ETV Bharat / state

୫ ବର୍ଷର ରିପୋର୍ଟ୍ କାର୍ଡ ରଖିଲେ ଭୁବନେଶ୍ବର ସାଂସଦ, ବଖାଣିଲେ ୫୦ ମୁଖ୍ୟ କାମ

author img

By ETV Bharat Odisha Team

Published : Feb 13, 2024, 6:44 PM IST

Aparajita Sarangi Report Card: ଗତ 5 ବର୍ଷର ରିପୋର୍ଟ କାର୍ଡ ରଖିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଗତ 5 ବର୍ଷରେ ସେ କରିଥିବା ୫୦ଟି ମୁଖ୍ୟ କାମର ତାଲିକା ଦେଇଛନ୍ତି ଅପରାଜିତା । ଅଧିକ ପଢ଼ନ୍ତୁ

Aparajita Sarangi Report Card
Aparajita Sarangi Report Card
Aparajita Sarangi Report Card

ଭୁବନେଶ୍ବର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଗତ ୫ ବର୍ଷରେ ଜନପ୍ରତିନିଧିମାନେ ଲୋକଙ୍କ ପାଇଁ କଣ ସବୁ କରିଛନ୍ତି, ତାକୁ ନେଇ ପୁଣଥରେ ଲୋକଙ୍କ ପାଖକୁ ଯିବାର ସମୟ ଆସିଛି । ଆଉ ଏହାରି ଭିତରେ ଗତ ୫ ବର୍ଷର ରିପୋର୍ଟ କାର୍ଡ ରଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଗତ ୫ ବର୍ଷରେ ସେ କରିଥିବା ୫୦ଟି ମୁଖ୍ୟ କାମର ତାଲିକା ଦେଇଛନ୍ତି ଅପରାଜିତା । ସମୁଦାୟ ୧୪ ହଜାର ୩୧୭ ଅଭିଯୋଗରୁ ୧୨ ହଜାର ୫୯୮ ଅଭିଯୋଗର ସମାଧାନ କରିଛନ୍ତି ସାଂସଦ । ୫ ବର୍ଷରେ ୭୯୧୬ କୋଟି ଟଙ୍କାର ପ୍ରକଳ୍ପ କାମ ଅନୁମୋଦନ ହୋଇଛି ।

ଭୁବନେଶ୍ବର ସାଂସଦ ଦେଇଥିବା ରିପୋର୍ଟ କାର୍ଡ ଅନୁସାରେ, ସାଂସଦ ପାଣ୍ଠିରୁ ୧୭ କୋଟି, ଜାତୀୟ ରାଜପଥରେ ୬୪୧୦ କୋଟି, ପାଇପ ଯୋଗେ ପାନୀୟ ଜଳ ୧୦୬୮ କୋଟି, ରେଳ ବିଭାଗରେ ୩୭୩ କୋଟି ଟଙ୍କାର ପ୍ରକଳ୍ପ ହୋଇଛି । ଆସନ୍ତା ମାର୍ଚ୍ଚ ୩୧ରେ ସରିବ ହଂସପାଳ ଓଭରବ୍ରିଜ କାମ । ୭୨୩୦ଟି ସୋଲାର ଲାଇଟ ଲାଗିଛି । ୪୬୧ଟି ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହୋଇଛି । ୫୦୮ କୋଟି ବ୍ୟୟରେ ୧୦ଟି ଫ୍ଲାଏ ଓଭର ଓ ୪ଟି ଫୁଟ ଓଭରବ୍ରିଜ ହୋଇଛି । ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ଜରିଆରେ ୧୩୭ ଜଣ ରୋଗୀଙ୍କୁ ୩ କୋଟି ୩୨ ଲକ୍ଷ ପ୍ରଦାନ କରାଯାଇଛି । ସେହିପରି ଜଟଣୀ ଠାରେ ରେଳ ଓଭରବ୍ରିଜ ସ୍ଥାପନ କରାଯାଇଛି । ଭୁବନେଶ୍ବର ମନ୍ଦିର ଓ ପ୍ରାକୃତିକ ଐତିହ ସୁରକ୍ଷା ପାଇଁ ୧୦ କୋଟିର ଅନୁଦାନ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାର ୪ ଜାତିକୁ ST ମାନ୍ୟତା: ରାଜ୍ୟସଭାରେ ବିଲ୍ ପାସ୍ ପରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅପରାଜିତା

ସେହିପରି କପିଳେଶ୍ବର ମହାଦେବ ମନ୍ଦିର ଏଏସ୍‌ଆଇ ସୂଚୀରେ ଆସିଛି । ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳରେ ବେଆଇନ ବାଲି ଉଠାଣକୁ ବନ୍ଦ କରାଯାଇଛି । 'ଭରସା' ନାମକ ଏକ ସ୍ବତନ୍ତ୍ର ପାଣ୍ଠି ଦ୍ଵାରା ୯୭୨ ଜଣଙ୍କୁ ୩୪ ଲକ୍ଷ ୪୦ ହଜାରର ସହାୟତା ମିଳିଛି । ସଂସଦରେ ୩୪ଟି ବିତର୍କରେ ସକ୍ରିୟ ଭାଗ ନେଇଛନ୍ତି ସାଂସଦ । ୧୧୨ ୱାର୍ଡ, ୧୫୬ ଗ୍ରାମ ପଞ୍ଚାୟତ ଏବଂ ୧୦୦୧ ଗାଁରେ ବୁଲି ପଦଯାତ୍ରା ଓ ସାଧାରଣ ସଭା ମଧ୍ୟ କରିଛନ୍ତି । ଭୁବନେଶ୍ଵର ଉପକଣ୍ଠସ୍ଥ ଡେରାସରେ ଜଣେ ପ୍ରଭାବଶାଳୀ ମହିଳାଙ୍କ ଜମି ଜବରଦଖଲକୁ ବନ୍ଦ କରିବା ସହିତ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରାଯାଇଛି । ଏହା ସହିତ ପଦ୍ମକେଶରପୁର ଗାଁରେ ଗୋଷ୍ଠୀ ସଂଘର୍ଷରେ ଗାଁ ପୁରୁଷ ଶୂନ୍ୟ ହୋଇଥିଲା, ତାର ସମାଧାନ ହୋଇଛି । ସାଂସଦ କହିଛନ୍ତି, "ଏହି 5 ବର୍ଷ ମଧ୍ୟରେ ମୋ ଦ୍ବାରା ଯେତିକି ସମ୍ଭବ ହୋଇଛି, ମୁଁ କରିପାରିଛି । ଏବେ ବି ଆହୁରି ବହୁତ କାମ ବାକି ଅଛି ଏବଂ କିଛି କାର୍ଯ୍ୟ ଏବେ ଚାଲୁ ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.