ETV Bharat / state

ରାଜଧାନୀକୁ ଫେରିଲା କାହାଣୀ ମହୋତ୍ସବ ‘ଭୁଫେଷ୍ଟୋ ୨୦୨୪’ - ଆଇକୋନିକ୍ ଷ୍ଟୋରି ଟେଲିଂ ଫେଷ୍ଟିଭାଲ

Bhubaneswar Festival of Storytelling: ଆସନ୍ତା ଫେବୃଆରୀ ୩ ତାରିଖରୁ ଆରମ୍ଭ ହେବ ଭୁବନେଶ୍ବର କାହାଣୀ ମହୋତ୍ସବ । ପାର୍କରେ କାହାଣୀ କହିବେ କାହାଣୀକାର । ଅଧିକ ପଢନ୍ତୁ

Bhubaneswar Festival of Storytelling
Bhubaneswar Festival of Storytelling
author img

By ETV Bharat Odisha Team

Published : Jan 24, 2024, 8:49 AM IST

Bhubaneswar Festival of Storytelling

ଭୁବନେଶ୍ବର: ପୁଣି ଆରମ୍ଭ ହେବ ଭୁବନେଶ୍ବର କାହାଣୀ ମହୋତ୍ସବ ବା ଭୁଫେଷ୍ଟୋ । ପାର୍କରେ କାହାଣୀ କହିବେ କାହାଣୀକାର । ଯାହାର ମଜା ନେବେ ବା କାହାଣୀ ଶୁଣିବାର ସୁଯୋଗ ପାଇବେ କୁନିକୁନି ପିଲା । ଏହି ଭୁଫେଷ୍ଟୋ ଆସନ୍ତା ଫେବୃଆରୀ ୩ ତାରିଖରୁ ଆରମ୍ଭ ହୋଇ ତିନିଦିନ ଯାଏଁ ଅର୍ଥାତ ୫ ତାରିଖ ଯାଏ ଚାଲିବ ।

ତେବେ ଚନ୍ଦ୍ରଶେଖରପୁର ବୁଦ୍ଧ ଜୟନ୍ତୀ ପାର୍କ , ୟୁନିଟ-୨ ସ୍ଥିତ ଇନ୍ଦିରାଗାନ୍ଧୀ ପାର୍କ , ସମ ହସ୍ପିଟାଲ ସ୍ଥିତ ଏପିଜି ଅବଦୁଲ କାଲାମ ପାର୍କ ଓ ପୋଖରୀପୁଟ ସ୍ଥିତ କଳାଭୂମି ଠାରେ ଭୁଫେଷ୍ଟୋ ପାଇଁ ଆୟୋଜନ କରାଯାଇଛି । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରର, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କାହାଣୀକାର ସାମିଲ ହେବେ ଆଉ ପିଲାଙ୍କୁ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ କାହାଣୀ କହିବେ । ପ୍ରତିଦିନ ଅପରାହ୍ନ ୨ ଟା ୩୦ ରୁ ୭ ଟା ୩୦ ପର୍ଯ୍ୟନ୍ତ ପିଲାମାନେ କାହାଣୀ ଶୁଣିବାର ସୁଯୋଗ ପାଇବେ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ବକୁଳ ଫାଉଣ୍ଡେସନର ସହଭାଗୀତାରେ ଏହି କାହାଣୀ ମହୋତ୍ସବ ହେବାକୁ ଯାଉଛି । ତେବେ ଏନେଇ ବକୁଳ ଫାଉଣ୍ଡେସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ଷ୍ଟିଲସିଟିରେ ମକର ମହୋତ୍ସବ, ନୃତ୍ୟ ଗୀତରେ ଝୁମିଲେ ଲୋକେ

ବକୁଳ ବୁକ ବାଇକ ବୁଲି ଶିକ୍ଷା ସମ୍ପର୍କରେ ସଚେତନତା ସହ ଭୁଫେଷ୍ଟୋ ପାଇଁ ମଧ୍ୟ ସଚେତନତା କରାଯାଉଛି । ତେବେ ପୁଣି ଥରେ ଭୁବନେଶ୍ୱର କାହାଣୀ ମହୋତ୍ସବ ବା ଭୂଫେଷ୍ଟୋ ଫେରୁଥିବାରୁ ଖୁସି ଅଛନ୍ତି ରାଜଧାନୀବାସୀ । ଅନ୍ୟପଟେ ଭୂଫେଷ୍ଟୋରେ ଖାଲି କାହାଣୀ ନୁହେଁ ଷ୍ଟାଣ୍ଡପ କମେଡି ମଧ୍ୟ କରାଯିବ । ଏଥିରେ ଓଡିଶା ସମେତ ଭାରତର ସର୍ବୋତ୍ତମ ହାସ୍ୟାଭିନେତା ଆସି ପିଲାମାନଙ୍କୁ ନିଜ କମେଡି ମାଧ୍ୟମରେ ହସାଇବେ । ଏହାସହ ରାବଣ ଛାୟା ଗ୍ଳୋଭ, କୀର୍ତ୍ତନ, ପ୍ରହ୍ଲାଦ ନାଟକ ସହ ଫକୀର ମୋହନ ସେନାପତିଙ୍କ ରେବତୀ ମଧ୍ୟ ପ୍ରଦର୍ଶିତ ହେବ । କାହାଣୀ ମହୋତ୍ସବକୁ ନେଇ ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର କହିଛନ୍ତି, ଜଣାଶୁଣା କାହାଣୀକାର ପ୍ରାଚିତାରା ମୀରା ଦାସ, ସାସ୍ୱତୀ ନନ୍ଦ ଶତପଥୀ ଶ୍ରୁତି ମହାପାତ୍ର ସୁବ୍ରତ ବାଗଚି ଓ ଲେଖକ କାହାଣୀ ଶୁଣାଇବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.