ETV Bharat / state

ଲୋକଦେଖାଣିଆ ଭଡା ଘରେ ରହୁଥିଲେ ଅବକାରୀ ଅଧିକାରୀ ରାମଚନ୍ଦ୍ର, ମିଳିଲାଣି ୫୨ଟି ପ୍ଲଟ ସହ ଏକାଧିକ ଘର - VIGILANCE RAID in bhubaneswar

author img

By ETV Bharat Odisha Team

Published : Jul 29, 2024, 10:41 PM IST

VIGILANCE RAID: ଅବକାରୀ ବିଭାଗର ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଉପରେ ହୋଇଛି ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଓଡିଶାର ୧୦ଟି ସ୍ଥାନରେ ଚଢାଉ କରିଛି । ଜବତ ହେଲାଣି କୋଟି କୋଟି ଟଙ୍କାର ସମ୍ପତ୍ତି । ଅଧିକ ପଢନ୍ତୁ

VIGILANCE RAID IN BHUBANESWAR
VIGILANCE RAID IN BHUBANESWAR (ETV Bharat Odisha)

ଭୁବନେଶ୍ବର: ଅବକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ଼ । ଭିଜିଲାନ୍ସ ହାତରେ ଲାଗିଲାଣି ପୁଳା ପୁଳା ଟଙ୍କା ସୁନା ଗହଣା ସହ ୫୨ଟି ପ୍ଲଟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୁବନେଶ୍ବର ଭିଜିଲାନ୍ସ ତରଫରୁ ଅବକାରୀ ବିଭାଗର ଜଏଣ୍ଟ କମିସନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ରେଡ କରାଯାଇଥିଲା । ସେ ଲୋକ ଦେଖାଣିଆ ପାଇଁ ଭଡା ଘରେ ରହୁଥିଲେ । ଏପରିକି ପୁଳା ପୁଳା ଫ୍ଲାଟ ଥାଇ ମଧ୍ୟ ରାଜଧାନୀର ଧର୍ମ ବିହାରରେ ଏକ 2BHK ଘରେ ପରିବାର ସହ ରହୁଥିଲେ ।

ବିପୁଳ ସୁନା ଏବଂ ଟଙ୍କା ଜବତ: ଅବକାରୀ ବିଭାଗର ଏହି କର୍ମଚାରୀ ଜଣକ ଏତେ ଆୟ ବହିର୍ଭୂତ ସମ୍ପତ୍ତି ରଖିଛନ୍ତି । ଯେ ଯାହାର ହିସାବ ପାଇବା ପାଇଁ ଭିଜିଲାନ୍ସ ନାକେଦମ ହେଲାଣି । ତେବେ ଏଯାବତ୍ ୫୨ଟି ପ୍ଲଟ ସହ ଏକାଧିକ ଘର ଓ ଫ୍ଲାଟ ତାଙ୍କ ନାଁରେ ରହିଥିବା ଜଣାପଡ଼ିଛି । ସେହିପରି ଘରର ଆଲମାରି ଚାବି ହଜିବା କହି ବାହାନା କରୁଥିବାବେଳେ ଭିଜିଲାନ୍ସ ଚାବି ତଡାଳିକୁ ଡାକି ଖୋଲିବା ପରେ ମିଳିଛି ୨୩୦ଗ୍ରାମରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର,ବିପୁଳ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ।

ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ: ସେ ପେନଡ୍ରାଇଭରେ ରଖୁଥିଲେ ସବୁ ପ୍ଲଟର ତଥ୍ୟ । ଇନକମ ଟାକ୍ସ ବା କାହା ନଜରରୁ ବର୍ତ୍ତିବା ପାଇଁ ପ୍ଲଟ ଯାହାକି ସୁବର୍ଣ୍ଣପୁର ଭଳି ଉପାନ୍ତ ଜିଲ୍ଲାରେ ରଖୁଥିଲେ । ଭୁବନେଶ୍ୱରରେ ଏକ ଫ୍ଲାଟ ଖାରବେଳ ନଗରରେ ଚନ୍ଦ୍ରମା ଆପାର୍ଟମେଣ୍ଟରେ ଥାଇ ବି ନିଜେ ଏକ ଘରେ ଭଡାରେ ରହୁଥିଲେ । ଭିଜିଲାନ୍ସ ରେଡ୍ ସମୟରେ ମିଳିଛି ୫୨ଟି ପ୍ଲଟ ସହ ୬ଟି ଘର ଓ 2ଟି ଫ୍ଲାଟର ସୁରାକ । ଅବକାରୀ ବିଭାଗର ଜଏଣ୍ଟ କମିସନର ରାମଚନ୍ଦ୍ର ମିଶ୍ରଙ୍କର ସମ୍ପତ୍ତି ପେଡି ଦେଖି ଭିଜିଲାନ୍ସ ତାଜୁବ ।

ଏହା ମଧ୍ୟ ପଢନ୍ତୁ... ଭିଜିଲାନ୍ସ ରାଡାରରେ ଅବକାରି ଅଧିକାରୀ ଜଏଣ୍ଟ କମିସନର ରାମଚନ୍ଦ୍ର ମିଶ୍ର, 9ଟି ସ୍ଥାନରେ ଚଢଉ

ଏତେ ସମ୍ପତ୍ତି ଆସିଲା କେଉଁଠୁ:

ତେବେ ଅବସର ନେବା ବର୍ଷକ ପୂର୍ବରୁ ରାମଚନ୍ଦ୍ରଙ୍କ ଏତେ ଗୁଡିଏ ସମ୍ପତ୍ତି କେଉଁଠୁ ଆସିଲା ତାହାର ଖୋଳତାଡ଼ କରୁଛି ଭିଜିଲାନ୍ସ । ଏଯାବତ ୨୩୦ଗ୍ରାମ ସୁନା ଅଳଙ୍କାର ଠାବ ହେଲାଣି । ସମ୍ପତ୍ତିକୁ ଲୁଚାଇବାକୁ ପ୍ଲଟ ମାଧ୍ୟମରେ ସେ ସମ୍ପତ୍ତି ନିବେଶ କରି ରଖୁଥିଲେ । ବଲାଙ୍ଗୀରରେ ୩ଟି ପ୍ଲଟ ,ସୁବର୍ଣ୍ଣପୁରରେ ୪୭ଟି ପ୍ଲଟ ସହ ସମ୍ବଲପୁରରେ ଦୁଇଟି ପ୍ଲଟ ଠାବ ହୋଇଥିବା ସୂଚନା ମିଳିଛି । ଭିଜିଲାନ୍ସର ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ୬ଜଣ ଡିଏସପି ଓ ୫ ଇନସ୍ପେକ୍ଟର ଅନ୍ୟ ଅଫିସରମାନେ ରେଡ ଜାରି ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.