ETV Bharat / state

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଆରମ୍ଭ - Bhitara Chandan Yatra

author img

By ETV Bharat Odisha Team

Published : May 31, 2024, 4:17 PM IST

Bhitara Chandan Yatra: ଆଜି ଠାରୁ ମହାପ୍ରଭୁ ଜଗନ୍ନାଥଙ୍କ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । କଣ ରହିଛି ନୀତି । ପଢନ୍ତୁ ପୁରା ଖବର

ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା
ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା (ETV Bharat Odisha)

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ମହାପ୍ରଭୁ ଜଗନ୍ନାଥଙ୍କ ୨୧ ଦିନବ୍ୟାପୀ ବାହାର ଚନ୍ଦନ ଯାତ୍ରା ଶେଷ ହୋଇଛି । ଆଜି (ଶୁକ୍ରବାର) ଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା । ଭୋଗମଣ୍ଡପ ନୀତି ସମ୍ପନ୍ନ ପରେ ମହାପ୍ରଭୁ ବେଶ ମଇଲମ ଓ ଆଲଟଲାଗି ହୋଇ ଚନ୍ଦନ ଘରକୁ ବିଜେ କରିବେ ।

ଆଜିଠାରୁ ଶ୍ରୀମନ୍ଦିର ଭିତରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା । ବୈଶାଖ ମାସ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଅର୍ଥାତ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ । ୨୧ ଦିନ ବ୍ୟାପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଓ ପଞ୍ଚପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବା ପରେ ପରବର୍ତ୍ତୀ ୨୧ ଦିନ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଚଳଚଞ୍ଚଳ ରଥ ଖଳା; କାଲି ଶ୍ରୀକ୍ଷେତ୍ର ଭଉଁରୀ ତିଥି, ହେବ ଅଖ-ଚକ ଡେରା ନୀତି - BHAUNRI RITUAL AT RATHA KHALA

ଏହା ମଧ୍ୟ ପଢ଼ନ୍ତୁ...ପୁରୀ ବାଣ ବିସ୍ଫୋରଣ ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଲେ ଆଉ ଜଣେ ଆହତ, ୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଏହା ଦେବସ୍ନାନ ପୂର୍ଣ୍ଣମୀ ପୂର୍ବଦିନ ପର୍ଯ୍ୟନ୍ତ ଚାଲୁ ରହିବ । ଆସନ୍ତା ରବିବାର ଜ୍ୟେଷ୍ଠ କୃଷ୍ଣ ଏକଦଶୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡ଼ା କରିବେ । ଗତକାଲି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ହଳଦୀପାଣି ନୀତି ସରିବା ପରେ ଆଜିଠାରୁ ଶ୍ରୀଜିଉଙ୍କ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ଏହି ୨୧ ଦିନ ମହାପ୍ରଭୁଙ୍କ ଚନ୍ଦନ ଓ ଆଲଟ ଲାଗି କରାଯିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ଭିତର ଚନ୍ଦନ ଯାତ୍ରା ନୀତି କରାଯିବ । ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଓ ରୁକ୍ମିଣୀହରଣ ଏକାଦଶୀରେ ଶ୍ରୀମନ୍ଦିର ଭିତରେ ଥିବା ଜଳକ୍ରୀଡ଼ା ମଣ୍ଡପରେ ଠାକୁରଙ୍କ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହେବ । ପତିମହାପାତ୍ର, ମୁଦିରସ୍ତ ଓ ପୂଜାପଣ୍ଡା ସେବକମାନେ ଚନ୍ଦନଲାଗି କରି ମହାପ୍ରଭୁଙ୍କ ଚନ୍ଦନ ବେଶ କରିବେ । ଏହି ଅବସରରେ ଅଳକା, ଚୂଳ, ଚଉସରି, ଗଭା ଆଦି ମହାପ୍ରଭୁଙ୍କ ପାଖରେ ଲାଗି କରାଯିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.