ETV Bharat / state

ଭୁବନେଶ୍ବର ହାତେଇଲା ‘ଶ୍ରେଷ୍ଠ ଜନ ପରିବହନ ସେବା ପୁରସ୍କାର’

ପବ୍ଲିକ ଟ୍ରାନ୍ସପୋର୍ଟ ସୁବିଧା ଦେଉଥିବା ସହର ଭିତରେ ଦେଶର ଶ୍ରେଷ୍ଠ ସହର ଭୁବନେଶ୍ୱର । ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀରେ ଜାତୀୟ ପୁରସ୍କାର ହାତେଇଲା ଭୁବନେଶ୍ବର ।

Best Public Transport System award
Best Public Transport System award (ETV Bharat Odisha)
author img

By ETV Bharat Odisha Team

Published : 4 hours ago

ଭୁବନେଶ୍ବର: ପବ୍ଲିକ ଟ୍ରାନ୍ସପୋର୍ଟ ସୁବିଧା ଦେଉଥିବା ସହର ଭିତରେ ଦେଶର ଶ୍ରେଷ୍ଠ ସହର ହେଉଛି ଭୁବନେଶ୍ୱର । ଜାତୀୟ ସ୍ତରରେ ମିଳିଛି ଭୁବନେଶ୍ୱରକୁ ସ୍ବତନ୍ତ୍ର ପରିଚୟ । ୧୭ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ହାତେଇଛି ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ସମ୍ମାନ ।

ଗୁଜୁରାଟର ଗାନ୍ଧୀନଗର ଠାରେ ଆୟୋଜିତ ୧୭ତମ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ୨୦୨୪ର ଉଦଯାପନି ସମାରୋହରେ ଭୁବନେଶ୍ୱର ସହରକୁ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ଭାବେ ଜାତୀୟ ପୁରସ୍କାର ମିଳିଛି । କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତିମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଠାରୁ ଓଡ଼ିଶା ଆବାସ ଏବଂ ନଗର ଉନ୍ନୟନ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ମଧ୍ୟ ପୁରସ୍କାର ତଥା ସମ୍ମାନ ଗ୍ରହଣ କରିଛନ୍ତି ।

Best Public Transport System award
Best Public Transport System award (ETV Bharat Odisha)

ଏହା ସମ୍ମାନ ନୁହେଁ ଜନସାଧାରଣଙ୍କ ପ୍ରତିଥିବା ଉତ୍ତର ଦାୟିତ୍ବ:

ଏହି ଅବସରରେ ପରିବହନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ‘ଏହା କେବଳ ଏକ ସମ୍ମାନ ନୁହେଁ ବରଂ ଏହା ଜନସାଧାରଣଙ୍କ ପ୍ରତି ଥିବା ଉତ୍ତରଦାୟିତ୍ୱ ଓ ବିକଶିତ ଓଡିଶା ଗଠନର ଯେଉଁ ଭିଜନର ଏକ ମୂଳଦୂଆ ଓ ପ୍ରତୀକ । ଆମର ସର୍ବଦା ଜନସାଧାରଣ ପ୍ରତି ଦାୟିତ୍ବ ବୋଧ ଓ ପ୍ରତିବଦ୍ଧତା ଯେ ସାଧାରଣ ଲୋକଙ୍କ ଗମନାଗମନ ଓ ଉନ୍ନତ ମାନର ଓ ନୂତନ ପ୍ରଯୁକ୍ତି ସମ୍ପନ୍ନ ଜରିଆରେ ସୁରକ୍ଷିତ ଓ ସହାୟକ ହେଲା ଭଳି ବାତାବରଣ ତିଆରି କରିବୁ ଭବିଷ୍ୟତରେ ଲକ୍ଷ୍ୟ ରଖାଯାଇଛି ।’

ସୁବିଧାଜନକ ଯାତ୍ରାର ମାଧ୍ୟମ ପାଲଟିଛି ମୋ ବସ:

ତେବେ ସହରରେ ଏବେ ଜନସାଧାରଣ ଯାତାୟତ ଦିଗରେ ମୋ ବସ ଓ ଇ-ରାଇଡ ଭଳି ଅଟୋ ସେବା ଜନସାଧାରଣଙ୍କର ଏକ ପ୍ରକାର ପସନ୍ଦ ପାଲଟିଛି । ନିତିଦିନ ଗମନାଗମନ ପାଇଁ ‘ମୋ ବସ’ ଉପରେ ଅଧିକାଂଶ ଲୋକ ନିର୍ଭର କରୁଛନ୍ତି । କେବଳ ଯେ ଯାତାୟତ ଦିଗରେ ଦୂର ଦୂରାନ୍ତ ସ୍ଥାନ ପାଇଁ କେବଳ ଯେ ‘ବସ’ ସେବାର ନୁହେଁ । ବରଂ ଛୋଟ ଛୋଟ ସ୍ଥାନ ବା ଯେଉଁଠି ଅଟୋ ସୁବିଧା ଭଳି ସୁବିଧା ଥିବା ସ୍ଥାନକୁ ଇ-ରାଇଡ ଅଟୋ ବା ଇ-ରିକ୍ସ ଏକ ଯୁଗାନ୍ତକାରି ପଦକ୍ଷେପ ରୂପ ନେଇଛି । ଏନେଇ ଦୈନଦିନ ଯାତାୟତରେ ଏହା ଜନସାଧାରଣଙ୍କ ପାଇଁ ସ୍ବଳ୍ପ ମୂଲ୍ୟରେ ଏକ ସୁବିଧାଜନକ ଯାତ୍ରାର ମାଧ୍ୟମ ସାଜିଛି ।

6 ବର୍ଷ ତଳେ ଆରମ୍ଭ ହୋଇଥିଲା ଏହି ସେବା:

ଭୁବନେଶ୍ୱର,କଟକ, ରାଉରକେଲା,ବ୍ରହ୍ମପୁର,ସମ୍ବଲପୁର ଭଳି ପୁରି ଭଳି ସହରରେ ଏଭଳି ମୋ ବସ ବା କ୍ରୁଟ ପକ୍ଷରୁ ଏହି ସେବା ଯୋଗାଇ ଆସୁଛି । ଏନେଇ କ୍ରୁଟ ପକ୍ଷରୁ ୬ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ସେବା ଏବେ ସହରରେ ଲୋକଙ୍କ ଜୀବନ ରେଖା ସାଜିଛି । କେବଳ ଯେ ପରିବହନ ସେବା ନୂତନ ଜ୍ଞାନକୋଷର ଦ୍ବାରା ଡିଜିଟାଲ ଟିକେଟ, ଅନଲାଇନ ଟିକେଟ ସୁବିଧା ସ୍ବତନ୍ତ୍ର ମୋବାଇଲ ଆପ ଭଳି ସୁବିଧା ମଧ୍ୟ ଲୋକଙ୍କୁ ଆହୁରି ସହଜ କରିଛି । ବିଶେଷ କରି ଡିଜିଟାଲ ଟିକେଟ ବ୍ୟବସ୍ଥା ଦ୍ବାରା ୨୫ ପ୍ରତିଶତ ଟ୍ରାଞ୍ଜାକନ୍ସ ନିତିଦିନ ହେଉଛି । ବହୁତ ଶୀଘ୍ର ଏଟିଭିଏମ ସୁବିଧା ମଧ୍ୟ ଉପଲବ୍ଧ ହେବାକୁ ଯାଉଛି ।

ଟକ୍କର ଦେବ ଓଡ଼ିଶା ଯାତ୍ରୀ ଆପ:

ତେବେ ଖୁବଶୀଘ୍ର ଏନେଇ ପବ୍ଲିକ ଟ୍ରାନ୍ସପୋର୍ଟରେ ଆଉ ଏକ ସୁବିଧା ଯୋଡି ହେବାକୁ ଯାଉଛି । ଯେଉଁଠି ଓଡ଼ିଶା ସରକାରଙ୍କ ପକ୍ଷରୁ ନିଜସ୍ବ ଏକ ପବ୍ଲିକ ଟ୍ରାନ୍ସପୋର୍ଟ ଟ୍ୟାକ୍ସି ଆପ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି । ଏନେଇ ଯାତ୍ରୀ ଆପ ଭାବେ ଅନ୍ୟ ଅନଲାଇନ ଟ୍ୟାକ୍ସି ସେବା ଭଳି ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ଏନେଇ ଚୁକ୍ତି ସ୍ବାକ୍ଷର କରିବାକୁ ଯାଉଛନ୍ତି । ONDC ଜରିଆରେ ରାଜ୍ୟ ସରକାର ଡ୍ରାଇଭରଙ୍କ ସ୍ବାବଲମ୍ବୀ ଓ ଯାତ୍ରିଙ୍କ ସୁବିଧା ଦୃଷ୍ଟିରୁ ଅନ୍ୟ ଟ୍ୟାକ୍ସି ପ୍ରଦାନକାରି ସଂସ୍ଥାକୁ ଟକ୍କର ଦେଲା ଭଳି ନିଜସ୍ବ ଓଡ଼ିଶା ଯାତ୍ରି ଟ୍ୟାକ୍ସି ସେବା ଆପ ଲଞ୍ଚ ପାଇଁ ଯୋଜନ ଚାଲିଛି । ଫଳରେ ଓଡିଶାରେ ପ୍ରଥମ ଥର ପାଇଁ ସରକାରୀ ପରିଚାଳିତ ଅନଲାଇନ ଟ୍ୟାକ୍ସି ସେବାର ସୁବିଧା ମିଳିବ‌ । ଫଳରେ ଆଗାମୀ ଦିନରେ ଟ୍ୟାକ୍ସି ପରିଚାଳନା କ୍ଷେତ୍ରରେ ଏକ ଯୁଗାନ୍ତକାରି ପଦକ୍ଷେପ ନେବାକୁ ଯାଉଛି ବୋଲି କ୍ରୁଟ ପକ୍ଷରୁ ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚିତ କରାଯାଇଛି‌ ।

୮ଟି ସହର ସମ୍ମାନିତ:
ତେବେ ସର୍ବଭାରତୀୟ ସ୍ତରରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଦେଶର ଅନେକ ସହରରୁ ସର୍ଭେ କରାଯାଇଥିଲା । ବିଭିନ୍ନ ବର୍ଗରେ ଏହି ସେବା ନେଇ ସର୍ବେକ୍ଷଣରେ ସହରାଞ୍ଚଳ ପରିବହନ ସମାଧାନର ମାନକୀକରଣ ଏବଂ ଅନୁକୂଳତାକୁ ଦୃଷ୍ଟିରେ ରଖି ଜାତୀୟ ସ୍ତରରେ ଓଡିଶାର ରାଜଧାନୀ ଭୁବନେଶ୍ୱର ଏହି ଚୟନ ତାଲିକା ସାର୍ବଜନିନ ପରିବହନ ସେବାର ଶ୍ରେଷ୍ଠ ସହର ଭାବେ ବିବେଚିତ ହୋଇଥିଲା । ଏହି ସମ୍ମାନ ଅନ୍ୟ ବର୍ଗରେ ଅଣମୋଟର ପରିବହନ ବ୍ୟବସ୍ଥା ଥିବା ସହର ଶ୍ରୀନଗର ମଧ୍ୟ ପୁରସ୍କାର ମିଳିଛି ।

ଏହା ମଧ୍ୟ ପଢନ୍ତୁ:

ଜଳ ସଂରକ୍ଷଣ ଓ ପରିଚାଳନାରେ ସବୁ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା

ଜଳ ସଂରକ୍ଷଣ ଓ ପରିଚାଳନାରେ ଓଡ଼ିଶା ଏକ ନମ୍ବର, ଶ୍ରେଷ୍ଠ ଜିଲ୍ଲା ବଲାଙ୍ଗୀର, ମିଳିବ ଜାତୀୟ ଜଳ ପୁରସ୍କାର

ଉତ୍ତମ ରୋଗୀ ସେବା ପାଇଁ ସମ୍ମାନ, ଫୋରେନ୍ସ ନାଇଟେଙ୍ଗଲ ପୁରସ୍କାରରେ ସମ୍ମାନିତ ହେଲେ ମାଲକାନଗିରି ସଂଯୁକ୍ତା - National Florence Nightingale Award

ଏହି ସହରଙ୍କୁ ପୁରସ୍କାର:

ସେହିପରି ଅନ୍ୟ ବର୍ଗରେ କୋଚି,ଗାନ୍ଧି ନଗର,ବେଙ୍ଗାଲୁରୁ,ସୁରଟ,ଜମ୍ମୁ ଭଳି ମୁମ୍ବାଇ ସହର ମଧ୍ୟ ବିଭିନ୍ନ ବର୍ଗରେ ସମ୍ମାନିତ ହୋଇଛନ୍ତି ।ବିଶେଷ କରି ସର୍ବଭାରତୀୟ ସ୍ତରରେ ସହରାଞ୍ଚଳର ଗତିଶୀଳତାକୁ ଅନୁକୂଳ କରିବା ପାଇଁ ଗୁଣବତ୍ତାର ସମନ୍ୱୟ ଉପରେ ଏହି ସମ୍ମାନ ଏକ ଗୁରୁତ୍ୱ ବହନ କରୁଛି । ପରିବହନ କ୍ଷେତ୍ରରେ ବିଶେଷ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ୟୁଏମ୍ଆଇର ବିଭିନ୍ନ ବର୍ଗର ପୁରସ୍କାର ରହିଥିଲା । ‘ସହରାଞ୍ଚଳ ପରିବହନରେ ଉତ୍କର୍ଷତା/ସର୍ବୋତ୍ତମ ଅଭ୍ୟାସ ପ୍ରକଳ୍ପ’ ପାଇଁ ରାଜ୍ୟ/ସହର କର୍ତ୍ତୃପକ୍ଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀ ଏବଂ କ୍ଷେତ୍ର ବିଶେଷଜ୍ଞଙ୍କ ନେତୃତ୍ୱରେ ପୁରସ୍କାର ଚୟନ କମିଟି ଦ୍ୱାରା ସୁପାରିସ କରାଯାଇଥିବା ବିଜେତାଙ୍କୁ ନିମ୍ନଲିଖିତ ୧୨ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏନେଇ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ବର୍ତ୍ତମାନ କାର୍ଯ୍ୟକ୍ଷମ ରେଳ ନେଟୱାର୍କ ଦୃଷ୍ଟିରୁ ବିଶ୍ୱରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଖୁବ୍ ଶୀଘ୍ର ଭାରତୀୟ ମେଟ୍ରୋ ନେଟୱାର୍କ ଦ୍ୱିତୀୟ ସର୍ବବୃହତ୍ ନେଟୱାର୍କରେ ପରିଣତ ହେବ । ପ୍ରଧାନମନ୍ତ୍ରୀଙ୍କ ‘ଏକ ରାଷ୍ଟ୍ର ଏକ କାର୍ଡ’ର ପରିକଳ୍ପନା, ଯାହାକୁ ‘ଜାତୀୟ ସାଧାରଣ ଗମନାଗମନ କାର୍ଡ’ (ଏନସିଏମସି) କୁହାଯାଉଛି, ଏବେ ବାସ୍ତବ ରୂପ ନେବାକୁ ଯାଉଛି ।’

ପ୍ରତିବର୍ଷ ଆୟୋଜନ ହୁଏ ଏହି ସମ୍ମିଳନୀ:

କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଗୁଜୁରାଟ ଗାନ୍ଧୀନଗରରେ ୧୭ତମ ୟୁଏମଆଇ ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ ଆୟୋଜନ ହୋଇଥିଲା । ଏହି ପ୍ରଦର୍ଶନୀରେ ଭାରତର ସହରାଞ୍ଚଳ ପରିବହନର ସର୍ବୋତ୍ତମ ଅଭ୍ୟାସ ଏବଂ ଅତ୍ୟାଧୁନିକ ସହରାଞ୍ଚଳ ପରିବହନ ପ୍ରଯୁକ୍ତିବିଦ୍ୟା ଉପରେ ମଧ୍ୟ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଯେଉଁଠି ବିଦେଶରୁ ୫୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସମେତ ୨୦୦ ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ । ଏହି ପ୍ରଦର୍ଶନୀ ପ୍ରତିବର୍ଷ ଆୟୋଜିତ ହେଉଥିବା ବେଳେ ୟୁଏମଆଇ ସମ୍ମିଳନୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ଏହି କାର୍ଯ୍ୟକ୍ରମରେ ମେଟ୍ରୋ ରେଳ କମ୍ପାନୀ, ସରକାରୀ ଏବଂ ବେସରକାରୀ କ୍ଷେତ୍ରର ପ୍ରାୟ ୭୬ ଜଣ ଭାଗ ନେଇଥିଲେ । ଭାରତରେ ସହରାଞ୍ଚଳ ଗମନାଗମନ ସମସ୍ୟାର ସମାଧାନ ପାଇଁ ୨୦୦୮ ମସିହାରୁ 'ଅର୍ବାନ୍ ମୋବିଲିଟି ଇଣ୍ଡିଆ' (ୟୁଏମ୍ଆଇ)ର ବାର୍ଷିକ ସମ୍ମିଳନୀ ହୋଇଆସୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.