ETV Bharat / state

ଭରତପୁର ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ, ୬୦ ଦିନରେ ରିପୋର୍ଟ - CM Ordered Judicial Inquiry - CM ORDERED JUDICIAL INQUIRY

CM ordered Judicial Inquiry: ଆର୍ମି ମେଜର-ବନ୍ଧବୀ ନିର୍ଯାତନା ମାମଲାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ । ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୬୦ ଦିନ ମଧ୍ୟରେ ରିପୋର୍ଟ ।

ଭରତପୁର ଥାନା ଘଟଣା; ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭରତପୁର ଥାନା ଘଟଣା; ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Sep 23, 2024, 7:35 AM IST

Updated : Sep 23, 2024, 1:35 PM IST

ଭୁବନେଶ୍ବର: ବହୁଚର୍ଚ୍ଚିତ ଭରତପୁର ଥାନା ଘଟଣାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ ହେବ ଓ 60 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଆୟୋଗଙ୍କୁ ସରକାର ଅନୁରୋଧ କରିଛନ୍ତି । ସେହିପରି ହାଇକୋର୍ଟଙ୍କ ପ୍ରତ୍ୟେକ୍ଷ ତଦାରଖରେ ତଦନ୍ତ ପାଇଁ ହାଇକୋର୍ଟଙ୍କୁ ମଧ୍ୟ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଗତକାଲି (ରବିବାର) ରାତିରେ କେନ୍ଦୁଝର ଗସ୍ତରୁ ଫେରି ଭୁବନେଶ୍ୱରରେ ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଚ୍ଚସ୍ତରୀୟ ବୈଠକରେ ଘଟଣାର ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଥିବା ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

  • ସତ୍ୟର ଅନୁଷ୍ବଣ କରିବୁ

ପ୍ରଥମ ପ୍ରତିକ୍ରିୟାରେ ଜଷ୍ଟିସ ଚିତ୍ତରଞ୍ଜନ ଦାଶ କହିଛନ୍ତି,‘‘ସତ୍ୟର ଅନୁଷ୍ବଣ କରିବୁ, ଟର୍ମ ଅଫ ରେଫରେନ୍ସ ଦେଖିବା ପରେ ଯାହା କିଛି କହିହେବ । ଘଟଣାର ପୁନରାବୃତ୍ତି ନଘଟିବା ପାଇଁ କମିଶନ କାମ କରିବ । ଦୋଷ ଥିଲେ କମିଶନ କାର୍ଯ୍ୟାନୁଷ୍ଠାନ ସୁପାରିଶ କରିବ । ମେଜର ବାନ୍ଧବୀ, ପୋଲିସ ଓ ଅନ୍ୟ ଅଭିଯୁକ୍ତମାନଙ୍କ ବୟାନ ରେକର୍ଡ ହେବ । ସମସ୍ତେ ପକ୍ଷ ରଖିବେ । ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କମିଶନ ।’’

କେମିତି ତଦନ୍ତ କରିବ ନ୍ୟାୟିକ କମିଶନ, ପ୍ରତିକ୍ରିୟା ରଖିଲେ ଜଷ୍ଟିସ ଚିତ୍ତରଞ୍ଜନ ଦାଶ (ETV Bharat Odisha)
  • ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ !

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି,"ମୁଖ୍ୟମନ୍ତ୍ରୀ ଆଇନର ଶାସନ ଉପରେ ସର୍ବାଧିକ ଗୁରୁତ୍ବାରୋପ କରିଆସିଛନ୍ତି । ଏହା ସହିତ ଭାରତୀୟ ସେନା ପ୍ରତି ମଧ୍ୟ ରାଜ୍ୟ ସରକାରଙ୍କ ସମ୍ମାନ ରହିଛି । ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଯତ୍ନବାନ ଅଛନ୍ତି । ଏହି ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀ ମାନଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ସେମାନଙ୍କ ବିରୁଦ୍ଧରେ କେସ ମଧ୍ୟ କରାଯାଇଛି । ଘଟଣାରେ ସମ୍ପୃକ୍ତ ଯୁବକମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଇନ ଅନୁଯାୟୀ ଦେଷୀ ସାବ୍ୟସ୍ତ ସମସ୍ତ ବ୍ୟକ୍ତି ବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ହୋଇ ପଦକ୍ଷେପ ନେଇଛନ୍ତି ।

ଭରତପୁର ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ, ୬୦ ଦିନରେ ରିପୋର୍ଟ
ଭରତପୁର ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ, ୬୦ ଦିନରେ ରିପୋର୍ଟ (ETV Bharat Odisha)
  • ଗତକାଲି ରାତିରେ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା

ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହିତ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ:- ଭରତପୁର ଥାନା କାଣ୍ଡ;ବିରୋଧୀଙ୍କ ଆନ୍ଦୋଳନ ଚେତାବନୀ, ବିଜେପି କହିଲା ତିଳକୁ ତାଳ କରୁଛନ୍ତି - BJD called Bhubaneswar bandh

ଏହା ମଧ୍ୟ ପଢନ୍ତୁ :-ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ‘ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ’ - Mohan Majhi reaction on Major case

ଏହା ମଧ୍ୟ ପଢନ୍ତୁ :- ଭରତପୁର ମାମଲାର କ୍ରାଇମ ସିନ ରିକ୍ରିଏସନ: ମେଜର-ବାନ୍ଧବୀଙ୍କ ବୟାନ ରେକର୍ଡ, ତେଜିଲା ରାଜନୀତି - Assault on Army Major fiancee case

  • ମେଜର ଓ ପୀଡିତାଙ୍କ ସହ ଆଲୋଚନା କରିଥିଲେ ସରକାର:-

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ରାଜ୍ୟ ଅତିଥି ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହିତ ସେନା ଅଧିକାରୀ ଓ ତାଙ୍କର ମହିଳା ବନ୍ଧୁ ଆଲୋଚନା କରିଥିଲେ । ଆଲୋଚନାରେ ପୀଡିତାଙ୍କ ପିତା ଓ ଅନ୍ୟ ବରିଷ୍ଠ ସେବାନିବୃତ ସେନା ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ଘଟଣାର ସମସ୍ତ ଦିଗ ଉପରେ ଆଲୋଚନା ହୋଇଛି । ଏହା ପରେ ଘଟଣାରେ ସମ୍ପୃକ୍ତ ସମସ୍ତ ପୋଲିସ ଅଧିକାରୀ ତଥା ଅନ୍ୟ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ପ୍ରତିଶ୍ରୁତି ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 23, 2024, 1:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.