ETV Bharat / state

ନୂଆ ରୂପ ପାଇବ ଐତିହାସିକ 'ଆଶା ସାଗର'; ସର୍ବବୃହତ ପୁଷ୍କରିଣୀର ହେବ ପୁନରୁଦ୍ଧାର - ଆଶା ସାଗର ଭବାନୀପାଟଣା

Historical Pond Asha Sagar: ନୂଆ ରୂପ ପାଇବ ଐତିହାସିକ ଆଶା ସାଗର । ଭବାନୀପାଟଣା ସହରର ଜୀବନରେଖା କୁହାଯାଉଥିବା ଏହି ସର୍ବବୃହତ ପୁଷ୍କରିଣୀର ହେବ ପୁନରୁଦ୍ଧାର । ଚତୁଃପାର୍ଶ୍ବରେ ହେବ ସୌନ୍ଦର୍ଯ୍ୟକରଣ । ଅଧିକ ପଢ଼ନ୍ତୁ

ଆଶା ସାଗର
ଆଶା ସାଗର
author img

By ETV Bharat Odisha Team

Published : Feb 5, 2024, 10:17 PM IST

ଆଶା ସାଗର

ଭବାନୀପାଟଣା: ନୂଆ ରୂପ ପାଇବାକୁ ଯାଉଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଐତିହାସିକ ପୁଷ୍କରିଣୀ "ଆଶା ସାଗର"। ସହରବାସୀଙ୍କ ଜୀବନରେଖା କୁହାଯାଉଥିବା ଆଶା ସାଗରର ହେବ ପୁନରୁଦ୍ଧାର । ଆଶା ସାଗରକୁ କରାଯିବ ସୌନ୍ଦର୍ଯ୍ୟକରଣ । ଆଉ ଏହି କାମ କରିବେ ସହରର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ତେବେ ଏହାର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୬ କୋଟି ୬୮ ଲକ୍ଷ ୬୧ହଜାର ଟଙ୍କା ଅନୁମୋଦନ କରିଛନ୍ତି । ଯାହାକି ନିକଟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ।

କଳାହାଣ୍ଡିର ଐତିହ୍ୟ ସମ୍ପନ୍ନ ‘ଆଶା ସାଗର' ପୁନରୁଦ୍ଧାର କାର୍ଯ୍ୟ ପାଇଁ ବହୁଦିନ ଧରି ଦାବି ହୋଇ ଆସୁଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ‘୫T’ ଅଧ୍ୟକ୍ଷ ଭିକେ ପାଣ୍ଡିଆନ ୨୦୨୩ ମସିହା ମେ ୨୦ ତାରିଖରେ ଭବାନୀପାଟଣା ଗସ୍ତ କରି ‘ଆଶା ସାଗର'ର ନବୀକରଣ କାର୍ଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ମୋଟ ୬ କୋଟି ୬୮ ଲକ୍ଷ ୬୧ହଜାର ଟଙ୍କା ବ୍ୟୟ ଅଟକଳକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମ ତଥା ‘ଆମ ପୋଖରୀ’ ଯୋଜନା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହେଉଛି । ଆଶା ସାଗରର ନବୀକରଣ ପାଇଁ ଆସିଥିବା ଅର୍ଥ ବିନିମୟରେ ପ୍ରାଥମିକ ପର୍ଯ୍ୟାୟରେ ଆଶା ସାଗରରୁ ପଙ୍କ ଉଦ୍ଧାର, ଜଳ ନିଷ୍କାସନ, ଘାସ ଦଳ ସଫା କରିବା, ବନ୍ଧ ସୁଦୃଢ଼ୀକରଣ, ଗଭୀର ପ୍ରାଚେରୀ, ପ୍ରାକୃତିକ ସମାଧାନ ଜଳାଶୟରେ ଆର୍ଦ୍ରଭୂମି ପ୍ରସ୍ତୁତ କରାଯିବ । ପରେ ଲେକ ମଡେଲ ନିର୍ମାଣ ପଦ୍ଧତି ପ୍ରତି ଗୁରୁତ୍ୱ ଦିଆଯିବ।

ସେପେଟେ ପରବର୍ତ୍ତୀ ସମୟରେ ଆଶା ସାଗରର ସୌନ୍ଦର୍ଯ୍ୟକରଣ ସମସ୍ତ ଦିଗ ଉପରେ ଧ୍ୟାନ ଦିଆଯିବ ବୋଲି ପୌରପରିଷଦ ପକ୍ଷରୁ ସୂଚନ ମିଳିଛି । ଏହି ସମସ୍ତ କାର୍ଯ୍ୟର କରିବା ପାଇଁ ମିଶନ ଶକ୍ତି ସହଯୋଗ କରିବେ । ଭବାନୀପାଟଣା ପୌରପାଳିକା ଅଧୀନରେ ଥିବା ୨୫ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଆଶା ସାଗର ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହି ପୁନରୁଦ୍ଧାର କାର୍ଯ୍ୟରେ ଆଶା ସାଗରର ଜଳ ଧାରଣ କ୍ଷମତାକୁ ବୃଦ୍ଧି କରାଯିବ । ଏହାସହ ଆଶାସାଗରର ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ, ପାର୍କ ନିର୍ମାଣ, ମର୍ଣିୱାକ ଟ୍ରାକ୍ ଭଳି ଅନେକ ଯୋଜନା କରାଯିବାକୁ ଯୋଜନା ରଖାଯାଇଛି ।

ତେବେ ଇତିହାସ ପୃଷ୍ଠାରେ ଆଶା ସାଗର ସହ ଜଡିତ ରହିଛି ଏକ କିମ୍ବଦନ୍ତୀ । ପୂର୍ବରୁ ସିପାହୀ ବିଦ୍ରୋହ ବେଳେ କଳାହାଣ୍ଡିର ତତ୍କାଳୀନ ମହାରାଜା ଉଦିତ ପ୍ରତାପ ଦେଓ ଲୋକଙ୍କ ସାମୁହିକ ସୁବିଧା ପାଇଁ ‘ଆଶା ସାଗର’ ନିର୍ମାଣ କରିଥିଲେ । ଐତିହାସିକ ଓ ଗବେଷଣା ଅନୁଯାୟୀ, ୧୮୫୭ ପରଠାରୁ ୧୮୭୩ ମସିହା ମଧ୍ୟରେ ଦୁଇ ଦୁଇଥର ଆଶା ସାଗର ଖନନ କାର୍ଯ୍ୟ କରାଯାଇଥିଲା । ଏକର ଏକର ଚାଷ ଜମିରେ ଜଳସେଚନ ଓ ପାନୀୟ ଜଳର ସୁବିଧା ଯୋଗାଇବା ଆଶା ସାଗରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଭବାନୀପାଟଣା ସହର ମଧ୍ୟଭାଗ କାଳୀ ମନ୍ଦିର ଠାରୁ ଖନନ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକୁ ଦୀର୍ଘ ୧୭ ବର୍ଷ ଲାଗିଥିବାବେଳେ ଏଥିପାଇଁ ଶତାଧିକ ଶ୍ରମିକ ପରିଶ୍ରମ କରିଥିଲେ । ୯୯ ଏକର ପରିମିତ ଜଳାଶୟର ଗଭୀରତା ୪୦ ଫୁଟ୍ ଥିଲା । ମହାରାଜା ତାଙ୍କ ଧର୍ମପତ୍ନୀ ଆଶାକୁମାରୀ ଦେବୀଙ୍କ ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ଏହାକୁ ‘ଆଶା ସାଗର’ ନାମରେ ନାମିତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସୁଡଙ୍ଗ, ପୁନରୁଦ୍ଧାର କାର୍ଯ୍ୟ ପାଇଁ ଜଳ ଖାଲି ସମୟରେ ହେଲା ଠାବ

ଏହାରି ଭିତରେ ଦୁର୍ଭାଗ୍ୟର ବିଷୟ ହେଉଛି ଯେ, ଏହି ଆଶା ସାଗରକୁ ଚାରିପଟୁ ଜବରଦଖଲ କରାଯାଇଛି । ଏବେ କେହି ବି ନିଶ୍ଚିତ ହୋଇ ପାରୁନାହାନ୍ତି ଆଶା ସାଗରର ବର୍ତ୍ତମାନ କେତେ ଏକର ଜମିର ରହିଛି । ପୌର ପରିଷଦ ତରଫରୁ ୬୨ ଏକର ଜମି ଥିବା କୁହାଯାଉଥିବା ବେଳେ କେହି କେହି ଏହାଠାରୁ ଯଥେଷ୍ଟ ଜମି ଅଛି ବୋଲି କହୁଛନ୍ତି । ତେବେ ଏସବୁ ଭିତରେ ଐତିହାସିକ ଗୁରୁତ୍ବ ବହନ କରିଥିବା ଆଶା ସାଗର ପୁଣି ଜୀବନ ଫେରି ପାଇବ ତାହାକୁ ନେଇ ସମସ୍ତେ ଖୁସି । ଏହାର ସଠିକ୍ କାର୍ଯ୍ୟକାରିତାକୁ ନେଇ ଭବାନୀପାଟଣା ସହରବାସୀଙ୍କ ମଧ୍ୟରେ ଏବେ ଆଶା ସାଗର ଆଶା ଉଜ୍ଜୀବିତ କରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.