ETV Bharat / state

ଦଳୀୟ ସ୍ଲୋଗାନରେ କମ୍ପିଲା ଜିଲ୍ଲାପାଳ କାର୍ଯ୍ୟାଳୟ, ମୁହାଁମୁହିଁ ବିଜେପି-ବିଜେଡି - bhubaneswar lok sabha

author img

By ETV Bharat Odisha Team

Published : May 2, 2024, 5:40 PM IST

ଦଳୀୟ ସ୍ଲୋଗାନରେ କମ୍ପିଲା ଜିଲ୍ଲାପାଳ କାର୍ଯ୍ୟାଳୟ , ମୁହାଁମୁହିଁ ହେଲେ ଅପରାଜିତା ଓ ମନ୍ମଥ ସମର୍ଥକ
ଦଳୀୟ ସ୍ଲୋଗାନରେ କମ୍ପିଲା ଜିଲ୍ଲାପାଳ କାର୍ଯ୍ୟାଳୟ , ମୁହାଁମୁହିଁ ହେଲେ ଅପରାଜିତା ଓ ମନ୍ମଥ ସମର୍ଥକ(ETV BHARAT ODISHA)

LOK SABHA ELECTION 2024: ନାମାଙ୍କନ ଭରିଲେ ଭୁବନେଶ୍ବର ଲୋକସଭା ଆସନର ଦୁଇ ହେଭିୱେଟ୍ । ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟରେ ମୁହାଁମୁହିଁ ହେଲେ ବିଜେପି ଏବଂ ବିଜେଡି କର୍ମୀ । ଅଧିକ ପଢନ୍ତୁ

ଦଳୀୟ ସ୍ଲୋଗାନରେ କମ୍ପିଲା ଜିଲ୍ଲାପାଳ କାର୍ଯ୍ୟାଳୟ , ମୁହାଁମୁହିଁ ହେଲେ ଅପରାଜିତା ଓ ମନ୍ମଥ ସମର୍ଥକ (ETV BHARAT ODISHA)

ଖୋର୍ଦ୍ଧା: ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଥିବାବେଳେ ଆଜିର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପାତ୍ର ଦାଖଲ କରିଛନ୍ତି ଭୁବନେଶ୍ୱରର ଦୁଇ ହେଭିୱେଟ୍ । ନିଜ ନିଜ ହଜାର ହଜାର ସମର୍ଥକଙ୍କୁ ଧରି ଭୁବନେଶ୍ୱର ଆସନ ପାଇଁ ବିଜେପିରୁ ସାଂସଦ ପ୍ରାର୍ଥୀ ଭାବେ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିରୁ କ୍ୟାପଟେନ ମନ୍ମଥ ରାଉତରାୟ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ଏହି ସମୟରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି ।

ଆଜି ସକାଳୁ କର୍ମୀଙ୍କ ସହ ନିଜ ମାଆଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଭରିବାକୁ ବାହାରିଥିଲେ ମନ୍ମଥ । ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରି ଭୁବନେଶ୍ୱରରୁ ଦୌଡ଼ି ଦୌଡ଼ି ଖୋର୍ଦ୍ଧା ପଞ୍ଚ ପାଇକ ସ୍ଥଳକୁ ଆସି ଆଶୀର୍ବାଦ ନେଇଥିଲେ । ସେଠାରୁ ଖୋର୍ଦ୍ଧା ଗୋଡିପୋଖରୀ ଆସି ନିଜ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ଶଗଡ ଗାଡିରେ ବସି ସେ ନାମାଙ୍କନ କରିବାକୁ ବାହାରିଥିଲେ । ଏଥିସହ ହାତରେ ଶଙ୍ଖ ଧରି ପ୍ରାର୍ଥୀପତ୍ର ଭରିବାକୁ ବାହାରିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ କରିଛନ୍ତି ମନ୍ମଥ । ସେପଟେ ପୁଅ ମନ୍ମଥଙ୍କ ଶୋଭାଯାତ୍ରାରେ ବାପା ତଥା ବିଧାୟକ ସୁର ରାଉତ ରାୟ ମଧ୍ୟ ସାମିଲ ହୋଇଥିଲେ ।

ସେହିପରି ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ବରମୁଣ୍ଡା ପଡିଆରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ଆସି ବାଟ ଭୂଆସୁଣୀ ମନ୍ଦିରରେ ପୂଜାର୍ଚ୍ଚନା କରି ଖୋର୍ଦ୍ଧାର ବାଟ ମଙ୍ଗଳା ନିକଟରେ ପହଞ୍ଚିଥିଲେ । ସେଠାରୁ ନିଜ କର୍ମୀ ଓ ସମର୍ଥକଙ୍କ ସହ ପଦଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଭରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏକାଥରେ ବିଜେପି ଓ ବିଜେଡି ପ୍ରାର୍ଥୀ ନାମାଙ୍କନ ଭରିବା ପାଇଁ ଯାଇଥିବାବେଳେ ବାହାରେ ଉପସ୍ଥିତ ଦୁଇ ଦଳର କର୍ମୀଙ୍କ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥଲା ।

ଏହା ମଧ୍ୟ ପଢନ୍ତୁ......ଶଗଡ଼ ଗାଡିରେ ଆସିଲେ ଚାଷୀନେତ୍ରୀ, ଭରିଲେ ନାମାଙ୍କନ - CANDIDATE ARRIVES IN BULLOCK CART

ଖବର ପାଇ ଘଟଣା ସ୍ଥଳରେ ଖୋର୍ଦ୍ଧା ଏସପିଙ୍କ ସହ ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି । ସେହିପରି ଆଜିର ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ନିକଟରେ ବିରାଟ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ । ସେହିପରି ଚିଲିକା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ରଘୁନାଥ ସାହୁ ମଧ୍ୟ ବିରାଟ ପଟୁଆରରେ ଆସି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.