅଭିଯୁକ୍ତ ବସ କଣ୍ଡକ୍ଟର ଗିରଫ
ଅଭିଯୁକ୍ତ ବସ କଣ୍ଡକ୍ଟର ଗିରଫ
author img

By ETV Bharat Odisha Team

Published : Jan 22, 2024, 12:00 PM IST

ଅଭିଯୁକ୍ତ ବସ କଣ୍ଡକ୍ଟର ଗିରଫ

ଭୁବନେଶ୍ୱର: 2021 ମସିହାରେ କୁଞ୍ଜପାଟଣା ସାହିରେ ମହିଳାଙ୍କୁ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇଛି। 2 ବର୍ଷ ପରେ କୋଲକାତାରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟଚାଲାଣ କଲା ପୋଲିସ । ବିବାହିତ ହୋଇ ମଧ୍ୟ ମହିଳାଙ୍କ ସହ କଣ୍ଡକ୍ଟରଙ୍କ ପ୍ରେମ ସମ୍ପର୍କ ରହିଥିବା ବେଳେ ବିବାହ ପାଇଁ ଜିଦ୍ ଧରିବାରୁ ମହିଳାଙ୍କ ତଣ୍ଟି ଚିପି କଣ୍ଡକ୍ଟରଜଣକ ହତ୍ୟା କରିଥିବା କହିଛି ପୋଲିସ ।

ଏହାମଧ୍ୟ ପଢନ୍ତୁ.. ଯୌତୁକ ଜୁଇରେ ଜଳିଲା ଜୀବନ, ନବବଧୂକୁ ତଣ୍ଟି ଚିପି ହତ୍ୟା !

ଜୋନ 2 ଏସିପି ଗିରିଜା ଚକ୍ରବର୍ତ୍ତୀଙ୍କ ସୂଚନା ଅନୁଯାୟୀ, 2021 ମସିହା ଡିସେମ୍ବର 10 ତାରିଖରେ କୁଞ୍ଜପାଟଣା ସାହିରୁ ଏକ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ଲିଙ୍ଗରାଜ ପୋଲିସ ପକ୍ଷରୁ ତଦନ୍ତ କରାଯାଇଥିଲା । ମୃତ ମହିଳା ଜଣକ ଜଗତସିଂହପୁର ଜିଲ୍ଲାର ଗୋବର୍ଦ୍ଧନ ପୁର‌ ମେରାଇନ‌ ଥାନା ଅଞ୍ଚଳର ନମିତା ସାହୁ ବୋଲି ଜଣାପଡିଥିଲା । ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ, ମହିଳା ଜଣଙ୍କ ନିଜ ବିବାହିତ ସ୍ୱାମୀ ଓ ପିଲାଙ୍କୁ ଛାଡି ସମରେନ୍ଦ୍ର ବିଶ୍ବାଳ ନାମକ ଜଣେ ବସ୍ କଣ୍ଡକ୍ଟର ସହ ପ୍ରେମ କରି ତାଙ୍କ ସହ କୁଞ୍ଜପାଟଣା ସାହିରେ ଲିଭ ଇନରେ ରହୁଥିଲେ । ତେବେ ସମରେନ୍ଦ୍ର ବିଶ୍ବାଳ ମଧ୍ୟ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ନମିତା ସାହୁଙ୍କୁ ଦ୍ୱିତୀୟ ବିବାହ କରିଥିଲେ ମଧ୍ୟ ତାଙ୍କ ପୁଅ, ଝିଅ ଓ ପରିବାର ଲୋକେ ଏନେଇ ସମ୍ମତି ଦେଇନଥିଲେ । ଏନେଇ ନମିତା ଓ ସମରେନ୍ଦ୍ରଙ୍କ ମଧ୍ୟରେ ଅନେକ ସମୟରେ କଳହ ଦେଖିବାକୁ ମିଳିଥିଲା ।

ଏହାମଧ୍ୟ ପଢନ୍ତୁ.. ନାବାଳିକା ଦୁଷ୍କର୍ମ ମାମଲାରେ ଭଣ୍ଡବାବାକୁ 20 ବର୍ଷ ଜେଲଦଣ୍ଡ

ଡିସେମ୍ବର 9 ତାରିଖ ଦିନ କଳହ ଉଗ୍ରରୂପ ଧାରଣ କରିଥିଲା । ରାତିରେ 2 ଜଣଙ୍କ ମଧ୍ୟରେ ପ୍ରବଳ ଝଗଡା ହେବାରୁ ସମରେନ୍ଦ୍ର ନମିତାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା । ଏହାର ପରଦିନ ଘର ମାଲିକ ପୋଲିସକୁ ଖବର ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସମରେନ୍ଦ୍ର ହତ୍ୟା କରିଥିବା ନେଇ ତଥ୍ୟ ପ୍ରମାଣ ପୋଲିସ ହାତରେ ଲାଗିଥିଲେ ମଧ୍ୟ ପୋଲିସକୁ ଚଖମା ଦେଇ ରାଜ୍ୟ ବାହାରେ ରହୁଥିଲା ସମରେନ୍ଦ୍ର । ଯେଉଁଥିପାଇଁ ତାକୁ ଗିରଫ କରିବା ପାଇଁ ମୁସ୍କିଲ ହୋଇପଡିଥିଲା । ଦୀର୍ଘ ଦୁଇ ବର୍ଷ ଧରି ଲୁଚକାଳି ପରେ କୋଲକାତା ବସରେ ବାଲେଶ୍ବର ଆସୁଥିବା ବେଳେ ତାକୁ ଗିରଫ କରିଥିଲା ଲିଙ୍ଗରାଜ ଥାନା ପୋଲିସ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.