ETV Bharat / state

ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ଫସିଲେ ପୂର୍ବତନ ମନ୍ତ୍ରୀ, ଲାଗିଲା ସଙ୍ଗୀନ ଦଫା - Unleashing Dogs On Woman Journalist

author img

By ETV Bharat Odisha Team

Published : Jun 26, 2024, 6:27 PM IST

Unleashing Dogs On Woman Journalist: ମହିଳା ସାମ୍ବାଦିକଙ୍କୁ କୁକୁର ଛାଡି ଫସିଲେ ପୂର୍ବତନ ମନ୍ତ୍ରୀ । କେସ ରୁଜୁ କରି ସଙ୍ଗୀନ ଦଫା ଲଗାଇଛି କମିଶନରେଟ ପୋଲିସ । ଜାଣନ୍ତୁ ରଘୁନନ୍ଦନଙ୍କ ନାଁରେ କେଉଁ କେଉଁ ଦଫା ଲଗାଇଛି ପୋଲିସ ।

former Minister Raghunandan Das
former Minister Raghunandan Das (ETV Bharat Odisha)

ଭୁବନେଶ୍ବର: ମହଙ୍ଗା ପଡିଲା ମହିଳା ସାମ୍ବାଦିକଙ୍କୁ ଅସଦାଚରଣ । କୁକୁର ଛାଡି ଫସିଲେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ । ରଘୁନନ୍ଦନ ଦାସ ନାଁରେ ରୁଜୁ ହୋଇଛି ମାମଲା । କେସ ନମ୍ବର ୩୩୬ରେ ମାମଲା ରୁଜୁ କରି କ୍ୟାପିଟାଲ ଥାନା‌ ପୋଲିସ ପୂର୍ବତନ ମନ୍ତ୍ରୀଙ୍କ କ୍ବାଟରରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି ।

ବରିଷ୍ଠ ବିଜେଡି ନେତାଙ୍କ ନାଁରେ ଲାଗିଛି ସଙ୍ଗୀନ ଦଫା: ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ଦଫା ୩୫୪ ଅସଦାଚରଣ କରିବା, ୩୨୩ ଆଘାତ କଲା ଭଳି ବାଧା ଦେବା, ୨୯୪ ସର୍ବସାଧାରଣରେ ଗାଳି ଗୁଲଜ କରିବା, ୫୦୬ ଅପରାଧିକ ମାନସିକତାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ପୋଲିସ । କ୍ୟାପିଟାଲ ଥାନାର ଜଣେ ଅତିରିକ୍ତ ଆଇଆଇସି ନେତୃତ୍ବରେ ଏକ ପୋଲିସ ଟିମ୍ ତାଙ୍କ କ୍ବାଟରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ପୋଲିସର ଖୋଳତାଡ ଆରମ୍ଭ: ପୋଲିସର ଏକ ଟିମ ତାଙ୍କୁ ପଚରାଉଚରା କରିବା ସହ ଘଟଣା ସ୍ଥଳରେ ସିସିଟିଭି ଯାଞ୍ଚ କରିଛନ୍ତି । ଏଥିସହ ମୋବାଇଲରେ କଏଦ କରାଯାଇଥିବା ଭିଡିଓ ମଧ୍ୟ ସଂଗ୍ରହ କରିଛି ପୋଲିସ । କେଉଁ ପରିସ୍ଥିତିରେ ସେ ମହିଳା ସାମ୍ବାଦିକଙ୍କୁ ଅସଦାଚରଣ କଲେ ଏନେଇ ସମସ୍ତ ପରିସ୍ଥିତି ଓ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି ପୋଲିସ । ରଘୁ ନନ୍ଦନଙ୍କୁ ତାଙ୍କ କ୍ବାଟରରେ ପଚରାଉଚରା କରାଯାଇଛି ।

ଏନେଇ‌ ପ୍ରତ୍ୟକ୍ଷଦର୍ଶୀ ବା କଣ ପ୍ରମାଣ ରହିଛି ସେନେଇ ମଧ୍ୟ ଯାଞ୍ଚ ହୋଇଛି । ତେବେ ଗତକାଲି(ମଙ୍ଗଳବାର) ଖବର‌ପ୍ରସାରଣ ବେଳେ ଜଣେ ମହିଳା ସାମ୍ବାଦିକଙ୍କୁ ଉପରକୁ କୁକୁର ଛାଡିଦେଇ ଡରାଇ ଧମକାଇ ଅସଦାଚରଣ କରିଥିଲେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଏନେଇ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିଦେଲେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ !

ସୂଚନା ଥାଉକି, ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କରିବା ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ କାର୍ଯ୍ୟରତ ସାମ୍ବାଦିକାଙ୍କୁ ଆକ୍ରମଣ କରାଯାଇଛି । ଇଟିଭି ଭାରତର ଭୁବନେଶ୍ବର ପ୍ରତିନିଧିଙ୍କୁ ଅନଡ୍ୟୁଟିରେ ଅସଦାଚରଣ କରି ଗିରଫ ହୋଇଥିଲେ ଓଡିଆ ପ୍ରଯୋଜକ ଟୁଟୁ ନାୟକ । ଏଠି ସାଧାରଣରେ ପ୍ରଶ୍ନ ଉଠୁଛି । ଏହି ଘଟଣା ପରେ ରଘୁ ନନ୍ଦନ ଦାସଙ୍କୁ ଏହି ସଙ୍ଗୀନ ମାମଲାରେ ‌ଗିରଫ କରାଯିବ କି ? ଜଣେ ନେତା ହୋଇ କିଭଳି ସାମ୍ବାଦିକଙ୍କ ପ୍ରତି ଏଭଳି‌ ବ୍ୟବହାର‌ କଲେ ? ଏପରିକି ଅନ ଡ୍ୟୁଟିରେ ଥାଇ ତାଙ୍କୁ କୁକୁର ଛାଡ଼ିଦେଲେ ? ଏହି ଘଟଣାରେ ରଘୁ ନନ୍ଦନଙ୍କୁ ଗିରଫ କରିବ କି କମିଶନରେଟ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.