ETV Bharat / state

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା; କୋର୍ଟରେ ଅଭିଯୋଗକାରୀଙ୍କୁ ଜେରା - Bhartruhari Mahtab assault case

author img

By ETV Bharat Odisha Team

Published : Apr 19, 2024, 12:55 PM IST

Bhartruhari Mahtab Assault Case: ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ମାଡ ମାରିବା ମାମଲା । କଟକ ଜେଏମ୍ଏଫସି କୋର୍ଟରେ ସମ୍ପୃକ୍ତ ଅଧିକାରୀଙ୍କୁ ଜେରା । ଅଧିକ ପଢନ୍ତୁ

Etv Bharat
Etv Bharat

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା

କଟକ: ପୋଲିସ ଅଧିକାରୀଙ୍କୁ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦୁର୍ବ୍ୟବହାର ମାମଲା । ଆଜି (ଶୁକ୍ରବାର) କଟକ ଜେଏମ୍ଏଫସି ଅଦାଲତରେ ଏହି ବିଚାରାଧୀନ ମାମଲାର ଶୁଣାଣି ହୋଇଛି । ଶୁଣାଣି ସମୟରେ ଏତଲାକାରୀ ପୋଲିସ ଅଧିକାରୀ ଅମିତାଭ ମହାପାତ୍ରଙ୍କୁ ଜେରା କରିଛନ୍ତି ପ୍ରତିପକ୍ଷ ଓକିଲ । ତେବେ ଆଜି ଜେରା ଅସମ୍ପୂର୍ଣ୍ଣ ରହିଥିବା ବେଳେ ଆସନ୍ତା 24 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି ।

ସୂଚନା ମୁତାବକ, ୨୦୧୧ ମସିହା ଜାନୁଆରୀ ୨୩ରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମ ସମୟରେ ଏହି ଘଟଣା ଘଟିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ଭିଡ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ନିୟୋଜିତ ତତ୍କାଳୀନ ପୋଲିସ୍ ଏସ୍‌ଆଇ ତଥା ବର୍ତ୍ତମାନର ଏସିପି ଅମିତାଭ ମହାପାତ୍ର ଓ ଭର୍ତ୍ତୃହରି ମହତାବଙ୍କ ମଧ୍ୟରେ ବିବାଦ ଘଟିଥିଲା । ସେଠାରେ ଭର୍ତ୍ତୃହରି ଅମିତାଭଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଦରଘାବଜାର ଥାନାରେ ସମ୍ପୃକ୍ତ ପୋଲିସ ଅଧିକାରୀ ଏତଲା ଦେଇଥିଲେ । ଅଭିଯୋଗର ତଦନ୍ତ ପରେ ୨୦୧୮ ମସିହା ମାର୍ଚ୍ଚ ୧୯ ତାରିଖରେ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ପୋଲିସ ଚାର୍ଜସିଟ ଦାଖଲ କରିଥିଲା ଏବଂ ଗତ କିଛି ଦିନ ତଳେ ଏହି ମାମଲାର ଚାର୍ଜ ଫ୍ରେମ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ପୋଲିସ ଅଧିକାରୀଙ୍କୁ ମାଡ ମାମଲା, ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଚାର୍ଜଫ୍ରେମ - MP Bhartruhari Mahtab

ପୋଲିସ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ସାଂସଦ ଭର୍ତ୍ତୃହରିଙ୍କ ବିରୋଧରେ କଟକ ସ୍ୱତନ୍ତ୍ର MP /MLA କୋର୍ଟରେ ଚାର୍ଜଫ୍ରେମ କରାଯାଇଛି । ଆଇପିସିର ଧାରା 341, 323, 294, 353, 506ରେ ଚାର୍ଜଫ୍ରେମ ହୋଇଛି । ଏହି ମାମଲାରେ ପୂର୍ବରୁ ଜେଏମଏଫସି କୋର୍ଟରେ ହାଜର ହୋଇଥିଲେ ଭର୍ତ୍ତୃହରି ମହତାବ ।

2011 ମସିହା ଜାନୁୟାରୀ 23ରେ ଘଟିଥିଲା ଏହି ଘଟଣା । ପୋଲିସ ଅଧିକାରୀ ଅମିତାଭ ମହାପାତ୍ରଙ୍କୁ ଭର୍ତ୍ତୃହରି ମାଡ଼ ମାରିବା ସହ ଦାୟିତ୍ଵ ସଂପାଦନରେ ବାଧା ଦେଇଥିବା ଅଭିଯୋଗ ହୋଇଥିଲା । ସେହି କାର୍ଯ୍ୟକ୍ରମରେ ଭର୍ତ୍ତୃହରି ତାଙ୍କୁ ଚାପୁଡା ମାରିଥିବା ସେ ଅଭିଯୋଗ କରିଥିଲେ । ତେବେ ଚାର୍ଜଫ୍ରେମ ଭର୍ତ୍ତୃହରିଙ୍କ ପାଇଁ ବର୍ତ୍ତମାନ ଅଡୁଆ ସୃଷ୍ଟି କରିଛି । କହିରଖୁଛୁ କି, ମଙ୍ଗଳାବାଗ ଥାନାର ତତ୍କାଳୀନ ସବ ଇନିସ୍ପେକ୍ଟର ଅମିତାଭ ମହାପାତ୍ର ଏବେ ଏସିପି ଭାବରେ କାର୍ଯ୍ୟରତ ଅଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.